ଟୋକିଓ: Tokyo Olympics ର ଦଶମ ଦିନରେ ପିଭି ସିନ୍ଧୁଙ୍କ ମହିଳା ଏକକ ବର୍ଗ ବ୍ରୋଞ୍ଜ ପଦକ ମ୍ୟାଚ୍, ବକ୍ସର ସତୀଶ କୁମାର ଏବଂ ପୁରୁଷ ହକି ଦଳର କ୍ବାର୍ଟର ଫାଇନାଲ ମ୍ୟାଚ ଉପରେ ରହିବ ସଭିଙ୍କ ନଜର ।
ତେବେ ଆସନ୍ତୁ ନଜର ପକାଇବା ଅଗଷ୍ଟ ୧ ତାରିଖ ପାଇଁ Tokyo Olympics ରେ କଣ କଣ ରହିଛି ଭାରତ କାର୍ଯ୍ୟସୂଚୀ ।

ଗଲ୍ଫ (ପୁରୁଷ ଏକକ ବର୍ଗ, ୪ର୍ଥ ପର୍ଯ୍ୟାୟ): ଉଧୟାନ ମାନେ
ଭାରତୀୟ ସମୟ ସକାଳ ୪.୧୧ ରୁ ହେବ ଆରମ୍ଭ ।
ଅଶ୍ବଚାଳନା (ପୁରୁଷ ଏକକ ବର୍ଗ, କ୍ରସ କଣ୍ଟ୍ରି): ଫୱାଦ ମୀର୍ଜା
ଭାରତୀୟ ସମୟ ସକାଳ ୫.୧୮ ରୁ ଆରମ୍ଭ ହେବ ।
ଗଲ୍ଫ (ପୁରୁଷ ଏକକ ବର୍ଗ, ୪ର୍ଥ ପର୍ଯ୍ୟାୟ): ଅନିର୍ବାନ ଲେହରୀ
ଭାରତୀୟ ସମୟ ସକାଳ ୫.୫୫ ରୁ ଆରମ୍ଭ ହେବ ।
ବକ୍ସିଂ (ପୁରୁଷ +୯୧ କିଗ୍ରା କ୍ବାର୍ଟର ଫାଇନାଲ): ସତୀଶ କୁମାର
ଭାରତୀୟ ସମୟ ସକାଳ ୯.୩୬ ରୁ ଆରମ୍ଭ ହେବ ମ୍ୟାଚ।
ବ୍ୟାଡମିଣ୍ଟନ (ମହିଳା ଏକକ ବର୍ଗ କାଂଶ୍ୟ ପଦକ ମ୍ୟାଚ): ପିଭି ସିନ୍ଧୁ
ଭାରତୀୟ ସମୟ ସନ୍ଧ୍ୟା ୫.୦୦ ରୁ ଆରମ୍ଭ।
ହକି (ପରୁଷ କ୍ବାର୍ଟର ଫାଇନାଲ): ଭାରତ ବନାମ ଗ୍ରେଟ ବ୍ରିଟେନ
ଭାରତୀୟ ସମୟ ସନ୍ଧ୍ୟା ୫.୩୦ ରୁ ଆରମ୍ଭ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ