ଅନୁଗୋଳ : ଆଜି କୋଲ ଇଣ୍ଡିଆ ଚେୟାରମ୍ୟାନ ପବନ ଅଗ୍ରୱାଲଙ୍କ ଦିନିକିଆ ତାଳଚେର ଗସ୍ତରେ ଆସି ଏମ.ସି.ଏଲର ଲିଙ୍ଗରାଜ ଓ ଭୁବନେଶ୍ଵରୀ କୋଇଲାଖଣି ବୁଲି ଦେଖିଥିଲେ । ପରେ ଏମସିଲ ର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ।
ଦେଶରେ କୋଇଲା ଚାହିଦାକୁ ଦୃଷ୍ଟିରେ ରଖି ଏଠାରେ ଥିବା ସମସ୍ତ ଖଣିରୁ କିପରି ସୁଚାରୁ ରୂପେ କୋଇଲା ଉତ୍ତୋଳନ ହୋଇପାରିବ ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଲିଙ୍ଗରାଜ ଓ ଭୁବନେଶ୍ୱରି କୋଇଲା ଖଣିରେ ଦୁଇଟି CHP ପ୍ରସ୍ତୁତ କରାଯାଉଛି ତାହା ଅତିଶୀଘ୍ର ସମ୍ପୂର୍ଣ କରିବାପାଇଁ ନିର୍ଦେଶ ଦେଇଛନ୍ତି । ଏହାପରେ ଖଣି ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। କିଭଳି ଉତ୍ପାଦନ ବୃଦ୍ଧି ପାଇବ ଏବଂ ଯାହା ସମସ୍ୟା ରହିଛି ସେଗୁଡିକର ସମାଧାନ ହୋଇ ପାରିବ ସେନେଇ ଅଧିକାରୀ ମନଙ୍କୁ ନିର୍ଦେଶ ଦେଇଥିଲେ। ସ୍ଥାନୀୟ ଟ୍ରେଡ଼ ୟୁନିଅନ ନେତା ମାନଙ୍କ ସହ ମଧ୍ୟ ଆଲୋଚନା କରି ସମସ୍ତଙ୍କ ସହଯୋଗ ରହିଲେ ସବୁ କାମ ସୁବିଧାରେ ହୋଇ ପାରିବ ବୋଲି କହିଥିଲେ। । ତାଙ୍କ ସହ ଏମ ସି ଏଲ ନିର୍ଦେଶକ ପି.କେ.ସିନହା ଉପସ୍ଥିତ ଥିଲେ ।
CHP କାର୍ଯ୍ୟକାରୀ ହେଲେ ପ୍ରଦୂଷଣର ମାତ୍ରା କମିବ । ଏମ.ସି.ଏଲ ଦ୍ୱାରା ନିର୍ମିତ ମେଡିକାଲ କଲେଜ ମଧ୍ୟ ଅତିଶୀଘ୍ର ଚାଲୁକରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କୋଲ ଇଣ୍ଡିଆ ଚେୟାରମ୍ୟାନ ପ୍ରମୋଦ ଅଗ୍ରୱାଲ ସୂଚନା ଦେଇଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ