ETV Bharat / state

Panchayat Polls: ଜିଲ୍ଲାରେ ପ୍ରଚାର ଆରମ୍ଭ କଲା BJP - ଅନୁଗୋଳ ରେ ବିଜେପିର ନିର୍ବାଚନ ପ୍ରଚାର ଆରମ୍ଭ

ଅନୁଗୋଳ ଜିଲ୍ଲାରେ ଆଗୁଆ ପ୍ରଚାର ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି । ପାର୍ଟିର ଜିଲା ପରିଷଦ ପ୍ରାର୍ଥୀ ଘର ଘର ବୁଲି ଭୋଟ ମାଗୁଥିବା ଦେଖିବାକୁ ମିଳିଛି । ସାଙ୍ଗରେ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମାନେ ମଧ୍ୟ ରହୁଛନ୍ତି । ଅଧିକ ପଢନ୍ତୁ

Angul bjp
Angul bjp
author img

By

Published : Jan 29, 2022, 4:41 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଆଗୁଆ ପ୍ରଚାର ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି । ପାର୍ଟିର ଜିଲା ପରିଷଦ ପ୍ରାର୍ଥୀ ଘର ଘର ବୁଲି ଭୋଟ ମାଗୁଥିବା ଦେଖିବାକୁ ମିଳିଛି । ସାଙ୍ଗରେ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମାନେ ମଧ୍ୟ ରହୁଛନ୍ତି ।

ଜିଲ୍ଲାରେ ପ୍ରଚାର ଆରମ୍ଭ କଲା ବିଜେପି

ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଧୀରେ ଧୀରେ ପ୍ରଚାର ଆରମ୍ଭ ହୋଇଛି। ଆଜି ବିଜେପି ଜିଲା ପରିଷଦ ୭ ନମ୍ବର ଜୋନରୁ ପ୍ରଚାର ଆରମ୍ଭ କରିଛି। ଜିଲ୍ଲା ପରିଷଦ ପ୍ରାର୍ଥୀ ଦୀପିକା ଦେହୁରୀ, କନ୍ତପଡା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀନୀ ଶକୁନ୍ତଳା ଦେହୁରୀ ଏବଂ ସରପଞ୍ଚ ପ୍ରାର୍ଥିନୀ ଗୀତାଞ୍ଜଳି ମିଶ୍ର ପ୍ରମୁଖ ଦଳୀୟ କର୍ମୀ ମାନଙ୍କ ସହ ଘର ଘର ବୁଲି ପ୍ରଚାର କରୁଛନ୍ତି। କୋଭିଡ କଟକଣା ମାନି ଅଳ୍ପ ସଂଖ୍ୟକ କର୍ମୀଙ୍କୁ ନେଇ ପ୍ରଚାର ଚାଲିଛି। ଆଗକୁ ପ୍ରଚାର ଆହୁରି ଜୋରଦାର ହେବ ବୋଲି ଦଳ କହିଛି।

ବିଜେପି ପ୍ରଚରା ବେଳେ ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା, ରାଷ୍ଟ୍ରବାଦକୁ ପ୍ରସଙ୍ଗ କରିଥିବା ବେଳେ, ରାଜ୍ୟ ସରକାରଙ୍କ ବିଫଳତାକୁ ମଧ୍ୟ ଲୋକଙ୍କୁ ବୁଝାଉଛି । ଏହାକୁ ନେଇ ଦଳ ନିର୍ବାଚନରେ ସଫଳତା ଆଶା ରଖିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.