ETV Bharat / state

ହାତୀ ଆକ୍ରମଣରେ ମହିଳା ମୃତ, କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ - ଥମୁନି ହାତୀ ଆତଙ୍କ

ଅନୁଗୋଳ ଜିଲ୍ଲା ହଣ୍ଡପା ବନାଞ୍ଚଳ ପ୍ରତାପପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 1, 2019, 9:27 AM IST

ଅନୁଗୋଳ: ଜିଲ୍ଲାରେ ଥମୁନି ହାତୀ ଆକ୍ରମଣ ଆତଙ୍କ । ପୁଣି ଥରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ହଣ୍ଡପା ବନାଞ୍ଚଳ ପ୍ରତାପପୁର ଗାଁରେ । ମୃତ ମହିଳା ମଞ୍ଜୁଲତା ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନାନୁସାରେ, ବଢି ଭୋରରୁ ମଞ୍ଜୁ ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ସେ ହାତୀ ହାବୁଡରେ ପଡିଯାଇଥିଲେ । ଉକ୍ତ ହାତୀ ତାଙ୍କୁ କଚାଡି ଫୋପାଡି ଥିଲା । ଫଳରେ ଘଟଣାସ୍ଥଳରେ ମଞ୍ଜୁଙ୍କ ମୃତ୍ୟୁ ହୋଇଥିଲା । ତେବେ ହାତୀଟି ମହିଳାଙ୍କୁ ମାରିବା ପରେ ମଧ୍ୟ ଦୀର୍ଘ ସମୟ ଧରି ମୃତଦେହ ପାଖରେ ରହିଥିଲା ।

ମଞ୍ଜୁଙ୍କ ମୃତ୍ୟୁ ଖବର ସ୍ଥାନୀୟ ଅଞ୍ଚଳରେ ପ୍ରସାରିତ ହେବା ପରେ ତାଙ୍କ ପରିବାରକୁ କ୍ଷତିପୂରଣ ଦାବି କରିବା ସହ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଏଥସହିତ ହାତୀ ଦାଉରୁ ଉକ୍ତ ଅଞ୍ଚଳକୁ ସୁରକ୍ଷା ଦାବି ମଧ୍ୟ ହେଉଛି । ତେବେ ରାସ୍ତା ଅବରୋଧ କାରଣରୁ 55 ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ସେପଟେ ଘଟଣାର ଖବର ପାଇ ପୋଲିସ କିମ୍ବା ବନ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିନଥିବାରୁ ପରିସ୍ଥିତି ଗମ୍ଭୀର ରୂପ ନେଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.