ଅନୁଗୁଳ: ଜିଲ୍ଲା ମହୋତ୍ସବ ପାଇଁ ବାଧକ ସାଜିଛି ଖରାପ ପାଗ । ବଦଳିଲା ମହୋତ୍ସବ ତାରିଖ । ଫଳରେ 7 ବଦଳରେ 11ରୁ ଆରମ୍ଭ ହେବ ଜିଲ୍ଲା ମହୋତ୍ସବ ।
11ରୁ ଆରମ୍ଭ ହୋଇ ନିର୍ଦ୍ଧାରିତ ସୂଚୀ ମୁତାବକ ତିନି ଦିନ ଯାଏଁ ଚାଲିବ ଏହି ମହୋତ୍ସବ । ଏନେଇ ସୂଚନା ଦେଇଛି ଅନୁଗୁଳ ଜିଲ୍ଲା ପ୍ରଶାସନ ।
ସୂଚନା ମୁତାବକ କୋହଲା ପାଗ ଓ ଲଗାଣ ବର୍ଷା ଯୋଗୁଁ ସମସ୍ତ ଆୟୋଜନ ସତ୍ତ୍ବେ ମହୋତ୍ସବ ତାରିଖକୁ ଘୁଞ୍ଚାଯାଇଛି । ଫଳରେ 5ଦିନ ବିଳମ୍ବରେ ଆରମ୍ଭ ହୋଇ ପୂର୍ବ ଯୋଜନା ମୁତାବକ 3ଦିନ ଯାଏଁ ଆୟୋଜନ ହେବ ଜିଲ୍ଲା ମହୋତ୍ସବ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରରେ ଅନେକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବାର ଯୋଜନା ରହିଛି ।
ଅନୁଗୁଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ