ETV Bharat / sports

ସରୁଛି ଟୋକିଓ ଅଲମ୍ପିକ୍‌, ଉଦ୍‌ଯାପନୀ ସମାରୋହରେ ଭାରତର ଧ୍ବଜାବାହକ ବଜରଙ୍ଗ - ଭାରତୀୟ ଅଲମ୍ପିକ ଟିମ

ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ ୨୦୨୦ ଶେଷ ହେଉଛି । ଭାରତ ଦୃଷ୍ଟିକୋଣରୁ ଟୋକିଓ ଅଲମ୍ପିକ୍‌ ଐତିହାସିକ ରହିଛି । ଅଧିକ ପଢନ୍ତୁ...

Tokyo Olympics 2020 closing ceremony today
ସରୁଛି ଟୋକିଓ ଅଲମ୍ପିକ୍‌, ଉଦ୍‌ଯାପନୀ ସମାରୋହରେ ବଜରଙ୍ଗ ଭାରତର ଧ୍ବଜାବାହକ
author img

By

Published : Aug 8, 2021, 2:50 PM IST

ହାଇଦ୍ରାବାଦ: ଆଜି(ରବିବାର) ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ ୨୦୨୦ ଶେଷ ହେଉଛି । ଭାରତୀୟ ଟିମର ଅଭିଯାନ ଶେଷ ହୋଇସାରିଛି । ଭାରତ ଦୃଷ୍ଟିକୋଣରୁ ଟୋକିଓ ଅଲମ୍ପିକ୍‌ ଐତିହାସିକ ରହିଛି ।

ପଦକ ତାଲିକାରେ ଭାରତ ୪୭ ତମ ସ୍ଥାନରେ ରହିଛି । ଜନସଂଖ୍ୟା ଓ ପ୍ରତିଷ୍ଠା ଦୃଷ୍ଟିକୋଣରୁ ଏହି ସ୍ଥାନ ଭଲ ନୁହେଁ ବୋଲି ନିଃସନ୍ଦେହରେ କୁହାଯାଇପାରେ । ମାତ୍ର ଏହି ସଂସ୍କରଣରେ ଅଂଶଗ୍ରହଣ କରିଥିବା ଖେଳାଳିମାନେ ସ୍ପଷ୍ଟ ସଂକେତ ଦେଇଛନ୍ତି ଯେ, ଭାରତରେ ନୂଆ ଖେଳ ସଂସ୍କୃତିର ବିକଶିତ ହେଉଛି, ଯେଉଁଥିରୁ ଭବିଷ୍ୟତରେ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ ପାଇଁ ପ୍ରେରିତ ହେବେ ।

ଭାରତ ମୋଟ ୭ଟି ପଦକ ନିଜ ନାମରେ କରିପାରିଛି । ଟୋକିଓ ଅଲମ୍ପିକ ୨୦୨୦ରେ ଭାରତ ୪ ଦଶନ୍ଧି ଧରି ଥିବା ଅପେକ୍ଷାର ଶେଷ ମଧ୍ୟ କରିଛି । ଏହାପରେ ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରା ଆଥଲେଟିକ୍ସରେ ଦେଶକୁ ପ୍ରଥମ ସ୍ବର୍ଣ୍ଣ ପଦକ ଦେଇଛନ୍ତି ।

ତେବେ କିଛି ଭାରତୀୟ ଖେଳାଳି ପଦକ ପାଖରେ ପହଞ୍ଚି ମଧ୍ୟ ଅଳ୍ପକେ ବଞ୍ଚିତ ହୋଇଗଲେ, ଯେଉଁ ତାଲିକାରେ ମହିଳା ଗଲ୍ଫ ଖେଳାଳି ଅଦିତି ଅଶୋକଙ୍କ ନାମ ସାମିଲ ରହିଛି । ଭାରତକୁ କାଂସ୍ୟ ପଦକ ଦେଇଥିବା କୁସ୍ତିଯୋଦ୍ଧା ସମାପନ ସମାରୋହରେ ଧ୍ବଜାବାହକ ହେବେ ।

ଆଜି ଦିନର ମୁଖ୍ୟ ଆକର୍ଷଣ ଉଦ୍‌ଯାପନୀ ସମାରୋହ ରହିବ । ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ କିମ୍ବା ଏହା ପୂର୍ବରୁ ସମାରୋହ ଆରମ୍ଭ ହେବ । ଏହି ସମାରୋହରେ ପୁନିଆ ହାତରେ ତ୍ରିରଙ୍ଗା ଧରି ଭାରତୀୟ ଟିମର ନେତୃତ୍ବ ନେବେ ।

ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ

  • ୧୨୧ ବର୍ଷର ଅଲମ୍ପିକ ଇତିହାସରେ ଫିଲ୍ଡ ଓ ଟ୍ରାକ୍‌ ଇଭେଣ୍ଟରେ ପ୍ରଥମ ଥର ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି । ଦେଶବାସୀଙ୍କୁ ଏହି ସ୍ବର୍ଣ୍ଣିମ ଖୁସି ଜାବେଲିନ ଥ୍ରୋ ଖେଳାଳୀ ନୀରଜ ଚୋପ୍ରା ଦେଇଛନ୍ତି ।
  • ନୀରଜ ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟରେ ୮୭.୫୮ ମିଟର ଦୂରକୁ ଫିଙ୍ଗି ପ୍ରତିଯୋଗିତାର ଶୀର୍ଷରେ ରହିଥିଲେ । ଏଥିସହ ବ୍ୟକ୍ତିଗତ ବର୍ଗର ଖେଳରେ ସ୍ବର୍ଣ୍ଣ ପଦକ ବିତା ହୋଇଥିବା ଦ୍ବିତୀୟ ଭାରତୀୟ ଖେଳାଳି ହୋଇଛନ୍ତି । ଏହାପୂର୍ବରୁ ଅଭିନବ ବିନ୍ଦ୍ରା ସୁଟିଂରେ ୨୦୦୮ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।
  • ମନପ୍ରୀତ ସିଂହଙ୍କ ନେତୃତ୍ବରେ ଭାରତୀୟ ହକି ଟିମ ଜର୍ମାନୀକୁ ୫-୪ରେ ହରାଇ କାଂସ୍ୟ ପଦକ ଜିତିଛି ।
  • ଭାରତୀୟ ମହିଳା ହକି ଟିମ ଦମଦାର ପ୍ରଦର୍ଶନ କରିବା ସହ ଅଲମ୍ପିକ ସେମିଫାଇନାଲରେ ପହଞ୍ଚିଥିଲା । ଏଥିସହ ଭାରତୀୟ ମହିଳା ହକି ଟିମ ଅଲମ୍ପିକ ଇତିହାସରେ ପ୍ରଥମ ଥର ଚତୁର୍ଥ ସ୍ଥାନରେ ରହିପାରିଥିଲା । ସେମିଫାଇନାଲରେ ଆର୍ଜେଣ୍ଟିନା ଠାରୁ ଓ ବ୍ରୋଞ୍ଜ ପଦକ ମ୍ୟାଚରେ ଗ୍ରେଟ ବ୍ରିଟେନ ଠାରୁ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପରାଜୟ ମିଳିଥିଲା ।
  • ଭାରତର ଅଲମ୍ପିକ ଇତିହାସରେ ପ୍ରଥମ ଥର ଭାରତକୁ ପ୍ରଥମ ଦିନରେ ପଦକ ମିଳିଛି । ଭାରତର ମହିଳା ଭାରୋତ୍ତୋଳନ ମୀରାବାଇ ଚାନୁ ଭାରତ୍ତୋଳୋନରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି ।
  • ସ୍ନାଚ୍‌ରେ ଦ୍ବିତୀୟ ସ୍ଥାନରେ ରହିବା ସହ କ୍ଳିନ ଓ ଜର୍କ ବର୍ଗର ପ୍ରଥମ ପ୍ରୟାସରେ ୧୧୦ କିଲୋଗ୍ରାମ ଓଜନ ସଫଳତାର ସହ ଉଠାଇଥିଲେ । ଫଳରେ ୪୯ କିଲୋଗ୍ରାମ ବର୍ଗରେ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ବିଜୟିନୀ ହୋଇଛନ୍ତି ମାରାବାଇ । ପ୍ରଥମ ଦିନରେ ପଦ ଜିତି ମୀରାବାଇ ଅନ୍ୟ ଭାରତୀୟ ଆଥଲେଟ୍‌ଙ୍କ ମନବୋଳ ବଢାଇଥିଲେ ।
  • ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ କାଂସ୍ୟ ପଦକ ଜିତିଛନ୍ତି । ଏଥିସହ ସେ ଅଲମ୍ପିକରେ ଦୁଇଟି ପଦକ ଜିତିଥିବା ପ୍ରଥମ ବ୍ୟାଡମିଣ୍ଟନ ଓ ଦ୍ବିତୀୟ ଭାରତୀୟ ଖେଳାଳି ବନିଛନ୍ତି ।
  • ଭାରତର ଯୁବ ଗୋଲଫର ଅଦିତି ଅଶୋକଙ୍କ ଜବରଦସ୍ତ ପ୍ରଦର୍ଶ ରହିଥିଲା, ମାତ୍ର ଶେଷରେ ପଦକ ବିଜୟରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ।
  • ତେବେ ପରାଜୟ ସତ୍ତ୍ବେ ଅଦିତି ଇତିହାସ ରଚିଛନ୍ତି । ୨୦୦ତମ ମାନ୍ୟତାରେ ଥିବା ଅଦିତି ଅଲମ୍ପିକ୍‌ରେ ଚତୁର୍ଥ ସ୍ଥାନରେ ରହିଥିବା ପ୍ରଥମ ଭାରତୀୟ ମହିଳା ଗୋଲ୍‌ଫର ହେବାର ଗୌରବ ଅର୍ଜନ କରିଛନ୍ତି ।
  • ଭାରତ ଏଥର ଅଲମ୍ପିକ୍‌ରେ ମୋଟ ୧୨୭ ଖେଳାଳିଙ୍କ ଟିମ ପଠାଇଥିଲା । ଏହା ଅଲମ୍ପିକ ଇତିହାସରେ ଭାରତ ପଠାଇଥିବା ସବୁଠୁ ବଡ ଟିମ ରହିଥିଲା ।
  • ଭାରତୀୟ କ୍ରୀଡାପ୍ରେମୀଙ୍କୁ ତୀରନ୍ଦାଜୀ ଓ ସୁଟିଂରୁ ପଦକ ଆଶା ରହିଥିଲା । ମାତ୍ର ଏହି ଦୁଇ ଇଭେଣ୍ଟରେ ନିରାଶ ହେବାକୁ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.