ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମିଳୁଛି କୋରୋନା ଔଷଧ !

author img

By

Published : Oct 1, 2020, 2:38 PM IST

ସାରା ବିଶ୍ବକୁ ଘାରୁଛି କୋରୋନା ଚିନ୍ତା। ଏହି ମହାମାରୀ ପାଇଁ ପ୍ରତିଷେଧକ ଟୀକା ତଥା ଔଷଧ ପ୍ରସ୍ତୁତ କରିବାକୁ ବଡ ବଡ ବୈଜ୍ଞାନିକ ମାନେ ଲାଗିଥିଲେ ମଧ୍ୟ ଏଯାଏଁ ସଫଳ ହୋଇ ନାହାନ୍ତି। ହେଲେ ଏଭଳି ପରିସ୍ଥିତିରେ ଅନୁଗୋଳର ଜଣେ ବ୍ୟକ୍ତି ନିଜକୁ କବିରାଜ କହି କୋରୋନା ପାଇଁ ଔଷଧ ବିକ୍ରି କରୁଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମିଳୁଛି କୋରୋନା ଔଷଧ !
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମିଳୁଛି କୋରୋନା ଔଷଧ !

ଅନୁଗୋଳ: ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳୁଛି କୋରନା ଔଷଧ ! କଥାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ଆପଣ ଭାବୁଥିବେ ଯେ,ସମଗ୍ର ବିଶ୍ବରେ ଯେତବେଳେ କୋରୋନା ଟୀକା ପାଇଁ ସମଗ୍ର ବିଶ୍ବରେ ପରୀକ୍ଷଣ ଚାଲିଛି, ଏହି ସମୟରେ ଏପରି ଖବର ଟିକେ ଅଲଗା ଲାଗୁଥିବ। ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଛ ମୂଳରେ ନିଜକୁ କବିରାଜ କହୁଥିବା ଧ୍ରୁବ ଚରଣ ନାଏକ କୋରନା ପାଇଁ ଔଷଧ ବିକ୍ରି କରୁଥିବା କହୁଛନ୍ତି। ପାଖରେ ଏକ ଲେଖା ଅଛି। ସେଥିରେ ଲେଖାଯାଇଛି ଏଠାରେ କୋରୋନା ଔଷଧ ମିଳେ। ଧ୍ରୁବ ଦାବି କରିଛନ୍ତି ଯେ, ୨୪ ଘଣ୍ଟା ଭିତରେ ତାଙ୍କ ଦ୍ବାରା ପ୍ରସ୍ତୁତ ଔଷଧ ଖାଇଲେ ନିଶ୍ଚିତ ଭାବେ କୋରୋନା ସମ୍ପୂର୍ଣ୍ଣ ଭଲ ହୋଇଯିବ।

ତେବେ ଧ୍ରୁବ ଗାଈ ଖୀରରେ ଶ୍ବେତ ଅରଖ ଗଛର କ୍ଷୀର ମିଶାଇ ଛେନା ପ୍ରସ୍ତୁତ କରି ସେହି ଛେନାକୁ ବୟସ ଅନୁସାରେ କୋରୋନା ରୋଗୀକୁ ଖାଇବାକୁ ଦେବାକୁ ପରାମର୍ଶ ଦେଉଛନ୍ତି। ସେହି ଛେନା ଖାଇଲେ କୁଆଡେ କୋରୋନା ଆକ୍ରାନ୍ତ ୨୪ ଘଣ୍ଟା ମଧ୍ୟରେ ନିଶ୍ଚିତ ଭାବେ ଭଲ ହୋଇଯିବେ। ଏହା ପୂର୍ବରୁ ସେ କୁଆଡେ ୨ ଜଣ ରୋଗୀଙ୍କୁ ଔଷଧ ଦେଇ ଭଲ କରିସାରିଛନ୍ତି।

ଏନେଇ ସେ ରାସ୍ତାରେ ଯାଉଥିବା ଲୋକଙ୍କୁ ନିଜ ପାଖକୁ ଡାକୁଛନ୍ତି। ଔଷଧ ସେବନ ପ୍ରଣାଳୀ ଓ ଉପକରିତା ସମ୍ପର୍କରେ ବୁଝାଉଛନ୍ତି। କିଛି ଦିନ ହେଲାଣି ଏଭଳି ଚାଲିଥିଲେ ମଧ୍ୟ କାହାର ନଜର ପଡୁନାହିଁ। ତେବେ ଏହାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ ଓ ସମାଜସେବୀ। ଯେଉଁଠି ବିଶ୍ବର ବଡ ବଡ ବୈଜ୍ଞାନିକ ପାରୁ ନାହାନ୍ତି ସତରେ କ'ଣ ଏହି କବିରାଜ କୋରୋନା ଭଲ କରି ପାରିବେ? ଏହି ଔଷଧ ସେବନ କଲେ ମଣିଷ ସ୍ବାସ୍ଥ୍ୟରେ କିଛି କ୍ଷତି ପହଞ୍ଚିବ ନାହିତ ? ଯାହାକୁ ନେଇ ଏହିଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପଟେ ଅରଖ କ୍ଷୀର ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥିବାବେଳେ, ସେହି ଛେନା ଖାଇଲେ ସ୍ବାସ୍ଥ୍ୟ ଉପରେ କିଛି ଖରାପ ପ୍ରଭାବ ପଡିବ ନାହିତ। ଲୋକେ ଏବେ କୋରୋନାକୁ ନେଇ ଭୟଭୀତ ହୋଇ ପଡ଼ିଥିବାରୁ ଭଲ ହୋଇଯିବା ଆଶାରେ କିଛି ବି ଔଷଧ ଖାଇଦେଇ ପାରନ୍ତି। ତେଣୁ ଏଥିପ୍ରତି ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ କଡା ନଜର ଦେବା ଆବଶ୍ୟକ। ଏନେଇ ଆମ ଇଟିଭି ଭାରତ ଟିମ ଅନୁଗୋଳ ସିଡିଏମଓଙ୍କୁ ଯୋଗାଯୋଗ କରିଥିଲା, ହେଲେ ପ୍ରଥମେ ଏ ସମ୍ପର୍କରେ ସେ ଆଦୌ ଜାଣି ନଥିବା କହିଥିବାବେଳେ, ପରେ ତଦନ୍ତ କରି ଏଭଳି ଔଷଧ ବିକ୍ରି ହେଉଥିବା ଜାଣିବାକୁ ପାଇଥିଲେ। ଏହା ସମ୍ପୂର୍ଣ୍ଣ ବେଆଇନ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.