ETV Bharat / state

ଜମିହରାଙ୍କୁ MCLର ହତାଦର, ପ୍ରତିଶୃତିର ୨ ଦିନ ପରେ ଖଣି କାର୍ଯ୍ୟ ସ୍ବାଭାବିକ

ଅନୁଗୋଳ ଜିଲ୍ଲାର ତାଳଚେର ଅଞ୍ଚଳରେ ୨ ଦିନ ପରେ ସ୍ବାଭାବିକ ହୋଇଛି କୋଇଲା ଖଣି କାର୍ଯ୍ୟ । ଅଧିକ ପଢନ୍ତୁ

ଜମିହରାଙ୍କୁ MCLର ହତାଦର, ପ୍ରତିଶୃତି ପରେ ୨ ଦିନ ପରେ ଖଣି କାର୍ଯ୍ୟ ସ୍ବାଭାବିକ

author img

By

Published : Apr 4, 2022, 8:59 PM IST

ଅନୁଗୋଳ: ଦୁଇ ଦିନ ପରେ ଆଜି(ସୋମବାର) ସ୍ବାଭାବିକ ହୋଇଛି ତାଳଚେର ଅଞ୍ଚଳର କୋଇଲା ଖଣି କାର୍ଯ୍ୟ । ଠିକା କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଖଣି ବନ୍ଦ ଥିବାରୁ କୋଟି କୋଟି ଟଙ୍କା ରାଜସ୍ବ ହାନି ହୋଇଥିଲା । ହେଲେ ଆଜି ଜିଲ୍ଲାପାଳ ଓ ଏସପିଙ୍କ ମଧ୍ୟସ୍ଥତାରେ ଅନୁଷ୍ଠିତ ଏକ ବୈଠକରେ ସମସ୍ୟାର ସମାଧାନ ହେବା ପରେ ଖଣି କାର୍ଯ୍ୟ ପୁଣି ଥରେ ସ୍ବାଭାବିକ ହୋଇଥିବା ଦେଖିବାକୁ ମିଳିଛି ।

ଜମିହରାଙ୍କୁ MCLର ହତାଦର, ପ୍ରତିଶୃତି ପରେ ୨ ଦିନ ପରେ ଖଣି କାର୍ଯ୍ୟ ସ୍ବାଭାବିକ

ଲିଙ୍ଗରାଜ କୋଇଲା ଖଣିରେ ତାଳଚେର ଅଞ୍ଚଳର ପ୍ରାୟ ୮୫ଜଣ ଜମିହରା ପ୍ରଜା ଦୀର୍ଘ ଦିନ ହେଲା ଠିକା ଶ୍ରମିକ ଭାବେ କାମ କରି ଆସୁଥିଲେ । ତେବେ ସେମାନଙ୍କୁ ଅଚାନକ ଛଟେଇ କରି ଦିଆଯାଇଥିଲା । ଏହାର ପ୍ରତିବାଦରେ ସମସ୍ତ ଖଣିର ଠିକା ଶ୍ରମିକ ମାନେ ଏକାଠି ହୋଇ ଖଣି କାର୍ଯ୍ୟ ବନ୍ଦ କରିଦେଇଥିଲେ। ଏହାକୁ ନେଇ ଖଣି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ତାଳଚେର ବିଧାୟକ ନିଜେ ସେଠାକୁ ଯାଇ MCL କର୍ତ୍ତୃପକ୍ଷଙ୍କୁ ଛଟେଇ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ଚେତାବନୀ ଦେଇଥିଲେ ।

ତଥାପି କୌଣସି ସୁଫଳ ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ତାଳଚେର ବିଧାୟକ ଏବଂ ଜିଲ୍ଲାପାଳଙ୍କ ସମେତ SP, ଏମସିଏଲ କର୍ତ୍ତୃପକ୍ଷ ଓ ଠିକା ଶ୍ରମିକ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଛଟେଇ କର୍ମଚାରୀ ମାନଙ୍କୁ ପୁଣିଥରେ ନିଯୁକ୍ତି ଦେବା ପାଇଁ ପ୍ରତିଶୃତି ମିଳିବା ପରେ ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.