ETV Bharat / sports

Mann ki Baat: ଭାରତୀୟ ଆଥଲେଟ୍‌ଙ୍କୁ ଉତ୍ସାହିତ କରିବାକୁ ମୋଦିଙ୍କ ଅପିଲ

author img

By

Published : Jul 25, 2021, 12:51 PM IST

Victory Punch କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ଅଲମ୍ପିକ ଅଂଶଗ୍ରହଣକାରୀଙ୍କୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ । ଅଧିକ ପଢନ୍ତୁ...

PM Modi urges nation to support athletes participating in Tokyo Olympics
Tokyo Olympics: ଭାରତୀୟ ଆଥଲେଟ୍‌ଙ୍କୁ ଉତ୍ସାହିତ କରିବାକୁ PM ମୋଦିଙ୍କ ଅପିଲ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍‌ରେ ଅଂଶଗ୍ରହଣ କରିଥିବା ଭାରତୀୟ ଆଥଲେଟ୍‌ଙ୍କୁ ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅପିଲ କରିଛନ୍ତି । ଅଲମ୍ପିକ ଉଦ୍‌ଘାଟନୀ ଉତ୍ସବକୁ ଦେଖିବା ପରେ ସମସ୍ତ ଭାରତବାସୀଙ୍କ ସମର୍ଥନ ଅଲମ୍ପିକ ଟିମ ସହିତ ରହିଥିବା ନେଇ ମୋଦି କହିଛନ୍ତି ।

ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌କି ବାତ୍‌ରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଦୁଇଦିନ ତଳେ ଉଦ୍‌ଘାଟନୀ ସମାରୋହର ଦୃଶ୍ୟ ଏବେବି ଆଖି ସାମ୍ନାରେ ରହିଛି । ସେଥିପାଇଁ ମନ କି ବାତ୍‌ କାର୍ଯ୍ୟକ୍ରମ ସେହି ମୁହୂର୍ତ୍ତକୁ ସ୍ମରଣ କରି ଆରମ୍ଭ କରୁଛି । ଖେଳାଳିମାନେ ତ୍ରିରଙ୍ଗା ଧରି ଚାଲିବା ସମୟରେ କେବଳ ନୁହେଁ ବରଂ ସମସ୍ତ ଦେଶବାସୀ ଉତ୍ସାହିତ ହୋଇପଡିଥିଲେ । ଯେପରି ସମସ୍ତ ଭାରତୀୟ ଏକତ୍ର ଗୋଟିଏ ଭାବନା ସହ 'ବିଜୟୀ ଭବଃ' ବୋଲି ଖେଳାଳିଙ୍କୁ କହୁଥିଲେ ।"

ଏଥିସହ PM ମୋଦି ସମସ୍ତ ଦେଶବାସୀଙ୍କୁ ଆଗେଇ ଆସି ଟୋକିଓ ଅଲମ୍ପିକ୍‌ରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କୁ ଭିକ୍‌ଟ୍ରୀ ପଞ୍ଚ୍‌(Victory Punch) କାର୍ଯ୍ୟକ୍ରମ ମାଧ୍ୟମରେ ସମର୍ଥନ କରିବାକୁ ଅପିଲ କରିଥିଲେ ।

ଶନିବାର, ଟୋକିଓ ଅଲମ୍ପିକର ପ୍ରଥମ ଦିନରେ ଭାରୋତ୍ତୋଳନକାରୀ ସୈକମ ମୀରାବାଇ ଚାନୁ ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଭାରତର ପଦକ ଖାତା ଖୋଲିଛନ୍ତି । ମୋଟ ୨୦୨ କିଲୋଗ୍ରାମ ଭାର(୮୭ କିଲୋଗ୍ରାମ ସ୍ନାଚ୍‌ ଓ ୧୧୫ କିଲୋଗ୍ରାମ କ୍ଳିନ ଓ ଜର୍କ) ସଫଳତାର ସହ ଉଠାଇ ବିଶ୍ବ କ୍ରୀଡାର ମହାମଞ୍ଚରେ ଦେଶକୁ ଗୌରବାନ୍ନିତ କରିଥିଲେ ମୀରାବାଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.