ଅନୁଗୋଳ: ଆଜି ରାଜ୍ୟରୁ ପୁଣି ନୂତନ ମାମଲା ଚିହ୍ନଟ । 28 ଜିଲ୍ଲାରୁ 1484 ଆକ୍ରାନ୍ତ ଚିହ୍ନଟ ହୋଇଛି । ସେଥି ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୧୪ ଜଣ ସଂକ୍ରମିତ ରିପୋର୍ଟ ଆସିଛି ।ଯାହାକୁ ମିଶାଇ ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 381ରେ ପହଞ୍ଚିଛି ।
ରାଜ୍ୟ ଲୋକ ସମ୍ପର୍କ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୁଚନା ଅନୁସାରେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟାରେ ଆଉ ନୂଆ ୧୪ଜଣ ପଜିଟିଭ ଯୋଡି ହୋଇଛନ୍ତି । ଏମାନେ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନାହିଁ । ବିଗତ ଦିନରେ ଜିଲ୍ଲାରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ନେଇ ଚିନ୍ତା ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି ।
ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 242 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ୱେବ ସାଇଟରେ ସୂଚନା ରହିଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ