ETV Bharat / state

ବ୍ୟାପୁଛି ବନାଗ୍ନି, ରୋକିବାକୁ ବିଭାଗ ନେଉଛି ଅନେକ ପଦକ୍ଷେପ - ରୋକିବାକୁ ବିଭାଗ ନେଉଛି ଅନେକ ପଦକ୍ଷେପ

ଗତ କିଛିଦିନ ହେଲା ଅନୁଗୋଳ ଜିଲ୍ଲାର ବିଭିନ୍ନ ବନଖଣ୍ଡରେ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହେଉଛି । ବହୁ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇ ଯାଉଛି । ବଡ ବଡ ପାହାଡ ଉପରେ ନିଆଁ ଲାଗିଥିବାରୁ ଆୟତ୍ତ କରିବା କଷ୍ଟକର ହୋଇପଡିଛି । ଜଙ୍ଗଲରେ ନିଆଁ ଯୋଗୁ ବନ୍ୟଜନ୍ତୁ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ବହୁ ସଂଖ୍ୟାରେ ସରୀସୃପ ଓ କୀଟ ପତଙ୍ଗ ଜଳି ପୋଡି ପାଉଁଶ ହୋଇଯାଇଛନ୍ତି । ଅଧିକ ପଢନ୍ତୁ

ବ୍ୟାପୁଛି ବନାଗ୍ନି, ରୋକିବାକୁ ବିଭାଗ ନେଉଛି ଅନେକ ପଦକ୍ଷେପ

author img

By

Published : Apr 26, 2022, 4:57 PM IST

ଅନୁଗୋଳ: ଗତ କିଛିଦିନ ହେଲା ଅନୁଗୋଳ ଜିଲାର ବିଭିନ୍ନ ବନଖଣ୍ଡରେ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହେଉଛି । ବହୁ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇ ଯାଉଛି । ବଡ ବଡ ପାହାଡ ଉପରେ ନିଆଁ ଲାଗିଥିବାରୁ ଆୟତ୍ତ କରିବା କଷ୍ଟକର ହୋଇପଡିଛି । ଜଙ୍ଗଲରେ ନିଆଁ ଯୋଗୁ ବନ୍ୟଜନ୍ତୁ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। ବହୁ ସଂଖ୍ୟାରେ ସରୀସୃପ ଓ କୀଟ ପତଙ୍ଗ ଜଳି ପୋଡି ପାଉଁଶ ହୋଇଯାଇଛନ୍ତି ।

ବ୍ୟାପୁଛି ବନାଗ୍ନି, ରୋକିବାକୁ ବିଭାଗ ନେଉଛି ଅନେକ ପଦକ୍ଷେପ

ପ୍ରତ୍ୟେକ ବର୍ଷ ଖରାଦିନେ ଜଙ୍ଗଲରେ ନିଆଁ ଲାଗିବା ଏକ ସାଧାରଣ କଥା । କିନ୍ତୁ କିଛି ଅସାମାଜିକ ବ୍ୟକ୍ତି ନିଜର ସ୍ବାର୍ଥ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବାରୁ ଏହା ଚିନ୍ତାର କାରଣ ହୋଇପଡିଛି । ଚଳିତ ବର୍ଷ ଅନୁଗୋଳ ବନଖଣ୍ଡରେ ନିଆଁ ଲାଗି ବହୁ ଜଙ୍ଗଲ ଛାର ଖାର ହୋଇଯାଇଛି । ଅଧିକାଂଶ ଜଙ୍ଗଲରେ ନିଆଁ ମଣିଷକୃତ ବୋଲି ଜଣାପଡିଛି । ବନ ବିଭାଗ ତରଫରୁ କଣିହାଁ ବନାଞ୍ଚଳରେ ଜଣେ ଓ ବନ୍ତଳା ବନାଞ୍ଚଳରେ ଜଣକୁ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଗିରଫ କରାଯାଇଛି । କିନ୍ତୁ ଅଧିକାଂଶ ଲୋକ ଜଙ୍ଗଲରେ ନିଆଁ ଲଗାଇ ମଧ୍ୟ ଖସି ଯାଉଛନ୍ତି । ଚଳିତ ବର୍ଷ ଜରପଡା, ଛେଣ୍ଡିପଦା, ବନ୍ତଳା ଓ କଣିହାଁ ରେଞ୍ଜର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି ।

ବନ ବିଭାଗ ଓ ସ୍ଥାନୀୟ ଲୋକେ ମିଳିତ ଭାବେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ଅନେକ ସମୟରେ ଦମକଳ ବାହିନୀ ମଧ୍ୟ ନିଆଁକୁ ଆୟତ୍ତ କରୁଛନ୍ତି। ତେବେ କିଛିଦିନ ହେଲା ଅନୁଗୋଳ ରେ ତାପମାତ୍ରା ୪୪ ଡିଗ୍ରୀ ପାଖାପାଖି ରହୁଥିବାରୁ ଦିନ ବେଳେ ଜଙ୍ଗଲକୁ ଯାଇ ନିଆଁ ଲିଭାଇବା କଷ୍ଟକର ହୋଇ ପଡୁଛି। ଏବେ ବି ଅନେକ ଜଙ୍ଗଲରେ ନିଆଁ ଲାଗିଛି। କିନ୍ତୁ ଆୟତ୍ତ କରା ଯାଇ ପାରୁନାହିଁ । ଏହାର ପ୍ରଭାବ ପରିବେଶ ଓ ବନ୍ୟଜନ୍ତୁ ଉପରେ ସିଧାସଳଖ ପଡୁଛି। ଜଙ୍ଗଲ ଆଖପାଖ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଛି । ସରୀସୃପ ଓ କୀଟ ପତଙ୍ଗ ପୋଡି ମୃତ୍ୟୁବରଣ କରୁଛନ୍ତି । ଅନ୍ୟ ବନ୍ୟଜନ୍ତୁ ମାନେ ଇତସ୍ତତଃ ହୋଇ ପଡୁଛନ୍ତି। ମୂଲ୍ୟବାନ ଗଛର ମଞ୍ଜି ପୋଡି ଯାଉଥିବାରୁ ବର୍ଷା ହେଲେ ଜଙ୍ଗଲ ଯେଉଁ ପରିମାଣରେ ବୃଦ୍ଧି ପାଇବା କଥା ତାହା ହୋଇ ପାରୁ ନାହିଁ ।

ବିଗତ ବର୍ଷ ଗୁଡିକ ତୁଳନାରେ ବର୍ତମାନ ସୁଦ୍ଧା ଅନୁଗୋଳ ରେ ଅପେକ୍ଷାକୃତ କମ ଜଙ୍ଗଲରେ ନିଆଁ ଲାଗିଛି। ତଥାପି ଶତକଡା ପ୍ରାୟ ୫୦ଭାଗ ଜଙ୍ଗଲରେ ନିଆଁ ଲାଗିଥିବା ଆକଳନ କରାଯାଇଛି। କିନ୍ତୁ ଆଗକୁ ଖରାଦିନ ଆହୁରି ଥିବାରୁ ଜଙ୍ଗଲ ନିଆଁକୁ ରୋକିବା କଷ୍ଟକର ହୋଇ ପଡିବ। ଏଥର ବିଭିନ୍ନ ବନ ସୁରକ୍ଷା ସମିତି ଗୁଡିକ ନିଜେ ଆଗ୍ରହ ପ୍ରକାଶ କରି ନିଜ ଜଙ୍ଗଲକୁ ନିଜେ ଜଗି ରହିଥିବାରୁ କେତେକାଂଶରେ ନିଆଁକୁ ଆୟତ୍ତ କରା ଯାଇ ପାରୁଛି। ଅନୁଗୁଳ ବନ ଖଣ୍ଡରେ ଏକ ହଜାରରୁ ଅଧିକ ବନ ସୁରକ୍ଷା ସମିତି ଅଛି। ବନ ବିଭାଗ ପ୍ରତ୍ୟକ ସମିତିକୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ପ୍ରୋତ୍ସାହନ ରାଶି ଦେଉଛି। ତେଣୁ ବର୍ତ୍ତମାନ ସୁଧା ଆହୁରି ଶତକଡା ୫୦ଭାଗ ଜଙ୍ଗଲ ସୁରକ୍ଷିତ ରହିଛି। ତେବେ ଅନୁଗୋଳ ବନଖଣ୍ଡରେ ବହୁ ଘଞ୍ଚ ଜଙ୍ଗଲ ଓ ବଡ ବଡ ପାହାଡ ରହିଛି। ଦୀର୍ଘ ଦିନ ହେଲା ଆଦୌ ବର୍ଷା ହୋଇ ନଥିବା ବେଳେ ପ୍ରବଳ ଖରା ହେଉଛି। ତେଣୁ ଗଛପତ୍ର ସବୁ ଶୁଖି ଯାଇଛି। ଏଭଳି ଅବସ୍ଥାରେ ନିଆଁ ଲାଗିବା ବେସ ସହଜ। ଏବଂ ନିଆଁ ଲାଗିଲେ ଲିଭାଇବା ମଧ୍ୟ ବହୁ କଷ୍ଟ। ନିଆଁ କିଭଳି ନଲାଗିବ ସେଥିପାଇଁ ବନ ବିଭାଗ ବ୍ୟାପକ ଫାୟାର ଲାଇନ କରିଛି। ସ୍ଥାନୀୟ ବନ ସୁରକ୍ଷା ସମିତି ସହଯୋଗରେ ନିଆଁକୁ ଆୟତ୍ତ କରିବା ପାଇଁ ଲୋକଙ୍କ ସହ ଘନ ଘନ ବୈଠକ କରି ସଚେତନତା ସୃଷ୍ଟି କରୁଛି ବୋଲି ଡିଏଫଓ ସୂଚନା ଦେଇଛନ୍ତି। ଏହାସତ୍ତ୍ବେ ଏହି ବନଖଣ୍ଡର ବହୁ ଜଙ୍ଗଲ ପୋଡି ପଡା ହୋଇ ସାରିଛି।

ଅନୁଗୋଳ ବନଖଣ୍ଡକୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ, ପାଲଲହଡା ବନାଞ୍ଚଳ, ଆଠମଲ୍ଲିକ ବନଖଣ୍ଡ ଲାଗିଛି। ତେଣୁ ବନ ବିଭାଗ ନିଆଁକୁ ନିୟନ୍ତ୍ରଣ କରିବାକୁ ଆହୁରି କଡା ପଦକ୍ଷେପ ନେବା ଆବଶ୍ୟକ। ନଚେତ ସବୁ ବନଖଣ୍ଡକୁ ନିଆଁ ବ୍ୟାପିବାର ଆଶଙ୍କା ରହିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.