ଅନୁଗୋଳ: ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜନ୍ମ ନେଇଛି ବିରଳ ଶିଶୁ । ଶିଶୁଟିର ମୁହଁ, ଆଖି, ପାଟି, ନାକ ଅସ୍ବାଭାବିକ ଥିବାବେଳେ ସମ୍ପୂର୍ଣ୍ଣ ଶରୀରରେ ଶିରାପ୍ରଶିରା ଭଳି ଦାଗ ରହିଛି । ଯାହା ସାଧାରଣ ଶିଶୁଟିଏ ଠାରୁ ଯଥେଷ୍ଟ ଭିନ୍ନ ।
ଉକ୍ତ ଶିଶୁଟିକୁ ଦେଖି ପରିବାର ଓ ମେଡିକାଲ କର୍ମଚାରୀ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ଏନେଇ ପରିବାର ଚିନ୍ତାରେ ଥିବାବେଳେ ଡାକ୍ତରୀ ଭାଷାରେ ଏହା ହେଉଛି କଞ୍ଜିଏଣ୍ଟାଲ ସ୍କିନ ଡିଜ୍ଅଡର । ଏକ ବିରଳ ଚର୍ମ ରୋଗ । ଯାହାର ନାଁ Harlequine Ichthyosis । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ରୋଗର କୌଣସି ଚିକିତ୍ସା ନାହିଁ । ସେପଟେ ଚିକିତ୍ସା ନିମନ୍ତେ ଶିଶୁକୁ ଛେଣ୍ଡିପଦାରୁ ଅନୁଗୋଳ ଏସଏନସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର କଟକ ଶିଶୁକୁ ଶିଶୁଭବନ ସ୍ଥାନାନ୍ତର କରିଛନ୍ତି ।
ସୂଚନାନୁସାରେ, ଦେବଗଡ଼ ଜିଲା ରିଆମାଳ ବ୍ଲକ ତାବଡା ଅଞ୍ଚଳର ବୃନ୍ଦାବନ ଭୋଇଙ୍କ ସ୍ତ୍ରୀ ରାଣୀ ଭୋଇ ଗତକାଲି ଏହି ଶିଶୁଟିକୁ ଜନ୍ମ ଦେଇଥିଲେ । ଶିଶୁଟିର ଏଭଳି ଅବସ୍ଥାକୁ ନେଇ ପରିବାର ଲୋକେ ଏବେ ଚିନ୍ତିତ । ଭାରତରେ ଏଭଳି ଶିଶୁ ଜନ୍ମ ନେବା ଘଟଣା ତୃତୀୟ ଥର ବୋଲି ଡାକ୍ତର କହିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ