ETV Bharat / sports

Tokyo Olympics: ସ୍ବଦେଶ ଫେରୁଛନ୍ତି ଭାରତର 'ସିଲ୍‌ଭର ଗାର୍ଲ' ମୀରାବାଇ

author img

By

Published : Jul 26, 2021, 10:35 AM IST

Updated : Jul 26, 2021, 11:13 AM IST

ଟୋକିଓ ଅଲମ୍ପିକ୍‌ରେ ଇତିହାସରେ ରଚିବା ପରେ ସ୍ବଦେଶ ଫେରୁଛନ୍ତି ଅଲମ୍ପିକ ରୌପ୍ୟ ପଦକ ବିଜୟିନୀ ଭାରୋତ୍ତୋଳକାରୀ ମୀରାବାଇ ଚାନୁ । ଅଧିକ ପଢନ୍ତୁ...

Tokyo Olympics: Weightlifter Mirabai Chanu headed home after winning silver
Tokyo Olympics: ସ୍ବଦେଶ ଫେରୁଛନ୍ତି ଭାରତର 'ସିଲ୍‌ଭର ଗାର୍ଲ' ମୀରାବାଇ

ଟୋକିଓ: ଟୋକିଓ ଅଲମ୍ପିକ୍‌ରେ ଇତିହାସରେ ରଚିବା ପରେ ସ୍ବଦେଶ ଫେରୁଛନ୍ତି ଅଲମ୍ପିକ ରୌପ୍ୟ ପଦକ ବିଜୟିନୀ ଭାରୋତ୍ତୋଳକାରୀ ମୀରାବାଇ ଚାନୁ ।ଆଜି ସେ ଭାରତ ପହଞ୍ଚିବା ନେଇ ସୂଚନା ରହିଛି ।

ମୀରାବାଇ ଚାନୁ ଶନିବାର ଟୋକିଓ ଅଲମ୍ପିକ୍‌ରେ ଭାରତକୁ ପ୍ରଥମ ପଦକ ଦେବା ସହ ଭାରତର ପଦକ ଖାତା ଖୋଲିଥିଲେ । ଟୋକିଓ ଅନ୍ତର୍ଜାତୀୟ ମଞ୍ଚରେ ସେ ଭାରୋତ୍ତୋଳନ ମହିଳା 49 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ହାତେଇଥିଲେ ।

"ଘର ଅଭିମୁଖେ ଯାତ୍ରା କରୁଛି, ମୋ ଜୀବନର ଶ୍ରେଷ୍ଠ ସ୍ମରଣୀୟ ମୂହୂର୍ତ୍ତ ପାଇଁ ଧନ୍ୟବାଦ ଟୋକିଓ 2020" ବୋଲି ଟ୍ବିଟ କରିଛନ୍ତି ଚାନୁ ।

ଚାନୁ ପ୍ରତିଯୋଗିତାରେ ନିଜର ସଫଳତମ 4ଟି ପ୍ରୟାସରେ ମୋଟ 202 କିଲୋଗ୍ରାମ ଭାର(87 କିଲୋଗ୍ରାମ ସ୍ନାଚ୍‌ ଓ 115 କିଲୋଗ୍ରାମ କ୍ଳିନ ଓ ଜର୍କ ) ଉଠାଇଥିଲେ ।

ଏହି ଇଭେଣ୍ଟରେ ଚାଇନାର ଜିହିଦୁଇ ନୂଆ ଅଲମ୍ପିକ ରେକର୍ଡ ସହ 210 କିଲୋଗ୍ରାମ ଭାର ଉଠାଇ ସ୍ବର୍ଣ୍ଣ ପଦକ ଜିତିଥିଲେ । ସେହିପରି ଇଣ୍ଡୋନେସିଆର ୱିଣ୍ଡି କାଣ୍ଟିକା ଐସ 194 କିଲୋଗ୍ରାମ ଭାର ଉଠାଇ ବ୍ରୋଞ୍ଜରେଲ ସନ୍ତୁଷ୍ଟ ହୋଇଥିଲେ ।

ରୌପ୍ୟ ପଦକ ସହିତ ଚାନୁ, ଦ୍ବିତୀୟ ଭାରତୀୟ ଭାରୋତ୍ତୋଳନକାରୀ ଭାବେ ଅଲମ୍ପିକ ପଦକ ବିଜୟିନୀ ହୋଇଛନ୍ତି । ପୂର୍ବରୁ କର୍ଣ୍ଣମ ମାଲେଶ୍ବରୀ 2020 ସିଡନୀ ଅଲମ୍ପିକ୍‌ରେ 69 କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ, ଯେତେବେଳେ ପ୍ରଥମ ଥର ପାଇଁ ଭାରୋତ୍ତୋଳନ ପ୍ରତିଯୋଗିତା ମହିଳାଙ୍କ ପାଇଁ ଉପଲବ୍ଧ ହୋଇଥିଲା ।

ବକ୍ସର ମେରୀ କମ ଶନିବାର ଚାନୁଙ୍କୁ ଚଳିତ ଟୋକିଓ ଅଲମ୍ପିକ୍‌ରେ ରୌପ୍ୟ ପଦକ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ । ଭାବବିହ୍ବଳ ମୁହୂର୍ତ୍ତ ବୋଲି ଟ୍ବିଟ କରିଥିଲେ । ଭାରତ ପାଇଁ ଜଣେ ଗର୍ବିତ ମଣୀପୁରୀ ଓ ଜଣେ ଯୋଦ୍ଧା ଗୋଟିଏ ଫ୍ରେମରେ ବୋଲି ଚାନୁଙ୍କ ଫଟୋ ସେୟାର କରି ଲେଖିଥିଲେ ମେରୀକମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 26, 2021, 11:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.