ETV Bharat / state

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗରେ ସରକାରଙ୍କୁ ଘେରିବ ବିଜେପି

ଅନୁଗୋଳ ଜିଲ୍ଲାର ଆଠଟି ଯାକ ବ୍ଲକ ସମ୍ମୁଖରେ ବିଜେପି ଦଳ ପକ୍ଷରୁ ତିନିଦିନ ଧରି ପ୍ରତିବାଦ ବିକ୍ଷୋଭ ଜାରି ରହିବ। ଅଧିକ ପଢ଼ନ୍ତୁ...

author img

By

Published : Jul 6, 2021, 10:46 PM IST

anugul bjp agitation, bjp agitation for 3 days, Irregularities in awas yojna,  ସରକାରଙ୍କୁ ଘେରିବ ବିଜେପି, ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ, ଅନୁଗୋଳ ବିଜେପି
ଆବାସ ଯୋଜନାରେ ଅନିୟମିତତା ଅଭିଯୋଗରେ ସରକାରଙ୍କୁ ଘେରିବ ବିଜେପି

ଅନୁଗୋଳ: ରାଜ୍ୟରେ ଆବସ ଯୋଜନାର ହିତାଧିକାରୀ ଚୟନରେ ରାଜ୍ୟ ସରକାର ଅନିୟମିତତା କରିଛନ୍ତି। ଯାହା ବିରୁଦ୍ଧରେ ବୁଧବାର ଠାରୁ ବିଜେପି ଦଳ ପକ୍ଷରୁ ବ୍ଲକ କଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବ ଦଳ ।

ରାଜ୍ୟରେ ଆବାସ ଦୁର୍ନୀତି ନେଇ ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଜିଲ୍ଲା ବିଜେପି କଯ୍ୟାଳୟରେ ଦଳ ପକ୍ଷରୁ ଆସନ୍ତା ତିନି ଦିନ ଧରି ପ୍ରତିବାଦ କରାଯିବ ବୋଲି ସୂଚନା ଦିଆଯାଇଛି। ଅନୁଗୋଳ ଜିଲ୍ଲାରେ ଥିବା ଆଠଟି ଯାକ ବ୍ଲକ ସମ୍ମୁଖରେ ଦଳ ପକ୍ଷରୁ ପ୍ରତିବାଦ କରାଯିବା ବୋଲି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ସୂଚନା ଦେଇଛନ୍ତି।

ରାଜ୍ୟ ସରକାର ଆବସ ଯୋଜନାର ଅର୍ଥ କିଭଳି ଆତ୍ମସାତ କରିଛନ୍ତି ସେ ନେଇ ଲୋକଙ୍କ ପାଖରେ ତଥ୍ୟ ରଖାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଖାଲି ସେତିକି ନୁହେଁ ଗରିବଙ୍କ ଘରକୁ କିଭଳି ବିତ୍ତଶାଳୀ ଲୋକଙ୍କୁ ବଣ୍ଟା ଯାଇଛି ସେ ନେଇ ଦଳ ରାଜ୍ୟ ସରକାରଙ୍କୁ ଘେରିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.