ETV Bharat / state

ଗାନ୍ଧୀ ମାର୍ଗରେ ନାମିତ ହେଲା ହୁଲୁରିସିଙ୍ଗା-ଶିମିଳିପଡା ରାସ୍ତା - ୧୯୩୪ ରେ ଅନୁଗୋଳ ଆସିଥିଲେ ମାହାତ୍ମା ଗାନ୍ଧୀ

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅନୁଗୋଳରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଲୁରିସିଙ୍ଗା-ଶିମିଳିପଡା ରାସ୍ତା ହେଲା ଗାନ୍ଧୀ ମାର୍ଗ
author img

By

Published : Oct 2, 2019, 12:30 PM IST

ଅନୁଗୋଳ: ୧୯୩୪ ମସିହା ମେ ୬ରେ ଅନୁଗୋଳ ଆସିଥିଲେ ମହାତ୍ମା ଗାନ୍ଧୀ । ସେହି ସ୍ମୃତିକୁ ମନେ ପକାଇ ହୁଲୁରିସିଙ୍ଗା ଠାରୁ ଶିମିଳିପଡା ପର୍ଯ୍ୟନ୍ତ ଥିବା ସହରର ବାଇପାସ ରୋଡ଼କୁ ବିଧିବଦ୍ଧ ଭାବେ ଗାନ୍ଧୀ ମାର୍ଗ ଭାବେ ବିବେଚନା କରାଯାଇ ତାର ଫଳକ ଉନ୍ମୋଚନ କରାଯାଇଛି । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅନୁଗୋଳରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଲୁରିସିଙ୍ଗା-ଶିମିଳିପଡା ରାସ୍ତା ହେଲା ଗାନ୍ଧୀ ମାର୍ଗ

ଗାନ୍ଧୀ ଅନୁଗୋଳ ଜିଲ୍ଲାର ବାମୁରଠାରେ ରାତ୍ରି ଯାପନ କରିଥିଲେ । ପରେ ସେଠାରୁ ଆସି ଅନୁଗୋଳରେ ରାଣୀଗୋଡା ଆମ୍ବ ତୋଟାରେ ସଭା କରିଥିଲେ । ଆଜି ଏହି ଗାନ୍ଧୀ ମାର୍ଗରେ ଏକ ପଦଯାତ୍ରା ହୁଲୁରିସିଙ୍ଗାରୁ ସିମିଳିପଡା ପର୍ଯ୍ୟନ୍ତ ଆସିଥିଲା ।

ଏହି ପଦଯାତ୍ରାରେ ସବୁ ବର୍ଗର ଲୋକେ ସାମିଲ ହୋଇଥିଲେ । ସିମିଳିପଡାରେ ଥିବା ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଗାନ୍ଧୀପାର୍କ ଠାରେ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ ହୋଇଥିଲା । ସେହିଭଳି ଆଜି ଦିନ ତମାମ ସହରରେ ବିଭିନ୍ନ କର୍ଯ୍ୟକ୍ରମ ହେବାର ଆୟୋଜନ ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସାରା ଦେଶ ପାଳୁଛି ଜାତିର ଜନକ ମହାତ୍ମା ଗାନ୍ଧୀ ୧୫୦ତମ ଜୟନ୍ତୀ । ଆଜି ଏହି ଅବସର ଅନୁଗୋଳ ରେ ବିଭିନ୍ନ ପ୍ରକାର କଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛିBody: । ଆଜି ଗାନ୍ଧୀ ଙ୍କ ସ୍ମାରକୀ ପାଇଁ ହୁଲୁରିସିଙ୍ଗା ଠାରୁ ଶିମିଳିପାଡା ପଯ୍ୟନ୍ତ ଥିବା ସହର ର ବାଇପାସ ରୋଡ଼ କୁ ବିଧିବଦ୍ଧ ବାବେ ଗାନ୍ଧୀ ମାର୍ଗ ଭାବେ ବିବେଚନା କରାଯାଇ ତାର ଫଳକ ଉନ୍ମୋଚନ କରାଯାଇଛି ।୧୯୩୪ ମସିହା ମେ ୬ ତାରିଖ ଗାନ୍ଧୀ ଅନୁଗୋଳ ଜିଲାର ବାମୁର ଠାରେ ରାତ୍ରି ଜାପାନ କରିବା ପରେ ସେଠାରୁ ଆସି ଅନୁଗୋଳ ରେ ରାଣୀଗୋଡା ଆମ୍ବ ତୋଟାରେ ସଭା କରିଥିଲ।ତେଣୁ ସେଇ ସ୍ମୁତି କୁ ମନେ ପକାଇ ଏହି ଗାନ୍ଧୀ ମାର୍ଗ ରେ ଏକ ପଦଯାତ୍ରା ହୁଲୁରିସିଙ୍ଗା ରୁ ସିମିଳିପଡା ପର୍ଯ୍ୟନ୍ତ ଆସିଥିଲା । ଯେଉଁଥିରେ ସବୁ ବର୍ଗ ର ଲୋକେ ସାମିଲ ହୋଇ ଥିଲେ । ସିମିଳିପଡା ରେ ଥିବା ଗାନ୍ଧୀ ମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ଗାନ୍ଧୀ ପାର୍କ ଠେରେ ସର୍ବଧର୍ମ ପାର୍ଥନା ସଭା ର ଆୟୋଜନ ହୋଇଥିଲା ।
Byte - ମନୋଜ କୁମାର ମହାନ୍ତି ଜିଲାପାଳ ଅନୁଗୋଳ
Byte-2 ଶାନ୍ତନୁ ସର , ଐତିହାସିକ ।Conclusion:ସେହିଭଳି ଆଜି ଦିନ ତମାମ ସହର ରେ ବିଭିନ୍ନ କଯ୍ୟକ୍ରମ ହେବାର ଆହୋଜନ ରହିଛି ।

For All Latest Updates

TAGGED:

Gandhi@150
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.