ETV Bharat / state

ଅନୁଗୋଳ ଜିଲ୍ଲାରେ ମରୁଡ଼ି ସ୍ଥିତି, ମୁକାବିଲା ପାଇଁ ତତ୍ପର ପ୍ରଶାସନ - ମରୁ଼ଡ଼ି ସ୍ଥିତିର ସମାଧାନ

ଅନୁଗୋଳ ଜିଲ୍ଲାରେ ସୃଷ୍ଟି ହୋଇଛି ମରୁଡ଼ି ସ୍ଥିତି । ଏହାକୁ ମୁକାବିଲା କରିବା ପାଇଁ ଜିଲ୍ଲା କୃଷି ବିଭାଗ ତତ୍ପର ହୋଇଉଠିଛି । ଅଧିକ ପଢନ୍ତୁ...

ଅନୁଗୋଳ ଜିଲ୍ଲାରେ ମରୁଡ଼ି ସ୍ଥିତି, ମୁକାବିଲା ପାଇଁ ତତ୍ପର ହେଲା ବିଭାଗ

author img

By

Published : Sep 2, 2021, 5:14 PM IST

ଅନୁଗୋଳ: ଜିଲ୍ଲାରେ ମରୁଡି ପରିସ୍ଥିତି ମୁକାବିଲା ପାଇଁ କୃଷି ବିଭାଗ ଏବେ ତତ୍ପର ହୋଇପଡି଼ଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ମରୁଡି ସ୍ଥିତି ସମୀକ୍ଷା କରିବା ପରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ତୁରନ୍ତ କୃଷି ଓ କୃଷକମାନଙ୍କ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେବା ପରେ ତତ୍ପର ହୋଇଛି ଜିଲ୍ଲା କୃଷି ବିଭାଗ ।

ଅନୁଗୋଳ ଜିଲ୍ଲାରେ ମରୁଡ଼ି ସ୍ଥିତି, ମୁକାବିଲା ପାଇଁ ତତ୍ପର ହେଲା ବିଭାଗ

ଜିଲ୍ଲା କୃଷି ବିଭାଗ ତରଫରୁ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ ଡାକି ରିଭ୍ୟୁ କରାଯାଇଥିଲା । ଏହାଛଡ଼ା ଉଠା ଜଳ ସେଚନ ବିଭାଗ, କ୍ଷୁଦ୍ର ଓ ମଧ୍ୟମ ଜଳ ସେଚନ ବିଭାଗ, ବିହନ ନିଗମ ଓ ଅନ୍ୟାନ୍ୟ କୃଷି ସମ୍ପର୍କିତ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରି କିଭଳି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଖୁବଶୀଘ୍ର କାର୍ଯ୍ୟକାରୀ ହୋଇପାରିବ ସେନେଇ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୭ଦିନ ମଧ୍ୟରେ ସବୁ ଅଚଳ ଉଠା ଜଳସେଚନ ପଏଣ୍ଟଗୁଡିକୁ ସଚଳ କରିବାକୁ ଅଣ୍ଟା ଭିଡ଼ିଛି ବିଭାଗ । ସେହିପରି ଆଗକୁ ଆହୁରି କ୍ଷୁଦ୍ର ଓ ମଧ୍ୟମ ଜଳ ସେଚନ ପ୍ରକଳ୍ପ ହାତକୁ ନେବାକୁ ଜଳ ସେଚନ ବିଭାଗ ଲାଗି ପଡିଛି।

ଖୁବ କମ ଦିନ ମଧ୍ୟରେ ଚାଷୀଙ୍କର କେତେ ବିହନ ଆବଶ୍ୟକ ତାହା ଆକଳନ କରି ଯୋଗାଇ ଦେବାକୁ କାମ ଆରମ୍ଭ କରିଛି କୃଷି ବିଭାଗ । ସେହିପରି ମନରେଗା ଯୋଜନାରେ ଚାଷୀଙ୍କୁ ଅଧିକରୁ ଅଧିକ ଲାଭ ଯୋଗାଇ ଦେବାକୁ ପ୍ରଶାସନ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛି । ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ଏକ ପ୍ରକାର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି ।

କେବକ ଅଗଷ୍ଟ ମାସରେ ହାରାହାରି ବୃଷ୍ଟିପାତ ୩୫୭ ମିଲିମିଟର ଆବଶ୍ୟକ ପଡୁଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ମାସରେ ମାତ୍ର ୧୨୧ ମିଲିମିଟର ବର୍ଷା ହୋଇଛି । ଅର୍ଥାତ କୃଷି ବିଭାଗ ରେକର୍ଡ ଅନୁସାରେ ଜିଲ୍ଲାରେ ୬୬ ପ୍ରତିଶତ ବର୍ଷା କମ ହୋଇଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କୃଷି ବିଭାଗ ବିଭିନ୍ନ ପଦକ୍ଷେପ ନେଉଥିବା ଜିଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.