ETV Bharat / state

ପୋଟଳ ବଗିଚାରେ ଗଞ୍ଜେଇ ଚାଷ, ନଷ୍ଟ କଲା ଅବକାରୀ ବିଭାଗ - ଅନୁଗୋଳ ନ୍ୟୁଜ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଙ୍କୁରପାଳ ଗ୍ରାମରେ ଅବକାରୀ, ପୋଲିସ ଓ ବନବିଭାଗ ମିଳିତ ଚଢାଉ କରି ପୋଟଳ ବଗିଚା ମଧ୍ୟରେ ଚାଷ ହୋଇଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି ।

anugul-excise-department-ganja-field-destroy-in-chendipada
ଫଟୋ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ
author img

By

Published : Dec 1, 2019, 1:27 AM IST

ଅନୁଗୋଳ : ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ ହେଉଛି କିନ୍ତୁ ଧରା ପଡୁ ନାହାନ୍ତି କୌଣସି ଚାଷୀ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଙ୍କୁରପାଳ ଗାଁରେ ଅବକାରୀ, ପୋଲିସ ଓ ବନବିଭାଗ ମିଳିତ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ

ଅନୁଗୋଳ ଅବକାରୀ ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ କ୍ରିଷ୍ଣା ନାୟକଙ୍କ ନେତୃତ୍ବରେ ଅବକାରୀ ବିଭାଗ, ଛେଣ୍ଡିପଦା ପୋଲିସ ଓ ଛେଣ୍ଡିପଦା ବନ ବିଭାଗ ପକ୍ଷରୁ କଙ୍କୁରପାଳର ଗଞ୍ଜେଇ ଚାଷ ଉପରେ ଚଢାଉ କରାଯାଇଥିଲା। ପୋଟଳ ବଗିଚା ମଧ୍ୟରେ ଚାଷ ହୋଇଥିବା ପାଖାପାଖି ୧୫୦୦ଟି ଗଞ୍ଜେଇ ଗଛ କାଟି ସଫା କରିବା ସହିତ ଗଛଗୁଡିକୁ ପୋଡି ନଷ୍ଟ କରିଦିଆଯାଇଛି । ନଷ୍ଟ କରା ଯାଇଥିବା ଗଞ୍ଜେଇ ଗଛ ଲକ୍ଷାଧିକ ଟଙ୍କା ହେବ। ଗଞ୍ଜେଇ ଚାଷୀଙ୍କ ଉପରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ପ୍ରେସ ଇସ୍ତାହାର ଜାରୀ କରାଯାଇଛି । ତେବେ ପ୍ରଶ୍ନ ଉଠୁଛି ବିଭାଗ ଏତେ ପରିମାଣରେ ଗଞ୍ଜେଇ ନଷ୍ଟ କରୁଥିଲେ ମଧ୍ୟ କୌଣସି ସ୍ଥାନରେ ଜଣେ ହେଲେ ଅପରାଧୀଙ୍କୁ ଧରିପାରୁ ନାହିଁ ।

ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ

Intro:ପୋଡା ହେଉଛି ଗଞ୍ଜେଇ । ଧରା ପଡୁ ନହାନ୍ତି ଚାଷୀ । ଅନୁଗୋଳ ଜିଲା ଅବକାରୀ ବିଭାଗ ର ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ । ଆଜି ପୁଣି ନଷ୍ଟ ହୋଇଛି ବିପୁଳ ଗଞ୍ଜେଇ । Body:ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କଙ୍କୁରପାଳ ଗ୍ରାମରେ ଅବକାରୀ ,ପୋଲିସ ଓ ବନବିଭାଗ ମିଳିତ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରିଛି। ଅବକାରୀ ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ କ୍ରିଷ୍ଣା ନାୟକଙ୍କ ନେତୃତ୍ୱରେ ଅନୁଗୋଳ ଅବକାରୀ ବିଭାଗ, ଛେଣ୍ଡିପଦା ପୋଲିସ ଓ ଛେଣ୍ଡିପଦା ବନ ବିଭାଗ ପକ୍ଷରୁ କଙ୍କୁରପାଳ ରେ ହୋଇଥିବା ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରାଯାଇଥିଲା। ପୋଟଳ ବଗିଚା ମଧ୍ୟରେ ଚାଷ ହୋଇଥିବା ୧୫୦୦ଟି ଗଞ୍ଜେଇ ଗଛ କାଟି ସଫା କରିବା ସହିତ ଗଛଗୁଡିକୁ ପୋଡି ନଷ୍ଟ କରିଦିଆଯାଇଛି । ନଷ୍ଟ କରା ଯାଇଥିବା ଗଂଜେଇ ଗଛ ଲକ୍ଷାଧିକ ଟଙ୍କା ହେବ। ଗଞ୍ଜେଇ ଚାଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ପ୍ରେସ ଇସ୍ତା ହାର ଜଣା ଯାଇଛି
। Conclusion:ତେବେ ପ୍ରଶ୍ନ ଉଠୁଛି ବିଭଗ ଏତେ ଏତେ ପରିମାଣରେ ଗଞ୍ଜେଇ ନଷ୍ଟ କରୁଥିଲି ମଧ୍ୟ କୌଣସି ସ୍ଥାନରେ ଜଣେ ହେଲେ ଅପରାଧୀ ଙ୍କୁ ଧରିପାରୁ ନାହିଁ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.