ETV Bharat / state

ଆତ୍ମନିର୍ଭରଶୀଳ ହେବ କିନ୍ନର ସମାଜ - ଅନୁଗୋଳ ପାଇଲଟ ପ୍ରୋଜେକ୍ଟ

ଅନୁଗୋଳ ପ୍ରଶାସନ ସହାୟତାରେ ଜିଲ୍ଲାର 10 ଜଣ କିନ୍ନରଙ୍କୁ ନେଇ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ କାର୍ଯ୍ୟକ୍ରମ । ଫଳରେ କିନ୍ନରମାନେ ଅନ୍ୟ ଆଗରେ ହାତନ ପତାଇ ନିଜ ଖର୍ଚ୍ଚ ନିଜେ ତୁଲାଇ ପାରୁଛନ୍ତି । ଅଧିକ ପଢନ୍ତୁ...

ନିଷ୍ପେସିତ ହୋଇଛନ୍ତି ଆତ୍ମନିର୍ଭରଶୀଳ
ନିଷ୍ପେସିତ ହୋଇଛନ୍ତି ଆତ୍ମନିର୍ଭରଶୀଳ
author img

By

Published : Jun 29, 2021, 11:11 AM IST

Updated : Jun 29, 2021, 11:33 AM IST

ଅନୁଗୋଳ: କିନ୍ନରଙ୍କୁ ରୋଜଗାର ଯୋଗାଇଛନ୍ତି ପ୍ରଶାସନ । ନାଚ ଗୀତ କରି ପେଟ ପୋଷୁଥିବା କିନ୍ନର ଏବେ ନିଜେ ରୋଜଗାରକ୍ଷମ ହୋଇ ଦୁଇ ପଇସା ରୋଜଗାର କରି ପେଟ ପୋଷି ପାରୁଛନ୍ତି । ପ୍ରଶାସନ ପ୍ରଥମ ଥର ପାଇଁ ପାଇଲଟ ପ୍ରୋଜେକ୍ଟ ଭାବେ ୧୦ ଜଣ କିନ୍ନରଙ୍କୁ ନେଇ ଆରମ୍ଭ କରିଛନ୍ତି ଏଭଳି ପ୍ରୟାସ । ଆଗାମୀ ଦିନରେ ଆହୁରି ଅଧିକ କିନ୍ନରଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ପ୍ରୟାସ କରୁଛି ପ୍ରଶାସନ ।

ନିଷ୍ପେସିତ ହୋଇଛନ୍ତି ଆତ୍ମନିର୍ଭରଶୀଳ

ଯାହାଙ୍କୁ ଆମ ସମାଜ ଏକ ଭିନ୍ନ ଦୃଷ୍ଟିରେ ଦେଖେ, ସେହି କିନ୍ନର ଆଜି ସମସ୍ତଙ୍କ ଭଳି ବଞ୍ଚିବା ଆରମ୍ଭ କରିଛନ୍ତି । ଯେଉଁମାନେ ଅନ୍ୟର ହାତଟେକା ଦାନକୁ ନିଜର ରୋଜଗାର ବୋଲି ଭାବନ୍ତି ଆଜି ସେମାନେ ହୋଇଛନ୍ତି ସ୍ଵାବଲମ୍ବୀ ।ଅନୁଗୋଳ ଜିଲ୍ଲା ପ୍ରଶାସନ ପ୍ରଥମ କରି ୧୦ ଜଣ କିନ୍ନରଙ୍କୁ ସ୍ଵାବଲମ୍ବୀ କରାଇପାରିଛି । ସେମାନଙ୍କୁ ନେଇ ସପ୍ତରଙ୍ଗ ନାମକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଇ ଦକ୍ଷତା ବିକାଶ ତାଲିମ ଦେଇ କରାଇ ପାରିଛି ଆତ୍ମନିର୍ଭରଶୀଳ । ଅନୁଗୋଳ ବଜାରରେ ପ୍ରଶାସନ ନିଜ ଖର୍ଚ୍ଚରେ ଏକ ଅତ୍ୟାଧୁନିକ ଟଏଲେଟ ଏବଂ ସାନିଟାଇଜ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଏହା ବ୍ୟତୀତ ସେମାନଙ୍କ ରୋଜଗାର ବଢ଼ାଇବା ପାଇଁ ଏକ ଦୋକାନ ଘର ସମେତ ବିଭିନ୍ନ ପ୍ୟାକେଟ ଖାଦ୍ୟ ଓ ପାନୀୟ ବିକ୍ରି କରିବାର ସୁବିଧା ଯୋଗାଇଛି । ଯାହାର ସଦୁପଯୋଗ କରି ବେସ ଉପକୃତ ହେଉଛନ୍ତି ଏହି କିନ୍ନରମାନେ ।

ନିଜର ଆତ୍ମନିର୍ଭରଶୀଳତାକୁ ବେସ ଭଲଭାବେ ବୁଝି ପାରିଛନ୍ତି କିନ୍ନର । ସକାଳ ହେଲେ ସମସ୍ତେ ନିଜ ନିଜ ଦାୟିତ୍ୱକୁ କିଭଳି ସମ୍ପନ୍ନ କରିବେ ସେଥିପାଇଁ ଲାଗିପଡନ୍ତି, କିଏ ଦୋକାନ ସଫା ସୁତୁରା କରିଦିଏ ତ ଆଉ କିଏ ଗ୍ରାହକଙ୍କୁ ଜିନିଷ ଯୋଗାଇ ଦିଏ । ଏହିଭଳି ସମସ୍ତେ ଦୋକାନ କାମରେ ବ୍ୟସ୍ତ ରୁହନ୍ତି । ପ୍ରଶାସନ ଏହାକୁ ପ୍ରଥମେ ପାଇଲଟ ପ୍ରୋଜେକ୍ଟ ଭାବେ ନେଇ ଥିବାବେଳେ ଆଗାମୀ ଦିନରେ ଆହୁରି ଅନେକ କିନ୍ନରଙ୍କୁ ମଧ୍ୟ ଏଭଳି ଯୋଜନାରେ ସାମିଲ କରିବାର ଯୋଜନା ରଖିଛି । ବାସ୍ତବରେ ପ୍ରଶାସନର ସହାୟତା ଏବଂ ସେମାନଙ୍କର ଆନ୍ତରିକ ଉଦ୍ୟମ ଓ ପରିଶ୍ରମ ଆଜି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିପାରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jun 29, 2021, 11:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.