ETV Bharat / sports

ଆଜି ଟୋକିଓ ଟ୍ରାକକୁ ଓହ୍ଲାଇବେ ଦୂତୀ - ଟୋକିଓ ଟ୍ରାକ

ଆଜି ଟୋକିଓ ଟ୍ରାକକୁ ଓହ୍ଲାଇବେ ଦୂତୀ ଚାନ୍ଦ । ଟୋକିଓ ଟ୍ରାକରେ ଭଲ ପ୍ରଦର୍ଶନ କରି ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଦୂତୀ । ଅଧିକ ପଢନ୍ତୁ...

ଆଜି ଟୋକିଓ ଟ୍ରାକକୁ ଓହ୍ଲାଇବେ ଦୂତୀ
ଆଜି ଟୋକିଓ ଟ୍ରାକକୁ ଓହ୍ଲାଇବେ ଦୂତୀ
author img

By

Published : Jul 30, 2021, 8:10 AM IST

Updated : Jul 30, 2021, 8:38 AM IST

ଟୋକିଓ: ଆଜି ଟୋକିଓ ଅଲିମ୍ପିକ୍ସରେ ଆଥଲେଟିକ୍ସ ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି । ମହିଳା ୧୦୦ମିଟର ଇଭେଣ୍ଟରେ ଟ୍ରାକକୁ ଓହ୍ଲାଇବେ ଭାରତୀୟ ଷ୍ଟାର ଧାବିକା ତଥା ଓଡିଶାର ଧାବିକା ଦୂତୀ ଚାନ୍ଦ । ପ୍ରଥମେ ୩ଟି ପ୍ରିଲିମିନାରି ରାଉଣ୍ଡ ଅନୁଷ୍ଠିତ ହେବ । ଏହାପରେ କେଉଁ ହିଟରେ କେଉଁ ପ୍ରତିଯୋଗୀ ଭାଗ ନେବେ ତାହା ସ୍ପଷ୍ଟ ହେବ ।

ଟୋକିଓ ଟ୍ରାକରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଦୂତୀ । ପ୍ରିଲିମିନାରୀ ରାଉଣ୍ଡ ପରେ ପ୍ରଥମ ହିଟ ଆରମ୍ଭ ହେବ । ଦୂତୀଙ୍କ ଉପରେ ସମସ୍ତ ଓଡିଶା ଓ ଭାରତର ନଜର ରହିଛି । ଓଡିଶାବାସୀଙ୍କ ସମ୍ମାନକୁ ଦ୍ବିଗୁଣିତ କରିବାକୁ ଟୋକିଓ ଟ୍ରାକରେ ଦକ୍ଷତା ପ୍ରଦର୍ଶନ କରିବେ । ଏକମାତ୍ର ଓଡିଆ ଟ୍ରାକ ଆଥଲେଟ ଭାବେ ସେ ଦ୍ବିତୀୟ ଥର ପାଇଁ ଅଲମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ୨୦୧୬ର ରିଓରେ ଭାଗ ନେଇଥିଲେ ।

ବିଶ୍ବ ମାନ୍ୟତା ଅନୁଯାୟୀ ଦୂତୀ ଉଭୟ ୧୦୦ ଓ ୨୦୦ ମିଟର ଦୌଡ ଇଭେଣ୍ଟକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ତେବେ ଆଜି ଦୂତୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ଅଲମ୍ପିକ୍ସରେ ଦୂତୀ ଭାରତ ପାଇଁ ପଦକ ଜିତିବେ ନେଇ ଆଶା ରଖିଛନ୍ତି ଭାରତୀୟ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 30, 2021, 8:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.