ETV Bharat / sports

Tokyo Olympics: ପୁରୁଷ ୨୦ କିଲୋମିଟର ରେସ୍‌ ୱାକ୍‌ରେ ଭାରତ ନିରାଶ - Sandeep

ଟୋକିଓ ଅଲମ୍ପିକ୍‌ରେ ପୁରୁଷ ୨୦ କିଲୋମିଟର ରେସ୍‌ ୱାକ୍‌ ଇଭେଣ୍ଟରେ ଭାରତକୁ ନିରାଶ କଲେ ଆଥଲେଟ୍‌ କେଟି ଇରଫାନ, ରାହୁଲ ଓ ସନ୍ଦୀପ କୁମାର । ଅଧିକ ପଢନ୍ତୁ...

Tokyo Olympics: KT Irfan, Sandeep and Rahul disappoint in men's 20m race walk
Tokyo Olympics: ପୁରୁଷ ୨୦ କିଲୋମିଟର ରେସ୍‌ ୱାକ୍‌ରେ ଭାରତ ନିରାଶ
author img

By

Published : Aug 5, 2021, 3:42 PM IST

ଟୋକିଓ: ଚଳିତ ଟୋକିଓ ଅଲମ୍ପିକ୍‌ରେ ପୁରୁଷ ୨୦ କିଲୋମିଟର ରେସ୍‌ ୱାକ୍‌(Race Walk) ଇଭେଣ୍ଟରେ ଭାରତକୁ ନିରାଶ କଲେ ଆଥଲେଟ୍‌ କେଟି ଇରଫାନ, ରାହୁଲ ଓ ସନ୍ଦୀପ କୁମାର । ଶୀର୍ଷ ୧୦ ସ୍ଥାନ ମଧ୍ୟରେ ଦୌଡ ଶେଷ କରିପାରିନାହାନ୍ତି ଭାରତୀୟ ଆଥଲେଟ୍‌ । ଗୁରୁବାର ସ୍ଥାନୀୟ ସାପୋରୋ ଓଦୋରି ପାର୍କରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସନ୍ଦୀପ ୨୩ତମ ସ୍ଥାନରେ ରହିଥିବାବେଳେ ରାହୁଲ ଓ ଇରଫାନ ଯଥାକ୍ରମେ ୪୭ତମ ଓ ୫୨ ତମ ସ୍ଥାନରେ ଦୌଡ ଶେଷ କରିଛନ୍ତି ।

ଇଟାଲିର ମାସିମୋ ଷ୍ଟାନୋ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ସେହିପରି ଜାପାନର କୋକି ଏଲକଡା ଓ ତୋସିକାଜୁ ୟାମାନିସି ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସନ୍ଦୀପ ଦୌଡ ଶେଷ କରିବାକୁ ୧: ୨୫: ୦୭ ସମୟ ନେଇଥିଲେ ଓ ୨୩ତମ ସ୍ଥାନରେ ପହଞ୍ଚିଥିଲେ । ଇରଫାନ ୧:୩୪:୪୧ ଓ ରାହୁଲ ୧:୩୨:୦୬ ସମୟ ନେଇଥିଲେ ।

ପୂର୍ବରୁ ଭାରତୀୟ ପୁରୁଷ ହକି ଟିମ ଜର୍ମାନୀକୁ ୫-୪ ଗୋଲ୍‌ରେ ହରାଇ ବ୍ରୋଞ୍ଜ ପଦକ ବିଜେତା ହେଇଛି । ଏହା ୪୧ ବର୍ଷ ପରେ ହକିରେ ଭାରତର ପ୍ରଥମ ପଦକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.