ଅନୁଗୋଳ: ଥମୁନି ଉପ-ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହିବା ପ୍ରସଙ୍ଗକୁ ନେଇ ଉପଜିଥିବା ବିବାଦ । ଉପ-ବାଚସ୍ପତିଙ୍କ ମନ୍ତବ୍ୟ ବିରୋଧରେ କଂଗ୍ରେସ ଆଜି ଅଭିନବ ପ୍ରତିବାଦ କରିଛି । ଉପ-ବାଚସ୍ପତି ପାଇଁ ଅନୁଗୋଳ ଶୈଳ-ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ନିକଟରେ ଜିଲା କଂଗ୍ରେସ କରିଛି ହୋମଯଜ୍ଞ (congress perform havan ritual) ।
ଗତ ୨୦ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗୋଳ ଗସ୍ତ ସମୟରେ ଉପ-ବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀ କାନ୍ତ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଓଡିଶାର ସାଢେ ଚାରି କୋଟି ଲୋକଙ୍କ ଠାକୁର ବୋଲି କହିଥିଲେ। ଏହାକୁ ଜିଲ୍ଲା କଂଗ୍ରେସ ତୀବ୍ର ପ୍ରତିବାଦ କରିଛି। ଏହାଦ୍ବାରା ଓଡିଆଙ୍କ ଠାକୁର ପ୍ରଭୁ ଜଗନ୍ନାଥଙ୍କ ଅପମାନ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଜି(ଗୁରୁବାର) କଂଗ୍ରେସ ପକ୍ଷରୁ ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ଶାନ୍ତି ହୋମ କରାଯାଇଥିଲା ।
ପ୍ରଭୁ ଜଗନ୍ନାଥ ଉପ-ବାଚସ୍ପତିଙ୍କୁ ସଦବୁଦ୍ଧି ଦିଅନ୍ତୁ ଏବଂ ଆଗାମୀ ଦିନରେ କିଭଳି ସେ ଜଗନ୍ନାଥଙ୍କୁ କାହା ସହିତ ତୁଳନା କରିବେ ନାହିଁ ସେଥିପାଇଁ ତାଙ୍କୁ ଶାସ୍ତି ଦିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରାଯାଇଥିଲା।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ