ଅନୁଗୋଳ: ପୁଣି ମାତିଲେ ହାତୀପଲ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ । ହାତୀପଲ ଏବେ ଚାଷୀଙ୍କ ମଧ୍ୟରେ ବୈରି ହୋଇ ଛିଡା ହୋଇଛନ୍ତି । ସବୁଦିନ କ୍ଷେତରେ ପଶି ଚାଷୀଙ୍କ ଫସଲ ଉଜାଡୁଛନ୍ତି ହାତୀପଲ ।
ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ଛାଡି ଯାଉନାହାଁନ୍ତି ହାତୀପଲ। ଗତ ୨ଦିନ ପୂର୍ବେ ବାରମଞ୍ଚ ଗାଁରେ ହାତୀପଲ ପଶି ବହୁ ଘର ଭାଙ୍ଗି ଦେଇଥିଲେ। ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ କମ୍ପସଲା ଗ୍ରାମରେ ଦନ୍ତାହାତୀ ପୁଣି ଉଜାଡି ଦେଇଛି ପରିବା ଓ ଫସଲ ଏବେ ଚିନ୍ତାରେ ଚାଷୀ ।
ଏହି ହାତୀପଲ କମ୍ପସଲା ଗ୍ରାମର ୧୦ ଜଣ ଚାଷୀଙ୍କ କ୍ଷେତରେ ପହଞ୍ଚି ଆଳୁ ,କଦଳୀ, ପୋଟଳ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଥିବା ଚାଷୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବନବିଭାଗ ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ କ୍ଷତିପୂରଣ ପାଇଁ ଦାବି କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ