ETV Bharat / state

ସ୍ୱପ୍ନ ହେଲା ସାକାର, ପ୍ରାକୃତିକ ପରିବେଶରେ ଜନ୍ମନେଲେ ଘଡିଆଳ କୁମ୍ଭୀର

author img

By

Published : May 29, 2021, 5:20 PM IST

ଦୀର୍ଘ ୪୦ ବର୍ଷ ପରେ ଅନୁଗୋଳ ମହାନଦୀ ସାତକୋଶିଆ ଗଣ୍ଡରେ ବିରଳ ଘଡ଼ିଆଳ କୁମ୍ଭୀର ଛୁଆ ଦେଖିବାକୁ ମିଳିଛି। ଏହି ପ୍ରଜାତିର କୁମ୍ଭୀର ଭାରତର ଚମ୍ବଲ, ଗଣ୍ଡକ ଓ ଓଡ଼ିଶାର ମହାନଦୀରେ ହିଁ ଦେଖାଯାଆନ୍ତି । ଅଧିକ ପଢନ୍ତୁ...

୪୦ ବର୍ଷ ପରେ ସ୍ୱପ୍ନ ହେଲା ସାକାର, ପ୍ରାକୃତିକ ପରିବେଶରେ ଜନ୍ମ ନେଲେ ଘଡ଼ିଆଳ କୁମ୍ଭୀର

ଅନୁଗୋଳ: ଦୀର୍ଘ ୪୦ ବର୍ଷ ପରେ ଅନୁଗୋଳ ମହାନଦୀ ସାତକୋଶିଆ ଗଣ୍ଡରେ ବିରଳ ଘଡ଼ିଆଳ କୁମ୍ଭୀର ଛୁଆ ଦେଖିବାକୁ ମିଳିଛି। ପ୍ରାକୃତିକ ପରିବେଶରେ ପ୍ରାକୃତିକ ଉପାୟରେ ଘଡ଼ିଆଳ ନିଜ ଅଣ୍ଡାରୁ ଛୁଆ ଫୁଟାଇବା ଘଟଣା ଦୀର୍ଘ ୪୦ ବର୍ଷ ପରେ ଘଟିଛି । ତେଣୁ, ସାତକୋଶିଆ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଘଟଣା । ଅନ୍ୟ ପକ୍ଷରେ ସାରା ଦେଶରେ ଘଡ଼ିଆଳ ସଂଖ୍ୟା କମି କମି ଯାଉଥିବା ବେଳେ ସାତକୋଶିଆ ମହାନଦୀ ଗଣ୍ଡ ଘଡ଼ିଆଳ ପ୍ରଜନନ ପାଇଁ ଉପଯୁକ୍ତ ପରିବେଶ ବୋଲି ପ୍ରମାଣିତ ହୋଇଛି ।

ଗତ କିଛିଦିନ ପୂର୍ବେ ବନ କର୍ମଚାରୀ ମାନେ ଗଣ୍ଡରେ ପାଟ୍ରୋଲିଂ କରୁଥିବା ବେଳେ ମା ଘଡ଼ିଆଳ ପିଠିରେ ଛୁଆମାନେ ବସିଥିବା ଦେଖିବାକୁ ପାଇଥିଲେ। ମା ସହ ଛୁଆ ଗୁଡିକ ଗୋଟିଏ ଜାଗାରେ ରହିଛନ୍ତି । ନଦୀ ବାଲିରେ କିଛି ସମୟ ଖରା ଖାଇବା ପରେ ପୁଣି ମାଆ ପାଖକୁ ଆସୁଛନ୍ତି। ମହାନଦୀ ସାତକୋଶିଆ ଗଣ୍ଡର ପ୍ରାକୃତିକ ପରିବେଶରେ ୨୮ଟି ଘଡ଼ିଆଳ ଛୁଆ ଜନ୍ମ ହେବା ନିଶ୍ଚିତ ଭାବେ ଏକ ଶୁଭ ସଂକେତ। ତେଣୁ ଏହି ପ୍ରଜାତିର ପ୍ରାଣୀଙ୍କ ସଂରକ୍ଷଣ ପାଇଁ ଦୀର୍ଘ ବର୍ଷ ହେଲା ବିଭିନ୍ନ ପ୍ରକାର ଉଦ୍ୟମ କରାଯାଉଛି। ଯାହା ଆଜି ସତକୋଶିଆରେ ସମ୍ଭବ ହୋଇଛି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପରିବେଶବିତ ।

ଏହି 2 ଘଡ଼ିଆଳ ପ୍ରଜାତିର କୁମ୍ଭୀର ଏକ ବିଲୁପ୍ତ ପ୍ରଜାତିର ପ୍ରାଣୀ। ଏହି ପ୍ରଜାତିର କୁମ୍ଭୀର ଭାରତର ଚମ୍ବଲ, ଗଣ୍ଡକ ଓ ଓଡ଼ିଶାର ମହାନଦୀରେ ହିଁ ଦେଖା ଯାଆନ୍ତି। ୧୯୭୫ରେ ଘଡ଼ିଆଳ ପ୍ରଜନନ ଓ ସଂରକ୍ଷଣ ପ୍ରକଳ୍ପ କରାଯାଇଥିଲା। ନେପାଳରୁ ଘଡ଼ିଆଳ ଅଣ୍ଡା ଅଣାଯାଇ ଏଠାରେ କୃତ୍ରିମ ଉପାୟରେ ପ୍ରଜନନ କରି ଘଡ଼ିଆଳ ମହାନଦୀ ଗଣ୍ଡରେ ଛଡା ଯାଉଥିଲା। ସେତେବେଳେ ଗଣ୍ଡରେ ପ୍ରାୟ ୮୦୦ ଘଡ଼ିଆଳ ଛଡା ଯାଇଥିଲେ ମଧ୍ୟ ସେମାନେ କୁଆଡେ ଗଲେ ତାହାର କୌଣସି ହିସାବ ନାହିଁ। ଏଭଳି ସ୍ଥିତିରେ ବନ ବିଭାଗ ପାଇଁ ଚ୍ୟାଲେଞ୍ଚ ହୋଇଛି ଏହି କୁମ୍ଭୀରଙ୍କ ସୁରକ୍ଷା।

ତେଣୁ, ସେମାନଙ୍କ ସୁରକ୍ଷା କିଭଳି ସଫଳ ହୋଇ ପାରିବ ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ବିଶେଷଜ୍ଞ ମାନଙ୍କୁ ନିୟୋଜିତ କରାଯିବାର ଆବଶ୍ୟକତା ରହିଛି ବୋଲି ପରିବେଶବିତ ମାନେ ନିଜର ମତ ଦେଇଛନ୍ତି ।

ସାତକୋଶିଆ ଗଣ୍ଡରେ ପ୍ରାକୃତିକ ପରିବେଶରେ ଘଡ଼ିଆଳ ବଂଶ ବୃଦ୍ଧି ହେବା ନିଶ୍ଚିତ ଭାବେ ପ୍ରକୃତି ପାଇଁ ଶୁଭଙ୍କର । ତେବେ ଏଥିପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ବନ ବିଭାଗ ମଧ୍ୟ ଏହାକୁ ଗୁରୁତର ସହ ନେଇ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବା ଆବଶ୍ୟକ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.