ଅନୁଗୋଳ: ପୁଣି ହାତୀ ମୃତ୍ୟୁ । ଅନୁଗୋଳରେ ଜୀବନ ହାରିଛି ଏକ ମାଈ ହାତୀ । ଏବେ ସୁଦ୍ଧା ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅନୁଗୋଳ ବନଖଣ୍ଡ ପୁରୁଣାଗଡ଼ ରେଞ୍ଜ ପୋକୁଣ୍ଡା ସେକ୍ସନର ବୃନ୍ଦାବନପୁର ଗାଁ ନିକଟରେ ମାଈ ହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ 5 ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ