ETV Bharat / state

ବିଏମଏସର ଦୁଇ ସଂଗଠନ ମଧ୍ୟରେ ବିବାଦ - କାର୍ଯ୍ୟକର୍ତ୍ତାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ

ଅନୁଗୋଳ ଜିଲ୍ଲା ତାଳଚେର କୋଇଲାଖଣି ମଜଦୁର ସଂଘ (ବିଏମଏସ) ଲିଙ୍ଗରାଜ ଶାଖାର କାର୍ଯ୍ୟକର୍ତ୍ତାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିଛନ୍ତି ସଂଘର ଅନେକ ସଦସ୍ୟ l

anugul
ବିଏମଏସ ଦୁଇ ସଂଙ୍ଘଠନ ମଧ୍ୟରେ ବିବାଦ
author img

By

Published : Sep 7, 2020, 10:27 PM IST

Updated : Sep 7, 2020, 10:55 PM IST

ଅନୁଗୋଳ: ବିଏମଏସର ଦୁଇ ସଂଗଠନ ମଧ୍ୟରେ ଦେଖାଦେଇଛି ବିବାଦ । ଅନୁଗୋଳ ଜିଲ୍ଲା ତାଳଚେର କୋଇଲାଖଣି ମଜଦୁର ସଂଘ (ବିଏମଏସ) ଲିଙ୍ଗରାଜ ଶାଖାର କାର୍ଯ୍ୟକର୍ତ୍ତାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରିଛନ୍ତି ସଂଘର ଅନେକ ସଦସ୍ୟ l

ବିଏମଏସ ଦୁଇ ସଂଙ୍ଘଠନ ମଧ୍ୟରେ ବିବାଦ

କୌଣସି ମତାମତ ନନେଇ ଦଳୀୟ ବୈଠକ ଆୟୋଜିତ କରିବା ତଥା ଏଥିରେ ସଂଘର ସଦସ୍ୟମାନଙ୍କ ବିନା ସମ୍ମତିରେ ନୂଆ କାର୍ଯ୍ୟକର୍ତ୍ତାମାନଙ୍କୁ ଚୟନ କରାଯିବାକୁ ସଂଘର ସଦସ୍ୟମାନେ ବିରୋଧ କରିଛନ୍ତି ।

ଏ ନେଇ ତାଳଚେର କୋଇଲାଖଣି ମଜଦୁର ସଂଘ (ବିଏମଏସ) ଲିଙ୍ଗରାଜ ଶାଖାର ବହୁ ସଦସ୍ୟ ଦେଉଳବେଡ଼ା ଦୁର୍ଗା ମଣ୍ଡପ ସମ୍ମୁଖରୁ ବାହାରି ଲିଙ୍ଗରାଜ କ୍ଷେତ୍ର ମହା ପ୍ରବନ୍ଧକ ଓ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗପତ୍ର ପ୍ରଦାନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛନ୍ତି l ତେବେ ଦେଖିବାର କଥା ଆଗାମୀ ଦିନରେ ଏହି ସଂଘ ର ବିବାଦ କେଉଁ ମୋଡ଼ ନେଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Sep 7, 2020, 10:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.