ETV Bharat / state

ଜୀବନ ନେଉଛି ଦନ୍ତା, ହାତୀ ଘଉଡାଇବାରେ ବନ ବିଭାଗ ଫେଲ୍‌ ! - ୧ ବର୍ଷରେ ୩୦ ଲୋକଙ୍କ ଜୀବନ ନେଲାଣି ହାତୀ

ହାତୀ ଘଉଡାଇବାରେ ବନ ବିଭାଗ ଫେଲ୍‌ । ବନ୍ତଳା ବନାଞ୍ଚଳରେ ଥମୁନି ହାତୀଙ୍କ ଉପଦ୍ରବ । ୧ ବର୍ଷକ ମଧ୍ୟରେ ପ୍ରାୟ ୩୦ ଲୋକଙ୍କ ଜୀବନ ନେଲାଣି ହାତୀ । ଅଧିକ ପଢନ୍ତୁ

ଜୀବନ ନେଉଛି ଦନ୍ତା , ହାତୀ ଘଉଡାଇବାରେ ବନ ବିଭାଗ ଫେଲ୍‌

author img

By ETV Bharat Odisha Team

Published : Sep 21, 2023, 9:30 PM IST

Updated : Sep 21, 2023, 9:47 PM IST

ଜୀବନ ନେଉଛି ଦନ୍ତା, ହାତୀ ଘଉଡାଇବାରେ ବନ ବିଭାଗ ଫେଲ୍‌ !

ଅନୁଗୋଳ: ବନ୍ତଳା ବନାଞ୍ଚଳରେ ଥମୁନି ହାତୀଙ୍କ ଉପଦ୍ରବ । ଗତ ବର୍ଷକ ମଧ୍ୟରେ ପ୍ରାୟ 30 ଲୋକଙ୍କ ଜୀବନ ନେଲାଣି ହାତୀ । ଲୋକଙ୍କ କ୍ଷେତ ଉଜାଡ଼ି ଦେଉଛନ୍ତି ହାତୀ ପଲ। ଭୟରେ ଲୋକେ ଆଉ ଫସଲ କରୁନାହାନ୍ତି। କେତେକ ଜଙ୍ଗଲ ପାଖ ଗାଁ ଲୋକ ସନ୍ଧ୍ୟା ହେଲେ ବାହାରକୁ ବାହାରୁ ନାହାନ୍ତି । ଗତ ତିନିମାସ ମଧ୍ୟରେ ବନାଞ୍ଚଳର ବସଲା ପଞ୍ଚାୟତ ଅଞ୍ଚଳରେ ୩ ଜଣଙ୍କ ଜୀବନ ନେଲାଣି ହାତୀ । ଦିନକୁ ଦିନ ହାତୀ ଆତଙ୍କ ବଢୁଥିବା ବେଳେ ଏହାର ସ୍ଥାୟୀ ସମାଧାନ ଦାବି କରି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଗାଁର କିଛି ଲୋକେ ।

ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ପାଲଟିଛି ହାତୀଙ୍କ ଚରାଭୂଇଁ । କହିବାକୁ ଗଲେ ଗତ ୧ ବର୍ଷ ହେବ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇଥିବା ହାତୀ ପଲ ଆଉ ଜଙ୍ଗଲକୁ ଯାଉନାହାନ୍ତି । ଏହି ବନାଞ୍ଚଳର ୧୫ରୁ ଅଧିକ ପଞ୍ଚାୟତରେ ଧନ ଜୀବନ ନଷ୍ଟ କରୁଛନ୍ତି ହାତୀପଲ । କେତେବେଳେ ଗାଁ ବୁଲୁଛନ୍ତି, ଆଉ କେତେବେଳେ ଲୋକଙ୍କ ଘରେ ପଶି ଧାନ ଚାଉଳ ଖାଇ ଯାଉଛନ୍ତି । ସଂଧ୍ୟା ହେଲା କ୍ଷଣି ଗାଁରେ ତାଟି କବାଟ ପଡିଯାଉଛି । କୌଣସି ସରକାରୀ କାମଟିଏ ପଡିଲେ ମଧ୍ୟ ବାହାରକୁ ଯାଇପାରୁ ନାହାନ୍ତି ଲୋକେ ।

ଏହା ମଧ୍ୟ ପଢନ୍ତୁ...ପୁଣି ଅନୁଗୋଳରେ ହାତୀ ମୃତ୍ୟୁ, ସାତକୋଶିଆରୁ ଉଦ୍ଧାର ହେଲା ୨ ମୃତଦେହ

ସବୁଠାରୁ ବଡ଼ କଥା ହେଉଛି ଏହି ହାତୀ ପଲ ଏବେ ଆଉ ବନ ବିଭାଗର ବୋଲ ମାନୁନାହାନ୍ତି କହିଲେ ଚଳେ । ଆଗରୁ ହାତୀ ପଲ ଘଉଡ଼ାଇବାରେ ସଫଳ ହେଉଥିବା ବେଳେ ଏଥର କିନ୍ତୁ ହାତୀଙ୍କୁ ଜଙ୍ଗଲ ମୁହାଁ କରାଇବାରେ ବିଫଳ ହୋଇଛନ୍ତି ବନ ବିଭାଗର କର୍ମଚାରୀ । ଯେତେଯାହା କଲେ ବି ହାତୀ ଆଉ ଗାଁ ଛାଡି ଯାଉନାହାନ୍ତି । ପ୍ରାୟ ୪୦ ଟିକିଆ ହାତୀପଲ ଲୋକଙ୍କ ସାଧାରଣ ଜୀବନକୁ ଅତିଷ୍ଠ କରି ସାରିଲେଣି । ଏଥିରେ ଅତିଷ୍ଠ ଲୋକେ ବନ୍ତଳା ସୁରକ୍ଷା ମଞ୍ଚ ଗଠନ କରି ନିଜର ସୁରକ୍ଷା ଦାବି କରି ବନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ । ଯଦି ହାତୀ ଘଉଡେଇବା ଦିଗରେ ଉତ୍ତମ ପଦକ୍ଷେପ ନିଆ ନ ଯାଏ, ତେବେ ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି ଲୋକେ ।

ସୂଚନାଯୋଗ୍ୟ ଗତକାଲି (ବୁଧବାର) ହାତୀ ଆକ୍ରମଣରେ ଜଣକ ଜୀବନ ଯାଇଥିଲା । ବସଲା ଗାଁର ଭାବ ଜେନା ଘର ପାଖ ଜଙ୍ଗଲ ନିକଟକୁ ଶୌଚ ପାଇଁ ଯାଇଥିବା ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଥିଲେ ।

ଇଟିଭି ଭାରତ,ଅନୁଗୋଳ

Last Updated : Sep 21, 2023, 9:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.