ETV Bharat / state

Russia-Ukraine War: ୟୁକ୍ରେନରେ ଫସିଛନ୍ତି ଅନୁଗୋଳ ଡାକ୍ତରୀ ଛାତ୍ର, ଉଦ୍ଧାର ପାଇଁ ନିବେଦନ - ୟୁକ୍ରେନରେ ଫସିଛନ୍ତି ଅନୁଗୋଳ ଡାକ୍ତରୀ ଛାତ୍ର

ୟୁକ୍ରେନରେ ଫସି ରହିଛନ୍ତି ଓଡିଆ ଛାତ୍ର । ଫେରାଇ ଆଣିବାକୁ ପରିବାର ବର୍ଗଙ୍କ ଆକୁଳ ନିବେଦନ । ଅଧିକ ପଢନ୍ତୁ

Russia-Ukraine War: ୟୁକ୍ରେନରେ ଫସିଛନ୍ତି ଅନୁଗୋଳ ଡାକ୍ତରୀ ଛାତ୍ର, ଉଦ୍ଧାର ପାଇଁ ନିବେଦନ

author img

By

Published : Feb 25, 2022, 10:27 AM IST

ଅନୁଗୋଳ: ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଛି ଲଢେଇ । ତେବେ ଲଢେଇର ସମ୍ଭାବ୍ୟ ପରିସ୍ଥିତିର ଚିତ୍ର ଭୟଙ୍କର ହେଉଥିବାରୁ ଅନୁଗୋଳରୁ ଆସିଛି ଚିନ୍ତାଜନକ ଖବର । ୟୁକ୍ରେନରେ ଅନେକ ଭାରତୀୟ ଫସି ରହିଥିବାବେଳେ ସେଥିମଧ୍ୟରୁ ଅନୁଗୋଳର ଡାକ୍ତରୀ ପଢୁଥିବା ଛାତ୍ର ମଧ୍ୟ ଫସି ରହିଛନ୍ତି । ତାଙ୍କୁ ଉଦ୍ଧାର ପାଇଁ ପରିବାର ଲୋକ ଗୁହାରି କରିଛନ୍ତି ।

Russia-Ukraine War: ୟୁକ୍ରେନରେ ଫସିଛନ୍ତି ଅନୁଗୋଳ ଡାକ୍ତରୀ ଛାତ୍ର, ଉଦ୍ଧାର ପାଇଁ ନିବେଦନ

ଅନୁଗୋଳ ଜିଲ୍ଲା ନାଲକୋ ଥାନା ବଳରାମ ପ୍ରସାଦ ଗ୍ରାମର ପର୍ଶୁରାମ ସାମଲଙ୍କ ପୁତ୍ର ଆଲୋକ ସାମଲ । ଆଲୋକ ସେଠାରେ ଡାକ୍ତରୀ ପାଠ ପଢୁଥିଲେ । କିନ୍ତୁ ଗତକାଲି(ଗୁରବାର) ସକାଳୁ ଋଷ, ୟୁକ୍ରେନ ଉପରେ ଅତର୍କିତ ଆକ୍ରମଣ କରିବା ପରେ ଚିନ୍ତାରେ ପଡିଯାଇଛନ୍ତି ପ୍ରବାସୀ ଓଡିଆଙ୍କ ପରିବାର ବର୍ଗ । ତେବେ ତାଙ୍କ ପରିବାର ଲୋକେ ତାଙ୍କ ପୁଅ ସମେତ ସମସ୍ତ ଭାରତୀୟଙ୍କୁ ସେଠାରୁ ସୁରକ୍ଷିତ ଭାବେ ଆଣିବାକୁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି।

ସେପଟେ ୟୁକ୍ରେନରେ ଥିବା ଆଲୋକଙ୍କ ସହ କଥା ହୋଇଛନ୍ତି ଆମ ଅନୁଗୋଳ ପ୍ରତିନିଧି ସଂଗ୍ରାମ ରଞ୍ଜନ ନାଥ । ଆଲୋକ କହିଛନ୍ତି କି, ସେ ୟୁକ୍ରେନର ଡ଼ିନିପ୍ରୋସିଟିରେ ରହୁଛନ୍ତି । ସେ ଦିନିପ୍ରୋ ପେଟ୍ରୋଭାସ୍କ ଷ୍ଟେଟ ମେଡିକାଲ ଏକାଡେମୀରେ ପାଠ ପଢୁଛନ୍ତି । ଆଉ ତିନି ମାସ ପରେ ତାଙ୍କର ପାଠ ପଢା ସରି ଯାଇଥାନ୍ତା ଏବଂ ସେ ଘରକୁ ଫେରି ଆସିଥାନ୍ତେ । ବର୍ତ୍ତମାନ ୟୁକ୍ରେନର ରାଜଧାନୀ କିଭ ସମେତ ୟୁକ୍ରେନର ପୂର୍ବ ଭାଗରେ ଥିବା ସହର ଗୁଡିକ ଉପରେ ରୁଷିଆ ବିସ୍ଫୋରଣ କରୁଛି ।

ଖାର୍କିଭ କ୍ରାମାଟେରସ୍କ,ବରଡିୟାନସ୍କ,ଏବଂ ନିକୋ ଲାଏଭ ସହରରେ ବିସ୍ଫୋରଣ ହେଉଛି । କିନ୍ତୁ ସେ ଥିବା ସହର ଡ଼ିନିପ୍ରୋ ସିଟିରେ ଏ ଯାଏଁ କୌଣସି ବିସ୍ଫୋରଣ ହୋଇନାହିଁ । କିନ୍ତୁ ଏଠାରେ ଏଟିଏମରେ ଟଙ୍କା ମିଳୁନାହିଁ, ରାସନ ଦୋକାନ, ପରିବା ଦୋକାନ ଓ ଖାଦ୍ୟ ପଦାର୍ଥ ଦୋକାନରେ ବହୁତ ଭିଡ ହେଉଛି ଏବଂ ଭାରତୀୟ ଆମ୍ବାସି ଆମକୁ ବାହାରକୁ ଯିବାକୁ ମନା କରିଛନ୍ତି । ଆମେ ବହୁତ ଭୟବିତ ଅବସ୍ଥାରେ ରହିଛୁ ବୋଲି ଜଣାଇଛନ୍ତି ଛାତ୍ର ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.