ଅନୁଗୋଳ: ତାଲାବନ୍ଦ ପକାଇଛି ପେଟ ପାଟଣାରେ ତାଲା । 2ମାସରୁ ଅଧିକ ଦିନ ହେବ ହାତବାନ୍ଧି ବସିଛନ୍ତି ଡ୍ରାଇଭର । ବାହାର ରାଜ୍ୟକୁ ଗାଡି ଚଲାଇ ଯାଉଥିବାରୁ ଗାଁ ଲୋକେ ଗାଁରେ ପୂରାଇ ଦେଉନଥିବା ବେଳେ ମାଲିକ ଆଉ ଭଡାରେ ଡାକୁ ନାହାନ୍ତି । ଫଳରେ କାମଧନ୍ଦା ନପାଇ ଏବେ ଚିନ୍ତାରେ ଡ୍ରାଇଭର ପରିବାର ।
ତାଲାବନ୍ଦ ପାଇଁ ଅନୁଗୋଳ ଜିଲ୍ଲାରେ ଏବେ ଅନେକ ଡ୍ରାଇଭର ନିଜର ରୋଜଗାର ହରାଇଛନ୍ତି । ଯେବେ ଠୁ ଦେଶରେ ତାଲାବନ୍ଦ ହେଲାଣି ସେବଠୁ ଆଉ ସେମାନେ ଗାଡି ଚଲାଇ ଯାଇ ପାରୁ ନାହାଁନ୍ତି । ଜିଲ୍ଲାର ପାଇକ ସାହି ପଞ୍ଚାୟତରେ ଅଛନ୍ତି କେବଳ 250ରୁ ଅଧିକ ଡ୍ରାଇଭର । ଅନ୍ୟର ଗାଡି ଚଳାଇଲେ ଘରେ ସେମାନଙ୍କର ଚୁଲି ଜଳେ । ହେଲେ ଗତ ମାର୍ଚ୍ଚ ମାସରୁ ଗାଡି ଚଳା ବନ୍ଦ । କାରଣ ତାଲାବନ୍ଦ ବେଳେ ପରିବହନ ସିନା ହେଉଛି, ହେଲେ ବାହାର ରାଜ୍ୟକୁ ଗାଡି ଚଲାଇ ଗଲେ ଗାଁ ଲୋକେ କୋରନା ଭୟରେ ତାଙ୍କୁ ଗାଁରେ ପୁରାଇ ଦେଉ ନାହାନ୍ତି । ଯାହା ପାଇଁ ସେମାନେ ଆଉ ଗାଡି ଚଲାଇ ଯାଇନାହାନ୍ତି ।
ଏହି ଗାଁର ଜିଲ୍ଲାର ସବୁଠାରୁ ଅଧିକ ଲୋକ ଡ୍ରାଇଭିଂ କରି ରୋଜଗାର କରନ୍ତି । କିଏ କାର କିଏ ଟ୍ରକ ତ ପୁଣି କିଏ ବସ ଚଲାନ୍ତି । ଟ୍ରକକୁ ଛାଡିଦେଲେ ବାକି ସବୁ ଗାଡି ଚଳାଇବା ଉପରେ କଟକଣା ରହିଛି । ଫଳରେ ତାଲା ବନ୍ଦ ଦିନଠୁ ସେମାନ ନିଜର ରୋଜଗାର ହରାଇଛନ୍ତି । ଏନେଇ ସେମାନେ ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ ନିକଟରେ ଦାବି ମଧ୍ୟ ଜଣାଇଛନ୍ତି ।
ଏବେ ଯଦି ଗାଡି ମଟର ନଚାଲେ ତେବେ ସେମାନେ କ'ଣ କରି ବଞ୍ଚିବେ ତାକୁ ନେଇ ଚିନ୍ତାରେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ