ETV Bharat / state

3ଟି ବସରେ ଝାଡଖଣ୍ଡ ଫେରିଲେ ଓଡିଶାରେ ଫସିଥିବା ପ୍ରବାସୀ ଶ୍ରମିକ - Migrant workers trapped in Odisha

ନିଜ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ନେବାକୁ ଝାଡଖଣ୍ଡ ସରକାରଙ୍କ ପଦକ୍ଷେପ । ଏଥିପାଇଁ ଆଜି(ସୋମବାର) ଝାଡ଼ଖଣ୍ଡରୁ 3ଟି ବସ ଅନୁଗୋଳରେ ପହଞ୍ଚିଛି।

Migrant workers trapped in Odisha
ଝାଡଖଣ୍ଡ ଫେରିଲେ ପ୍ରବାସୀ ଶ୍ରମିକ
author img

By

Published : May 4, 2020, 4:41 PM IST

ଅନୁଗୋଳ: ଲକଡାଉନ କାରଣରୁ ଓଡିଶାରେ ଫସି ରହିଥିବା ନିଜ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ନେବାକୁ ଝାଡଖଣ୍ଡ ସରକାରଙ୍କ ପଦକ୍ଷେପ । ଅନୁଗୋଳ ଜିଲ୍ଲାର ବିଭିନ୍ନ ଶିଳ୍ପ ସଂସ୍ଥା ଓ ଅନ୍ୟାନ୍ୟ ଜାଗାରେ କାମ କରୁଥିବା ଶ୍ରମିକଙ୍କୁ ଫେରାଇ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଝାରଖଣ୍ଡ ସରକାର ।

3 ଟି ବସରେ ଝାଡଖଣ୍ଡ ଫେରିଲେ ପ୍ରବାସୀ ଶ୍ରମିକ

ଏଥିପାଇଁ ଆଜି(ସୋମବାର) ଝାଡ଼ଖଣ୍ଡରୁ 3ଟି ବସ ଅନୁଗୋଳରେ ପହଞ୍ଚିଛି। ଯାହାକୁ ନେଇ ପ୍ରଶାସନ ତରଫରୁ କେଉଁଠି କେତେ ଝାଡ଼ଖଣ୍ଡ ଅଞ୍ଚଳର ଶ୍ରମିକ କାମ କରୁଛନ୍ତି, ସେନେଇ ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ 100ରୁ ଅଧିକ ଶ୍ରମିକ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି।

ସେମାନଙ୍କୁ ବସ ଯୋଗେଁ ଝାଡ଼ଖଣ୍ଡ ପଠେଇ ଦିଆଯିବ। ଝାଡଖଣ୍ଡ ସରକାର ପ୍ରତ୍ୟକ ବସରେ ସରକାରୀ କର୍ମଚାରୀଙ୍କୁ ପଠାଇଛନ୍ତି। ସରକାର ଗ୍ରହଣ କରିଥିବା ଏହି ପଦକ୍ଷେପ ପାଇଁ ଶ୍ରମିମମାନେ ବହୁତ ଖୁସିଥିବା କହିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.