ଅନୁଗୋଳ: ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ବେଳେ ବିଭିନ୍ନ ଜିଲ୍ଲାରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଭିନ୍ନଭିନ୍ନ କଟକଣା ଜାରି କରାଯାଇଛି । ଅନୁଗୋଳ ଜିଲ୍ଲା ଗ୍ରୀନ ଜୋନରେ ରହିଥିବା ବେଳେ କଟକଣାରେ କେତେକ କୋହଳ କରାଯାଇଛି । କିନ୍ତୁ ସନ୍ଧ୍ୟା ସମୟରେ କଟକଣାକୁ ବଢ଼ାଇ ଦିଆଯାଇଛି । ପୁରା ଜିଲ୍ଲାରେ କର୍ଫ୍ୟୁ ଜାରି କରିଛି ପ୍ରଶାସନ ।
ଜିଲ୍ଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫ୍ୟୁ ବଳବତ୍ତର କରାଯାଇଛି । ନିହାତି କାମ ନଥିଲେ ଘରୁ ନ ବାହାରିବାକୁ କୁହାଯାଇଛି । ଯେଉଁ ନିୟମକୁ ଅନୁଗୋଳ ଲୋକେ ମାନି ଥିବା ଦେଖିବାକୁ ମିଳିଛି । ଆମେ ପୁରା ସହର ଓ ଆଖ ପାଖ ଗାଁରେ ସ୍ଥିତି ପରଖିବାକୁ ଚେଷ୍ଟା କରିଥିଲୁ । ଆଉ ସବୁଠି ଦେଖିଥିଲୁ ନୀରବତା ।
![ଅନୁଗୋଳରେ କର୍ଫ୍ୟୁ, ସ୍ଥିତି ପରଖିଲା ଇଟିଭି ଭାରତ](https://etvbharatimages.akamaized.net/etvbharat/prod-images/od-ang-01-angul-curfew-deford-7202779_09052020093410_0905f_1588997050_282.bmp)
ନିହାତି କାମ ଥିବାରୁ କାଁ ଭାଁ ଲୋକେ ବାହାରକୁ ବାହାରୁଥିବା ଦେଖିବାକୁ ପାଇ ଥିଲୁ । ଛକମାନଙ୍କରେ ପୋଲିସର ଶକ୍ତ ପ୍ରହରା ମଧ୍ୟ ନଜରକୁ ଆସିଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ