ETV Bharat / state

ବାଇକ ଉପରେ ଚଢିଗଲା ଟ୍ରକ, ବାପା-ଝିଅ ମୃତ - ଅନୁଗୋଳ କଲଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣା

ଅନୁଗୋଳ ଜିଲ୍ଲା ଖମାର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । କଲଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ ୧୪୯ରେ ବାଇକ ଉପରେ ଚଢ଼ିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ବାପା, ଝିଅଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ସଡକ ଦୁର୍ଘଟଣାରେ ଚାଲିଗଲା ବାପା ଝିଅଙ୍କ ଜୀବନ ।

author img

By

Published : Mar 14, 2022, 3:15 PM IST

ଅନୁଗୋଳ: ବାପା ଝିଅଙ୍କ ଉପରେ ଚଡ଼ିଗଲା ଟ୍ରକ । ଚାଲିଗଲା ବାପା ଝିଅଙ୍କ ଜୀବନ । ଆଜି ଏଭଳି ଏକ ସଡକ ଦୁର୍ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଖମାର ଥାନା ଅଞ୍ଚଳରେ । ମୃତକ ହେଲେ ଖମାର ଗ୍ରାମର ସୁନୀଲ କୁମାର ସାହୁ ଏବଂ ଝିଅ ସଂଗୀତା ସାହୁ ।

ସଡକ ଦୁର୍ଘଟଣାରେ ଚାଲିଗଲା ବାପା ଝିଅଙ୍କ ଜୀବନ

ମୃତ ସୁନୀଲ କୁମାର ସାହୁ କଣିହାଁ ବ୍ଲକରେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ଝିଅ ସଂଗୀତା ସମନ୍ୱିତ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟପଟେ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ଦ୍ୱାରା ଜାତୀୟରାଜପଥ ୧୪୯ କୁ ଅବରୋଧ କରିଥିଲେ । ତେବେ ଘଟଣାସ୍ଥଳରେ ଉତେଜନା ଦେଖାଦେବା ସହ ପୋଲିସ ମୁତୟନ ରହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.