ETV Bharat / state

ନିଯୁକ୍ତି ଦାବିରେ କୋଇଲା ଖଣି ବନ୍ଦ କଲେ ଜମିହରା

author img

By

Published : Oct 27, 2022, 7:49 PM IST

କଣିହାଁ ଖୋଲା କୋଇଲା ଖଣିକୁ ବନ୍ଦ କଲେ ଜମିହରା । ନିଯୁକ୍ତି ନମିଳିବାରୁ ଆନ୍ଦୋଳନ କଲେ କ୍ଷତି ଗ୍ରସ୍ତ ଗ୍ରାମବାସୀ । ଅଧିକ ପଢନ୍ତୁ

ନିଯୁକ୍ତି ଦାବିରେ କୋଇଲା ଖଣି ବନ୍ଦ କଲେ ଜମିହରା
ନିଯୁକ୍ତି ଦାବିରେ କୋଇଲା ଖଣି ବନ୍ଦ କଲେ ଜମିହରା

ଅନୁଗୋଳ: ନିଯୁକ୍ତି ନମିଳିବାରୁ କୋଇଲା ଖଣି ବନ୍ଦ । ଖଣି ବନ୍ଦ କରି ଆନ୍ଦୋଳନ କଲେ କ୍ଷତିଗ୍ରସ୍ତ ଗ୍ରାମବାସୀ । ଅନୁଗୋଳ ଜିଲ୍ଲା କଣିହାଁରେ ଥିବା କଣିହାଁ ଖୋଲା କୋଇଲା ଖଣିକୁ ଗ୍ରାମବାସୀଙ୍କ ଦ୍ବାରା ବନ୍ଦ କରାଯାଇଛି । ଜମି ଅଧି ଗ୍ରହଣ ପରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନିଯୁକ୍ତି ଦିଆଯାଇଥିବାବେଳେ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ନିଯୁକ୍ତି ଦିଆଯାଇନାହିଁ । ମିଳିଥିବା ସୂଚନା ଅନୁଯାୟୀ, କଣିହାଁ ଖୋଲା କୋଇଲା ଖଣି କର୍ତ୍ତୃପକ୍ଷ ତିନୋଟି ପର୍ଯ୍ୟାୟରେ ଜମି ଅଧିଗ୍ରହଣ କରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମାତ୍ର ୨୧ଜଣକୁ ନିଯୁକ୍ତି ଦେଇଥିଲେ ।

କିନ୍ତୁ ପ୍ରତିଶୃତି ମୁତାବକ ୩ୟ ଓ ୪ର୍ଥ ପର୍ଯ୍ୟାୟରେ ଦୀର୍ଘ ଦିନ ହେଲା ଆଉ ନିଯୁକ୍ତି ଦେଉ ନାହାନ୍ତି । ଏହାର ପ୍ରତିବାଦରେ କଣିହାଁ ଅଞ୍ଚଳର କ୍ଷତିଗ୍ରସ୍ତ ଲୋକେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଖଣି ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ନିଯୁକ୍ତି ପାଇଁ ପରିବାର ଗୁଡିକ ବାରମ୍ବାର ଦାବି ଜଣାଇ ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁଫଳ ପାଇପାରି ନାହାନ୍ତି । ପୂର୍ବରୁ ଆରପିଡିଏସ ବୈଠକରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ସେହି ନିଷ୍ପତ୍ତି ମଧ୍ୟ କାର୍ଯ୍ୟକାରୀ ହେଉନାହିଁ । ଖଣି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ବୈଠକ କରି ନିଷ୍ପତ୍ତି ନିଆଯିବ ବୋଲି କହି ଦିନ ଗଡାଉଛନ୍ତି । ତେଣୁ ବାଧ୍ୟ ହୋଇ ଖଣି ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଆନ୍ଦୋଳନ ଯୋଗୁ ଖଣି ଖନନ ଓ ପରିବହନ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ଏହା ମଧ୍ୟ ପଢନ୍ତୁ-ଧାନ ବିଲରେ ଚରିଯାଉଛି ଅଜଣା ପୋକ, ଋଣ ସୁଝିବା ଚିନ୍ତାରେ ଚାଷୀ

ଅନ୍ୟ ଜଣେ ଆନ୍ଦୋଳନକାରୀ କହିଛନ୍ତି, ''ତିନି ଦିନ ହେଲା ଏଠାରେ ଆମେ ଆନ୍ଦୋଳନ କରୁଛୁ, ଜିଲ୍ଲା ପ୍ରଶାସନ ଏ ଘଟଣାରେ ହସ୍ତକ୍ଷେପ କରନ୍ତୁ ଏବଂ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି ସ୍ଥାୟୀ ସମାଧାନ କରିବାକୁ କହିଛନ୍ତି ଆନ୍ଦୋଳନକାରୀ ।'' ଏନେଇ ଜଣେ ଆନ୍ଦୋଳନକାରୀ କହିଛନ୍ତି, ''ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଆମର ୨୧ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । କିନ୍ତୁ ବଳକା ପରିବାର ଗୁଡିକୁ ତୃତୀୟ ଚତୁର୍ଥ ପର୍ଯ୍ୟାୟରେ ନିଯୁକ୍ତି ଦିଆଯାଇ ନାହିଁ । ଏନେଇ ବାରମ୍ଭାର ଅଭିଯୋଗ କଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ଖଣି କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆମେ ଜମିହରା ହନ୍ତସନ୍ତ ହେଉଛୁ ।''

ତେବେ କଣିହାଁ ଖୋଲା କୋଇଲା ଖଣି ପ୍ରତିଷ୍ଠାବେଳେ, ସ୍ଥାନୀୟ ଲୋକଙ୍କୁ ଜମି ଅଧିଗ୍ରହଣ କରାଯାଇଥିଲା, ସେହି ସମୟରେ ପ୍ରତେକ ଜମିହରାଙ୍କୁ ପରିବାରକୁ ଖଣିରେ ନିଯୁକ୍ତି ଦିଆଯିବା ନେଇ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ କେବଳ ୨୧ ଜଣଙ୍କୁ ନିଯୁକ୍ତି ମିଳିଛି କିନ୍ତୁ ବାକି ଜମି ହରାଙ୍କ ପରିବାରକୁ ନିଯୁକ୍ତି ନମିଳିବାରୁ କ୍ଷତିଗ୍ରସ୍ତ ଗାଁ ଲୋକେ ଆଜି ଆନ୍ଦୋଳନକୁ ଓହ୍ଲାଇ କୋଇଲା ଖଣିକୁ ବନ୍ଦ କରିଛନ୍ତି ।

ଅନୁଗୋଳ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.