ETV Bharat / state

ବଢିଛି ବୟସ, କମିନି ଶିକ୍ଷକତା ନିଶା

‘ଯେ ପର୍ଯ୍ୟନ୍ତ ମୋ ଶରୀରରେ ପାଠ ପଢାଇବା ପାଇଁ ଶକ୍ତି ଅଛି ସେ ପର୍ଯ୍ୟନ୍ତ ମୁଁ ପାଠ ପଢାଇବି।’ ଚାକିରିରୁ ଅବସର ପରେ ବି ଏହିଭଳି ମାନସିକତା ନେଇ ପ୍ରତିଦିନ ସ୍କୁଲ ଆସି ପାଠ ପଢାନ୍ତି ଏହି ଶିକ୍ଷକ । ଅବସର ପରେ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 10 ବର୍ଷ ହେବ ବିନା କୌଣସି ପାରିଶ୍ରମିକରେ ପିଲାଙ୍କୁ ଶିକ୍ଷା ଦେବା ପାଲଟିଛି ତାଙ୍କର ମୁଖ୍ୟ ଧର୍ମ ।

author img

By

Published : Sep 5, 2019, 7:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ‘ଯେ ପର୍ଯ୍ୟନ୍ତ ମୋ ଶରୀରରେ ପାଠ ପଢାଇବା ପାଇଁ ଶକ୍ତି ଅଛି ସେ ପର୍ଯ୍ୟନ୍ତ ମୁଁ ପାଠ ପଢାଇବି ।’ ଚାକିରିରୁ ଅବସର ପରେ ବି ଏହିଭଳି ମାନସିକତା ନେଇ ପ୍ରତିଦିନ ସ୍କୁଲ ଆସି ପାଠ ପଢାନ୍ତି ଏହି ଶିକ୍ଷକ । ଅବସର ପରେ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 10 ବର୍ଷ ହେବ ବିନା କୌଣସି ପାରିଶ୍ରମିକରେ ପିଲାଙ୍କୁ ଶିକ୍ଷା ଦେବା ପାଲଟିଛି ତାଙ୍କର ମୁଖ୍ୟ ଧର୍ମ । ଏ ହେଉଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅମାନ୍ତପୁର ଗାଁର ଦିବାକର ଅମାନ୍ତ । ଗୁରୁ ଦିବସ ଅବସରରେ ଏପରି ଜଣେ ନିଃସ୍ବାର୍ଥପର ଶିକ୍ଷକଙ୍କୁ ଭେଟିଥିଲା ଇଟିଭି ଭାରତ ଟିମ୍‌ ।

କୁହାଯାଏ ପାଠ ପଢିବା କି ପଢାଇବାର କୌଣସି ବୟସ ନଥାଏ । ପାଠ ପଢାଇବା ନିଶାରେ ଅବିରତ ନିଜକୁ ବ୍ରତୀ କରିଥିବା ଏଭଳି ଜଣେ ଶିକ୍ଷକ ହେଉଛନ୍ତି ଦିବାକର ଅମାନ୍ତ । ଛେଣ୍ଡିପଦା ବ୍ଲକ ଅମାନ୍ତପୁର ଗାଁରେ ତାଙ୍କ ଘର । 2008 ମସିହାରୁ ସେ ଶିକ୍ଷକ ଚାକିରିରୁ ଅବସର ନେଇଛନ୍ତି ସତ ହେଲେ ଛାଡି ନାହାନ୍ତି ପାଠପଢା । ଚାକିରି କରୁଥିବା ସମୟରେ ଯେମିତି ସକାଳୁ ସେ ସ୍କୁଲ ଯାଇ ପାଠ ପଢାନ୍ତି ଆଉ ଚାରିଟା ବାଜିଲେ ଘରକୁ ଫେରନ୍ତି, ଆଜି ବି ସେଭଳି ଚାଲିଛି ତାଙ୍କର ଜୀବନ।

ସରକାରୀ ଚାକିରିରୁ ଅବସର ନେଇଥିଲେ ବି ପାଠ ପଢାଇବାରୁ ଅବସର ନେଇ ନାହାଁନ୍ତି ସେ । 10 ବର୍ଷ ହେବ ନିଜ ଗାଁ ଅମାନ୍ତପୁର ସ୍କୁଲରେ ପାଠ ପଢାଇ ଆସୁଛନ୍ତି ଦିବାକର । ତାଙ୍କର କହିବ କଥା, ଯେ ପର୍ଯ୍ୟନ୍ତ ତାଙ୍କୁ ଭଗବାନ ପାଠ ପଢାଇବାକୁ ଶକ୍ତି ଦେଇଥିବେ ସେ ପର୍ଯ୍ୟନ୍ତ ସେ ପିଲାଙ୍କୁ ପାଠ ପଢାଉଥିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ବଅଁରପାଳ ବ୍ଲକ ମରାତିରା ହାଇସ୍କୁଲରୁ ଅବସର ନେବା ପରେ ବି ଶିକ୍ଷକତା ପ୍ରତି କମିନି ତାଙ୍କର ନିଷ୍ଠା । ଗାଁକୁ ଆସିବା ପରେ ଗାଁ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ସେ ସ୍କୁଲରେ ପାଠ ପଢାଇବାକୁ ନିବେଦନ କରିଥିଲେ । ଯେଉଁଥିରେ ଶିକ୍ଷୟିତ୍ରୀ ଜଣଙ୍କ ରାଜି ହେବା ପରେ ଆଜିକୁ 10ବର୍ଷ ହେବ ନିଜ ଶିକ୍ଷକତା ବୃତ୍ତିକୁ ପିଲାଙ୍କ ପାଇଁ ଉତ୍ସର୍ଗ କରି ଦେଇଛନ୍ତି ସେ।

ତେବେ ଦିବାକର ନିଜ ସ୍କୁଲର ସପ୍ତମ ଓ ଅଷ୍ଟମ ଶ୍ରେଣୀର ପିଲାମାନଙ୍କୁ ବିଜ୍ଞାନ ଓ ଇତିହାସ ପଢାନ୍ତି । ଯାହାକୁ ବେଶ ପସନ୍ଦ କରନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ । ତାଙ୍କ ପାଠପଢା ଶୈଳୀକୁ ମଧ୍ୟ ଅନ୍ୟ ଶିକ୍ଷକମାନେ ଅନୁସରଣ କରନ୍ତି । ଯେଉଁଠି ମଣିଷ ବିନା ସ୍ଵାର୍ଥରେ କିଛି ବି କରୁନାହିଁ ସେଠାରେ ଏବେ ବି ଆଦର୍ଶ ମଣିଷକୁ ବଞ୍ଚାଇ ରଖିଛନ୍ତି ଦିବାକର । ଯାହାଙ୍କ ନିଃସ୍ଵାର୍ଥପରତା ନିଶ୍ଚିତ ରୂପେ ସମାଜ ପାଇଁ ଏକ ପ୍ରେରଣା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଯେ ପର୍ଯ୍ୟନ୍ତ ମୋ ଶରୀରରେ ପାଠ ପଢେଇବା ପାଇଁ ଶକ୍ତି ଅଛି ସେ ପର୍ଯ୍ୟନ୍ତ ମୁଁ ପାଠ ପଢାଇବି । ଏହିଭଳି ମାନସିକତା ନେଇ ଅବସର ପରେବୀ ସବୁ ଦିନ ସ୍କୁଲ ଆସି ପାଠ ପଢାଉଛନ୍ତି ଜଣେ ଶିକ୍ଷକ । ଦୀର୍ଘ ୧୦ ବର୍ଷ କାଳ ବୀନା କୌଣସି ପାରିଶ୍ରମିକ ରେ ପିଲାଙ୍କୁ ଶିକ୍ଷା ଦେବା ହୋଇ ଯାଇଛି ତାଙ୍କର ଧର୍ମ । ଏଭଳି ଜଣେ ଶିକ୍ଷକ ଅଛନ୍ତି ଅନୁଗୋଳ ଜିଲ୍ଲାରେ । ଗୁରୁଦିବସ ଅବସରରେ ଏହି ଶିକ୍ଷକ ଙ୍କୁ ଭେଟିଥିଲୁ ଆମେ । Body:କୁହାଯାଏ ପାଠ ପଢିବା କି ପଢାଇବାର କୌଣସି ବୟସ ନଥାଏ । ପାଠ ପଢାଇବା ନିଶାରେ ଅବିରତ ନିଜକୁ ବ୍ରତୀ କରିଥିବା ଜଣେ ଶିକ୍ଷକ ହେଉଛନ୍ତି ଦିବାକର ଅମାନ୍ତ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅମାନ୍ତ ପୁର ଗାଁରେ ତାଙ୍କ ଘର । ୨୦୦୮ ମସିହାରେ ଶିକ୍ଷକ ଚାକିରି ରୁ ଅବସର ନେବାପରେ ପାଠ ପଢାଇବା କିନ୍ତୁ ଛାଡି ନାହାଁନ୍ତି ଦିବାକର । ଚାକିରି କରୁଥିବା ସମୟରେ ଜେଭଳି ଦିବାକର ସକାଳୁ ସ୍କୁଲ ଯାନ୍ତି ପାଠ ପଢାନ୍ତି ଆଉ ଚାରିଟା ବାଜିଲେ ଘରକୁ ଫେରନ୍ତି ଆଜି ମଧ୍ୟ ସେଭଳି ଚାଲିଛି ତାଙ୍କର । ସରକାରୀ ଚାକିରି ରୁ ଅବସର ନେଇଥିଲେ ବି ପାଠ ପଢାଇବାରୁ ଅବସର ନେଇ ନାହାଁନ୍ତି ସେ । ୧୦ ବର୍ଷ ହେଲା ନିଜ ଗାଁ ଅମାନ୍ତ ପୁର ସ୍କୁଲ ରେ ପାଠ ପଢାଇ ଆସୁଛନ୍ତି ଦିବାକର । ତାଙ୍କର କହିବ ହେଲା ଯେ ପର୍ଯ୍ୟନ୍ତ ତାଙ୍କୁ ଭଗବାନ ପାଠ ପଢାଇବାକୁ ଶକ୍ତି ଦେଇଥିବେ ସେ ପର୍ଯ୍ୟନ୍ତ ସେ ପିଲାଙ୍କୁ ପାଠ ପଢାଉଥିବେ ।
Byte – 1 ଦିବାକର ଅମାନ୍ତ , ଅବସର ନେଇଥିବା ଶିକ୍ଷକ
Byte – 2 ବିରେନ୍ଦ୍ର କୁମାର ସାହୁ , ପ୍ରଧାନ ଶିକ୍ଷକ ଅମାନ୍ତପୁର ସ୍କୁଲ
Vo – 2
ଅନୁଗୋଳ ଜିଲ୍ଲା ର ବଂରପାଳ ବ୍ଲକ ମରାତିରା ହାଇ ସ୍କୁଲ ର ଅବସର ନେବାପରେ ବି ଶିକ୍ଷକତା ପ୍ରତି ତାଙ୍କର ନିଷ୍ଠା କମି ନଥିଲା । ଗାଁକୁ ଆସିବା ପରେ ଗାଁ ସ୍କୁଲ ଶିକ୍ଷତ୍ରିଙ୍କୁ ସେ ସ୍କୁଲ ରେ ପାଠ ପଢାଇବାକୁ ନିବେଦନ କରିଥିଲେ । ଯେଉଁଥିରେ ସେ ରାଜି ହୋଇ ଯିବାରୁ ସେ ଆଜିକୁ ୧୦ ବର୍ଷ ହେବ ନିଜ ଶିକ୍ଷକତା ବୃତ୍ତିକୁ ପିଲାମାନଙ୍କ ପାଇଁ ଉତ୍ସର୍ଗ କରି ଦେଇଛନ୍ତି । ଦିବାକର ନିଜ ଗାଁ ଅମାନ୍ତ ପୁର ସ୍କୁଲ ର ଅଷ୍ଟମ ଓ ସପ୍ତମ ଶ୍ରେଣୀ ରେ ବିଜ୍ଞାନ ଓ ଇତିହାସ ପଢାନ୍ତି । ଯାହାଙ୍କ ପାଠ ପଢାକୁ ବେଶ ପସନ୍ଦ କରନ୍ତି ବିଦ୍ୟାଳୟ ର ଛାତ୍ର ଛାତ୍ରୀ । ତାଙ୍କ ପାଠପଢା ଶୈଳୀକୁ ମଧ୍ୟ ଅନ୍ୟ ଶିକ୍ଷକମାନେ ଅନୁସରଣ କରନ୍ତି ।
Byte – 3 ପ୍ରଜ୍ଞାପ୍ରିୟଦର୍ଶିନୀ ସାହୁ , ଛାତ୍ରୀ
Byte – 4 ନବଘନ ବିଶ୍ଵାଳ , ଅବିଭାବକ
Conclusion:ଯେଉଁଠି ମନୀଷ ବୀନା ସ୍ଵାର୍ଥ ରେ କିଛିବୀ କାର୍ଯ୍ୟ କରୁନାହିଁ ସେଇଠି ବି ଅଛନ୍ତି ଦିବାକର ଙ୍କ ଭଳି ଆଦର୍ଶ ମଣିଷ । ଯାହାଙ୍କ ନିସ୍ଵାର୍ଥପରତା ନିଶ୍ଚିତ ରୂପେ ସମାଜ ପାଇଁ ଏକ ପ୍ରେରଣା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.