ଅନୁଗୋଳ: ଜିଲ୍ଲାରୁ ଆଉ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବଅଁରରପାଳ ବ୍ଲକ ଅଞ୍ଚଳରୁ ୪ ଜଣ ହୋଇଥିବା ବେଳେ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୩, ଅନୁଗୋଳ ପୌରାଞ୍ଚଳରୁ ୩, ଅନୁଗୋଳ ବ୍ଲକ ଅଞ୍ଚଳରୁ ୩, କିଶୋରନଗର ବ୍ଲକ ଅଞ୍ଚଳର ୨ ରହିଛନ୍ତି ସେହିପରି କଣିହାଁ ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବଅଁରରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ଚାରିଜଣ ପୁରୁଷ । ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଚିହ୍ନଟ ତିନି ଜଣଙ୍କ ମଧ୍ୟରେ ଦୁଇଜଣ ମହିଳାଙ୍କ ବୟସ ୨୯ ଓ ୫୦ ବର୍ଷ ହୋଇଥିବା ବେଳେ ଜଣେ ପୁରୁଷଙ୍କ ବୟସ ୩୨ ବର୍ଷ । ଅନୁଗୋଳ ପୌରାଞ୍ଚଳରୁ ଆକ୍ରାନ୍ତ ହୋଇଥିବା ତିନି ଜଣଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଯାହାଙ୍କ ବୟସ ୨୬ ଓ ୪୯ ଏବଂ ସେମାନେ ଦୁଇଟି ପୃଥକ ପେଡ୍ କ୍ୱାରେଣ୍ଟଟାଇନରେ ରହିଥିବା ବେଳେ ତାଙ୍କର ପଜିଟିିଭ ବାହାରିଥିବା ଜଣାପଡିଛି । ସେହିପରି ଅନ୍ୟ ଜଣେ ୫୨ ବର୍ଷୀୟ ପୁରୁଷ ପୌରାଞ୍ଚଳରୁ ଆକ୍ରାନ୍ତ ହୋଇଛନ୍ତି।
ଅନୁଗୋଳ ବ୍ଲକ ଅଞ୍ଚଳର ତିନି ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୮,୫୬ ଓ ୬୦ ବର୍ଷ ଅଟେ।ଏମାନେ ସମସ୍ତେ ଭୁବନେଶ୍ୱରର ପୃଥକ ପୃଥକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପଜିଟିଭ ହୋଇଥିବା ଜଣାପଡିଛି । କିଶୋରନଗର ବ୍ଲକ ଅଞ୍ଚଳରୁ ଚିହ୍ନଟ ଦୁଇଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୨ ବର୍ଷୀୟ ପୁରୁଷ ଓ ଜଣେ ୬୫ ବର୍ଷୀୟା ମହିଳା ଅଛନ୍ତି।
କଣିହାଁ ବ୍ଲକ ଅଞ୍ଚଳରୁ ଚିହ୍ନଟ ମହିଳା ଆକ୍ରାନ୍ତଙ୍କ ବୟସ ୪୬ ବର୍ଷ । ସେହିପରି ତାଳଚେର ପୌରାଞ୍ଚଳର ଜଣେ ୪୩ ବର୍ଷୀୟା ମହିଳା ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପଜିଟିଭ ହୋଇଥବା ଜଣାପଡିଛି । ସମସ୍ତ ଆକ୍ରାନ୍ତ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିିଭ ହୋଇଥିବା ଜଣାପଡିଛି।
୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣଙ୍କୁ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଇତି ମଧ୍ୟରେ ସୁସ୍ଥ ହୋଇଥିବା ୯ ଜଣଙ୍କୁ ନିଜ ଘରେ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସୁସ୍ଥ ହୋଇଥିବା ୩୭୭କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୮୬ରେ ପହଞ୍ଚିଛି ।