ETV Bharat / state

୯୨ଟି ମୌଜାର ଚାଷୀଙ୍କ ଦୁଃଖ ଚକବନ୍ଦୀ, ବ୍ୟବସ୍ଥା ଉଚ୍ଛେଦ ଦାବିରେ ପ୍ରତିବାଦ - ଚାଷୀଙ୍କୁ କନ୍ଦାଉଛି ଚକବନ୍ଦୀ ବ୍ୟବସ୍ଥା

ଜିଲ୍ଲାରେ ଚାଷୀଙ୍କ ପାଇଁ ଏବେ କଣ୍ଟା ହୋଇଛି ଚକବନ୍ଦୀ ବ୍ୟବସ୍ଥା । ଏହାକୁ ଉଚ୍ଛେଦ କରିବାକୁ ଦାବି କରି 92 ମୌଜାର ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢ଼ନ୍ତୁ

Chakabandi problem of Angul
ଚାଷୀଙ୍କ ଦୁଃଖ ଚକବନ୍ଦୀ
author img

By

Published : Jan 18, 2023, 1:47 PM IST

ଚାଷୀଙ୍କ ଦୁଃଖ ଚକବନ୍ଦୀ

ଅନୁଗୋଳ: ଜିଲ୍ଲାର ଚାଷୀଙ୍କୁ କନ୍ଦାଉଛି ଚକବନ୍ଦୀ ବ୍ୟବସ୍ଥା । ନିଜର ଜମି ଥାଇ ବି ଆଜି ସେମାନେ ଜମି ନଥିବା ଲୋକଙ୍କ ଭଳି ବଞ୍ଚୁଛନ୍ତି ।ଯାହାପାଇଁ ସେମାନେ କରିଛନ୍ତି ପ୍ରତିବାଦ । ଚକବନ୍ଦୀ ବ୍ୟବସ୍ଥା ଉଚ୍ଛେଦ ଦାବି କରି ଗତକାଲି ହଜାର ହଜାର ଚାଷୀ କରିଛନ୍ତି ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ । ଜିଲ୍ଲାର ୯୨ଟି ମୌଜାର ଚାଷୀଙ୍କୁ କନ୍ଦାଇଲାଣି ସରକାର ଲାଗୁ କରିଥିବା ଚକବନ୍ଦୀ ବ୍ୟବସ୍ଥା । ସରକାର ପରେ ସରକାର ପରିବର୍ତ୍ତନ ହୋଇ ଥିଲେ ବି ଚକବନ୍ଦୀ ବ୍ୟବସ୍ଥାର ହୋଇ ନାହିଁ ପରିବର୍ତ୍ତନ । ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ତେଜୁଥିବା ଅସନ୍ତୋଷ ତୀବ୍ର ରୂପ ନେଇଛି ।

୯୨ଟି ମୌଜାର ଚାଷୀ ଗତକାଲି ଦଳମତ ନିର୍ବିଶେଷରେ ଏକାଠି ହୋଇ କରିଛନ୍ତି ପ୍ରତିବାଦ । ଅନୁଗୋଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ପ୍ରତିବାଦ ଶୋଭାଯାତ୍ରାରେ ସେମାନେ ସହର ପରିକ୍ରମା କରିବା ପରେ ଆସି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ । ସେଠାରେ ପ୍ରତିବାଦ ସମାବେଶ କରିବା ସହ ଚକବନ୍ଦୀ ପାଇଁ ସେମାନେ ଭୋଗୁଥିବା ଅସୁବିଧା ସମ୍ପର୍କରେ କହିଥିଲେ । ସରକାରୀ ବ୍ୟବସ୍ଥା କିଭଳି ସେମାନଙ୍କୁ ଅସୁବିଧାରେ ପକାଉଛି ସେ ନେଇ ବର୍ଷିଥିଲେ । ୧୯୭୨ ମସିହାରୁ ସେମାନେ ଚକବନ୍ଦୀ ପାଇଁ ଅସୁବିଧା ଭୋଗୁଛନ୍ତି । ନିଜର ଜମି ଥାଇ ବି ତାହା ଅନ୍ୟର ଦଖଲରେ ରହିଛି ।

ସେମାନେ ଚାହିଁଲେ ବି ତାକୁ କୌଣସି କାମ ବ୍ୟବହାର କରିପାରୁ ନାହାଁନ୍ତି । ଖାଲି ସେତିକି ନୁହେଁ ସରକାର କେବଳ ଚକର ରେକର୍ଡ ଦେଇଥିବା ବେଳେ ଜମିର ମୂଳ ରେକର୍ଡ ଅନ୍ୟ ନାଁରେ ଥିବାରୁ ତାକୁ ମଧ୍ୟ ଅସୁବିଧା ସମୟରେ ବିକ୍ରି କରି ପାରୁନାହାଁନ୍ତି । ଯାହାକୁ ନେଇ ଏହି ୯୨ ମୌଜାର ଚାଷୀ ସରକାରୀ ଦପ୍ତର ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ବି ସୁଧା କେହି ତାଙ୍କ କଥା ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଯଦି ବ୍ୟବସ୍ଥା ଉଚ୍ଛେଦ ନ କରି ଜମିର ମୂଳ ମାଲିକକୁ ତାର ଜମି ଦଖଲ ଦିଆ ନଯାଏ ତେବେ ଆଗକୁ ବଡଧରଣର ଆନ୍ଦୋଳନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ଚାଷୀ ମାନେ । ଚାଷୀ ସୁରକ୍ଷା କମିଟି ଡାକରାରେ ଗତକାଲି ହଜାର ହଜାର ଚାଷୀ ଏହି ପ୍ରତିବାଦ ଓ ବିକ୍ଷୋଭ କରିଥିଲେ । 1980ରୁ ଏହି ଆଇନ ବା ବ୍ୟବସ୍ଥା ଆସିଥିଲେ ମଧ୍ୟ ଚାଷୀଙ୍କୁ ଏହାର ଗାଇଡ଼ ଲାଇନ ଅନୁସାରେ ସୁବିଧା ମିଳୁନାହିଁ । ତେଣୁ ଏହି ବନ୍ଦୋବସ୍ତକୁ ବିରୋଧ କରିବାସହ ନୂତନ ବ୍ୟବସ୍ଥା ପ୍ରଚଳନ କରିବାକୁ ଚାଷୀ ଦାବି କରିଛନ୍ତି ।

ଏ ସମ୍ପର୍କରେ କୃଷକ ନେତା ଜିତେନ୍ଦ୍ର ପ୍ରଧାନ କହିଛନ୍ତି, ''ଆମେ ସରକାରଙ୍କ ଦ୍ବାରା ଅନୁଗୋଳ ଜିଲ୍ଲାର ୯୨ଟି ମୌଜାକୁ ଚକବନ୍ଦୀ ଦ୍ବାରା କାର୍ଯ୍ୟକାରୀ କରାଯାଇଛି । ପୂର୍ବରୁ ସରକାରଙ୍କ ନିୟମ ଥିଲା ୨୧୦ଟି ଗାଁକୁ ଚକବନ୍ଦୀ କରାଯିବାର । କିନ୍ତୁ କୌଶଳ କ୍ରମେ ସେଥିରୁ ୧୧୮ଟି ଗ୍ରାମକୁ ସେଥିରେ କାଟିଦିଆଗଲା । ଏହାବାଦ ଆମର ୯୨ ମୌଜା ଉପରେ ସେହି ଚକା ବନ୍ଦୀକୁ ଲଦି ଦିଆଗଲା । ତେବେ ଏହାଦ୍ବାରା ଆମକୁ ଚକାଆକରରେ ପଟ୍ଟା ପ୍ରଦାନ କରାଗଲା । କିନ୍ତୁ ଆମକୁ ଚକ ଆକାରରେ କୌଣସି ଯାଗାକୁ ଦଖଲ କରିବାକୁ ଦିଆଗଲା ନାହିଁ । ତେବେ ୧୯୭୧ ମସିହାରେ ଏହି ନିୟମ ଆସିବାପରେ ୧୯୮୧-୮୨ ମଧ୍ୟରେ ଆମକୁ ପଟ୍ଟା ପ୍ରଦାନ କରାଗଲା । ଯେଉଁମାନେ ପଟ୍ଟା ଗ୍ରହଣ କଲେ ନାହିଁ ସେମାନଙ୍କର ରଦ୍ଦ କରିଦିଆଗଲା । ଫଳରେ ଆମ ୯୨ ମୌଜାରବାସୀ ନିର୍ଯାତିତର ଶୀକାର ହେଲେ'' ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.