ETV Bharat / state

ଗାଁକୁ ପାଣି ନାହିଁ, ବ୍ଲକ ଘେରିଲେ ଗ୍ରାମବାସୀ - drinking water scarcity chendipada

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନୁସୂଚିତ ଜାତି ସାହିରେ ପିଇବା ପାଣି ପାଇଁ ଆନ୍ଦୋଳନ । ସାହିର ଶତାଧିକ ମହିଳା ପାଣି ଯୋଗାଇବା ଦାବିରେ ଆଜି ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ...

ଛେଣ୍ଡିପଦା ବ୍ଲକ ଅନୁସୂଚିତ ଜାତି ସାହିରେ ପିଇବା ପାଣି ପାଇଁ ଆନ୍ଦୋଳନ

author img

By

Published : Mar 18, 2021, 8:04 PM IST

ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନୁସୂଚିତ ଜାତି ସାହିରେ ପିଇବା ପାଣି ପାଇଁ ଆନ୍ଦୋଳନ । ସାହିର ଶତାଧିକ ମହିଳା ପାଣି ଯୋଗାଇବା ଦାବିରେ ଆଜି ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଘେରାଉ ସମୟରେ ଗରା, ମାଠିଆ, ବାଲଟି୍କୁ ବ୍ଲକ୍ ସମୁଖରେ ରଖି ଅବରୋଧ କରିଥିବାର ଦେଖିବାକୁ ମିଳିଛି । ପାନୀୟ ଜଳ ସୁବିଧା ନଥିବା ଫଳରେ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଛେଣ୍ଡିପଦା ବ୍ଲକ ଅନୁସୂଚିତ ଜାତି ସାହିରେ ପିଇବା ପାଣି ପାଇଁ ଆନ୍ଦୋଳନ

ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ସମସ୍ୟା ସମାଧାନ କରୁଥିବାରୁ ସାହି ବାସିନ୍ଦା ବ୍ଲକ ଘେରିବାକୁ ବାଧ୍ୟ ହୋଇଛନ୍ତି । ବିକ୍ଷୋଭକାରୀ ମାନେ କହିଛନ୍ତି ଯେ, ଖରା ଦିନ ଆରମ୍ଭ ନହେଉଣୁ ଯଦି ପାଣି ସମସ୍ୟା ଦେଖାଦେଲାଣି । ତେବେ ଆସୁଥିବା ଖରା ଦିନରେ ପାଣି ପାଇଁ ଉତ୍କଟ ସମସ୍ୟା ଦେଖାଯିବ ବୋଲି ସେମାନେ କହିଛନ୍ତି । ସାହି ବାସିନ୍ଦାଙ୍କ ଅଭିଯୋଗ ଯେ, ସେଠାରେ ୩୦୦ରୁ ଅଧିକ ପରିବାର ବସବାସ କରନ୍ତି । ସବୁ ନଳକୁଅ ଓ ଖୋଲା କୂଅ ଶୁଖି ଗଲାଣି । ତେଣୁ ପିଇବା ପାଣି ମୁନ୍ଦାଏ ପାଇଁ ସେମାନେ ଡହଳ ବିକଳ ହେଉଛନ୍ତି । ତେଣୁ ସାହିକୁ ପାଇପ ଯୋଗେ ଜଳ ଯୋଗାଇ ଦେବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଆହୁରି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.