ETV Bharat / sports

Tokyo Olympics: ବକ୍ସିଂରେ ଲଭଲିନା ବୋର୍ଗହେନଙ୍କୁ ବ୍ରୋଞ୍ଜ

author img

By

Published : Aug 4, 2021, 11:39 AM IST

Updated : Aug 4, 2021, 12:04 PM IST

ସେମିଫାଇନାଲ ବାଉଟ୍‌ରେ ଭାରତୀୟ ବକ୍ସର ଲଭଲିନା ବୋର୍ଗହେନ ପରାସ୍ତ । ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ । ଅଧିକ ପଢନ୍ତୁ...

Tokyo Olympics: ବକ୍ସିଂରେ ଲଭଲିନା ବୋର୍ଗହେନଙ୍କୁ ବ୍ରୋଞ୍ଜ
Tokyo Olympics: ବକ୍ସିଂରେ ଲଭଲିନା ବୋର୍ଗହେନଙ୍କୁ ବ୍ରୋଞ୍ଜ

ଟୋକିଓ: ଚଳିତ ଟୋକିଓ ଅଲମ୍ପିକ୍‌ରେ ଭାରତକୁ ଆଉ ଏକ ପଦକ । ମହିଳା ବକ୍ସିଂ ପ୍ରତିଯୋଗିତାରେ ଭାରତକୁ ବ୍ରୋଞ୍ଜ ପଦକ ଦେଲେ ଯୁବ ଷ୍ଟାର ବକ୍ସର ଲଭଲିନା ବୋର୍ଗହେନ । ୬୯ କିଲୋଗ୍ରାମ ମହିଳା ବକ୍ସିଂ ସେମିଫାଇନାଲରେ ପରାସ୍ତ ହେବା ସହ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ଲଭଲିନା ।

ଅଲମ୍ପିକ ସେମିଫାଇନାଲ ମୁକାବିଲାରେ ପୂର୍ବ ବିଶ୍ବ ଚମ୍ପିଆନ ତୁର୍କୀର ବୁସାନେଜ ସୁରମେନେଲିଙ୍କ ଠାରୁ ଲଭଲିନାଙ୍କୁ ପରାଜୟ ମିଳିଛି । ଉଭୟ ଆଟାକ୍‌ ଓ ଡିଫେନ୍ସରେ ତୁର୍କୀ ବକ୍ସର ପ୍ରଭାବୀ ସହ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଫଳରେ ବିଚାରକଙ୍କ ସର୍ବସମ୍ମତି ରାୟରେ ସେ ବିଜେତା ଘୋଷିତ ହୋଇଥିଲେ ।

  • ରାଉଣ୍ଡ ୧: ତୁର୍କୀ ବକ୍ସରଙ୍କୁ ସମସ୍ତ ବିଚାରକ ୧୦ ପଏଣ୍ଟ ଲେଖାଏଁ ଦେବାପରେ ଲଭଲିନା ପରାସ୍ତ ହୋଇଥିଲେ ।
  • ରାଉଣ୍ଡ ୨: ବିଶ୍ବ ଚମ୍ପିଆନ, ଲଭଲିନାଙ୍କ ଠାରୁ ଅଧିକ ଶକ୍ତିଶାଳୀ ଥିଲେ, ଓ ପୁଣି ସର୍ବସମ୍ମତ ରାୟରେ ଲଭଲିନାଙ୍କୁ ହରାଇଥିଲେ ।
  • ରାଉଣ୍ଡ ୩: ଲଭଲିନା ତୃତୀୟ ରାଉଣ୍ଡରେ ମଧ୍ୟ ପରାସ୍ତ ହୋଇଥିଲେ ।

ଏହା ପୂର୍ବରୁ ଦୁଇ ବକ୍ସର କେବେବି ସାମ୍ନାସାମ୍ନି ହୋଇନଥିଲେ ଓ ଅପରିଚିତ ଥିଲେ ।

୨୩ ବର୍ଷୀୟା ଆସାମର ଝିଅ ଲଭଲିନା, ମୁଏ ଥାଇ ଅଭ୍ୟାସକାରୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏବେ ତୃତୀୟ ଭାରତୀୟ ବକ୍ସର ଭାବେ ବିଜେନ୍ଦର ସିଂହ(୨୦୦୮), ଏମସି ମେରୀକମ(୨୦୧୨)ଙ୍କ ପରେ ଭାରତ ପାଇଁ ଅଲମ୍ପିକ ପଦକ ବିଜେତା ହୋଇଛନ୍ତି । ଏଥିସହ ଚଳିତ ଅଲମ୍ପିକରେ ବକ୍ସିଂ ଇଭେଣ୍ଟରେ ମଧ୍ୟ ଏହା ଭାରତର ପ୍ରଥମ ପଦକ । ଲଭଲିନାଙ୍କ ବ୍ରୋଞ୍ଜ ପଦକକୁ ମିଶାଇ ଚଳିତ ଟୋକିଓ ଅଲମ୍ପିକରେ ଏହା ଭାରତର ତୃତୀୟ ପଦକ । ପୂର୍ବରୁ ଭାରତ ପାଇଁ ଭାରୋତ୍ତୋଳନରେ ମୀରାବାଇ ଚାନୁ ରୌପ୍ୟ ଓ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 4, 2021, 12:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.