ETV Bharat / sports

Tokyo Paralympics: କାଂସ୍ୟ ପଦକ ବିଜୟୀ ସିଂହରାଜଙ୍କୁ ଶୁଭେଚ୍ଛାର ସୁଅ

author img

By

Published : Aug 31, 2021, 4:33 PM IST

୧୦ ମିଟର ଏୟାର ପିସ୍ତଲ ସୁଟିଂ ଫାଇନାଲରେ କାଂସ୍ୟ ପଦକ ହାସଲ କରିଛନ୍ତି ସିଂହରାଜ । ଏଥିପାଇଁ ବର୍ତ୍ତମାନ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଅଧିକ ପଢ଼ନ୍ତୁ...

Tokyo Paralympics: କାଂସ୍ୟ ପଦକ ବିଜୟୀ ସିଂହରାଜଙ୍କୁ ଶୁଭେଚ୍ଛାର ସୁଅ
Tokyo Paralympics: କାଂସ୍ୟ ପଦକ ବିଜୟୀ ସିଂହରାଜଙ୍କୁ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଟୋକିଓ ପାରାଲମ୍ପିକ୍ସରେ ଭାରତ ପାଇଁ ଅଷ୍ଟମ ପଦକ ହାସଲ କରିଛନ୍ତି ଏୟାର ପିସ୍ତଲ ସୁଟର ସିଂହରାଜ ଆଧାନା । SH-1 କାଟାଗୋରୀ ୧୦ ମିଟର ଏୟାର ପିସ୍ତଲ ସୁଟିଂ ଫାଇନାଲରେ କାଂସ୍ୟ ପଦକ ହାସଲ କରିଛନ୍ତି ସିଂହରାଜ । ଏଥିପାଇଁ ବର୍ତ୍ତମାନ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସିଂହରାଜଙ୍କୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅଭିନନ୍ଦନ ଜଣାଇଛନ୍ତି ।

  • Exceptional performance by Singhraj Adhana! India’s talented shooter brings home the coveted Bronze Medal. He has worked tremendously hard and achieved remarkable successes. Congratulations to him and best wishes for the endeavours ahead. #Paralympics #Praise4Para pic.twitter.com/l49vgiJ9Ax

    — Narendra Modi (@narendramodi) August 31, 2021 " class="align-text-top noRightClick twitterSection" data=" ">

ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଲେଖିଛନ୍ତି ଯେ, "ଚମତ୍କାର ପ୍ରଦର୍ଶନ କରିଛନ୍ତି ସିଂହରାଜ ଆଧାନା । ଭାରତର ଏହି କୁଶଳୀ ସୁଟର କାଂସ୍ୟ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇବାକୁ ସେ ବହୁ କଷ୍ଟ ଓ ସାଧନା କରିଥିଲେ । ଏଥିପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଦେଉଛି ।"

  • Singhraj Adana's winning the bronze medal in shooting at #Paralympics marks a high point in his saga of resilience and determined pursuit of excellence. Congratulations to him for this amazing feat! The nation is proud of you. May you achieve greater glory in the years to come.

    — President of India (@rashtrapatibhvn) August 31, 2021 " class="align-text-top noRightClick twitterSection" data=" ">

ସେହିଭଳି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସିଂହରାଜ ଆଧାନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ୍ କରିଛନ୍ତି ଯେ, "ପାରାଲମ୍ପିକ୍ସର ୧୦ ମିଟର ଏୟାର ପିସ୍ତଲ ସୁଟିଂରେ କାଂସ୍ୟ ପଦକ ହାସଲ କରିଛନ୍ତି ସିଂହରାଜ ଆଧାନା । ଆପଣଙ୍କ ନିଷ୍ଠା ଓ କର୍ତ୍ତବ୍ୟର ଫଳ ଆଜି ଆପଣଙ୍କୁ ମିଳିଛି । ଏହି ଚମତ୍କାର ସଫଳତା ପାଇଁ ମୁଁ ଆପଣଙ୍କୁ ଅଭିନନ୍ଦନ ଦେଉଛି । ଦେଶ ଆପଣଙ୍କ ପାଇଁ ଗର୍ବିତ । ଆଗାମୀ ଦିନରେ ଆପଣ ଆହୁରି ସଫଳତା ହାସଲ କରନ୍ତୁ ।"

  • Singhraj Adhana’s stupendous performance in the shooting event at the #Paralympics is a moment of great pride. Congratulations for the Bronze Medal. #Praise4Para

    — Rajnath Singh (@rajnathsingh) August 31, 2021 " class="align-text-top noRightClick twitterSection" data=" ">

ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସିଂହରାଜ ଆଧାନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, "ଟୋକିଓ ପାରାଲମ୍ପିକ୍ସ ସୁଟିଂ ଇଭେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ସିଂହରାଜ ଆଧାନା । ଏହା ଆପଣ ଗର୍ବର କ୍ଷଣ । କାଂସ୍ୟ ପଦକ ପାଇଁ ସିଂହରାଜଙ୍କୁ ଶୁଭେଚ୍ଛା ।"

କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ସିଂହରାଜଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, "ସଫଳତା ପାଇଁ କୌଣସି ବୟସ ସୀମା ନଥାଏ । ୩୯ ବର୍ଷ ବୟସରେ ପାରାଲମ୍ପିକ୍ସରେ ଡେବ୍ୟୁ କରି କାଂସ୍ୟ ପଦକ ହାସଲ କରିଛନ୍ତି ସିଂହରାଜ ଆଧାନା । ସେ ପୁରୁଷ ବିଭାଗର ୧୦ ମିଟର ଏୟାର ପିସ୍ତଲ ସୁଟିଂରେ ପଦକ ହାସଲ କରିଛନ୍ତି । ପାରାଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ବର୍ତ୍ତମାନ ୮ରେ ପହଞ୍ଚିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.