ETV Bharat / sports

Tokyo Paralympics: ସୁମିତଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ - sumit antil news

ପାରାଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ସୁମିତ ଅନ୍ତିଲଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଦକ ହାସଲ ନେଇ ତାଙ୍କୁ ଶୁଭେଚ୍ଛା ଦେବା ସହ ତାଙ୍କ କୋଚ ଓ ପରିବାର ବର୍ଗକୁ ଶୁଭକାମନା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ...

Tokyo Paralympics: ସୁମିତଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ

author img

By

Published : Aug 30, 2021, 8:01 PM IST

ନୂଆଦିଲ୍ଲୀ: ପାରାଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ସୁମିତ ଅନ୍ତିଲଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଦକ ହାସଲ ନେଇ ତାଙ୍କୁ ଶୁଭେଚ୍ଛା ଦେବା ସହ ତାଙ୍କ କୋଚ ଓ ପରିବାର ବର୍ଗକୁ ଶୁଭକାମନା ଜଣାଇଛନ୍ତି । ଟୋକିଓ ପାରାଲମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ସୁମିତ ଅନ୍ତିଲ ।

  • #WATCH: PM Modi telephoned #SumitAntil &congratulated him on winning Gold & for a historic performance

    PM told him that he made the nation proud&appreciated his spirit of resilience. He added that youngsters would be inspired by Sumit.He pointed that he has made his family proud pic.twitter.com/PwKnAGG0rS

    — ANI (@ANI) August 30, 2021 " class="align-text-top noRightClick twitterSection" data=" ">

ଏହାକୁ ନେଇ ପ୍ରଧାନମନ୍ତ୍ରୀ ଫୋନ ଯୋଗେ ସୁମିତଙ୍କୁ କହିଛନ୍ତି ଯେ, "ଆପଣ ଦେଶକୁ ଗୌରବାନ୍ବିତ କରିଛନ୍ତି । ସମସ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଆପଣଙ୍କ ସଂଘର୍ଷ ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି । ଏଥିପାଇଁ ଆପଣଙ୍କ ଟିମ୍, ଆପଣଙ୍କ କୋଚ୍ ଓ ଆପଣଙ୍କ ପରିବାର ବର୍ଗକୁ ଶୁଭେଚ୍ଛା ଜ୍ଞାପନ କରୁଛି । ଆପଣଙ୍କ କୀର୍ତ୍ତି ଦ୍ବାରା ଯୁବ କ୍ରୀଡ଼ାବିତ ଉତ୍ସାହିତ ହୋଇଛନ୍ତି ।"

ସୋମବାର F-64 କାଟାଗୋରୀରେ ୬୮.୫୫ ମିଟର ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କରିବା ସହ ବିଶ୍ବ ରେକର୍ଡ କାୟମ କରିଛନ୍ତି ସୁମିତ । ଏହାକୁ ନେଇ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସୁମିତଙ୍କ ପଦକ ସହ ଭାରତ ଗୋଟିଏ ଦିନରେ ଆଜି ମୋଟ ୫ଟି ପଦକ ହାସଲ କରିବାରେ ସକ୍ଷମ ହୋଇପାରିଛି ।

ଏହାକୁ ନେଇ ଖୁସି ଜାହିର କରିଛନ୍ତି ସୁମିତ । ସଭିଁଙ୍କ ଶୁଭକାମନା ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.