ଅନୁଗୋଳ: ସହର ମଧ୍ୟରେ ଥିବା ଦୋକାନରେ ଖଟୁଛନ୍ତି ଶିଶୁ ଶ୍ରମିକ । ସମସ୍ତ ଜାଣତରେ ଶିଶୁମାନେ ଖଟୁ ଥିଲେ ବି ତା ଉପରେ କାହାରି ନଜର ନାହିଁ । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗେଟ ପାଖରେ ଥିବା ଏକ ଚାହା ଦୋକାନରୁ ଚାରି ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଶ୍ରମ ବିଭାଗର ଚଢ଼ାଉ କରି ଶିଶୁ ମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ଏହି ଚଢାଉରେ ଶ୍ରମ ବିଭାଗର ଅଧିକାରୀ ଓ ପୋଲିସ ସାମିଲ ଥିଲେ ।
ଜଣେ ବିହାରର ଚାହା ଦୋକାନୀ ଶିଶୁ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ଲଗାଉଥିଲା । ଏନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ବେଳେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଶିଶୁ ମାନଙ୍କୁ ଉଦ୍ଧାର କରାଯାଇଛି । ଆଇନ ଅନୁଯାୟୀ ଶିଶୁ ମାନକୁ ଥଇଥାନ କରାଯିବା ସହ ସେମାନଙ୍କୁ ଆଣି କାର୍ଯ୍ୟରେ ଲଗାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଧିକାରୀ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ