ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଭେଟିଲେ ଟୋକିଓ ଅଲମ୍ପିକ ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ । ସଚିନଙ୍କୁ ଭେଟିବା ପରେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ମୀରାବାଇ ଚାନୁ । ଟୋକିଓ ଅଲମ୍ପିକ ଗେମ୍ସର ୪୯ କେଜି ମହିଳା ବର୍ଗର ଭାରୋତ୍ତଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି ମୀରାବାଇ ଚାନୁ । ଏହାପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ସହ ପୁରସ୍କାର ମିଳିବାରେ ଲାଗିଥିଲା । ଏହାସହ ସେ ବହୁ ବିଶିଷ୍ଠ ବ୍ୟକ୍ତିତ୍ବ ମାନଙ୍କୁ ଭେଟିଛନ୍ତି ।
-
Equally happy to meet you this morning, @mirabai_chanu! 🙂
— Sachin Tendulkar (@sachin_rt) August 11, 2021 " class="align-text-top noRightClick twitterSection" data="
It was wonderful talking to you about your inspiring journey from Manipur to Tokyo.
You've got places to go in the coming years, keep working hard. https://t.co/YH4ta0cVY0
">Equally happy to meet you this morning, @mirabai_chanu! 🙂
— Sachin Tendulkar (@sachin_rt) August 11, 2021
It was wonderful talking to you about your inspiring journey from Manipur to Tokyo.
You've got places to go in the coming years, keep working hard. https://t.co/YH4ta0cVY0Equally happy to meet you this morning, @mirabai_chanu! 🙂
— Sachin Tendulkar (@sachin_rt) August 11, 2021
It was wonderful talking to you about your inspiring journey from Manipur to Tokyo.
You've got places to go in the coming years, keep working hard. https://t.co/YH4ta0cVY0
ସଚିନ ତେନ୍ଦୁଲକରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ମୀରାବାଇ ଚାନୁ । ଏହାକୁ ନେଇ ସେ ଟ୍ବିଟ୍ କରି କହିଛନ୍ତି ଯେ, "ଆଜି ସକାଳେ ସଚିନ ତେନ୍ଦୁଲକରଙ୍କୁ ଭେଟି ଖୁସି ଲାଗିଲା । ତାଙ୍କ କଥା ଓ ପ୍ରୋତ୍ସାହନ ସବୁବେଳେ ମୋର ମନେ ରହିବ । ସତରେ ତାଙ୍କ ଦ୍ବାରା ମୁଁ ଆଜି ଅନୁପ୍ରାଣିତ ହୋଇଛି ।"
-
Loved meeting @sachin_rt Sir this morning! His words of wisdom & motivation shall always stay with me. Really inspired. pic.twitter.com/Ilidma4geY
— Saikhom Mirabai Chanu (@mirabai_chanu) August 11, 2021 " class="align-text-top noRightClick twitterSection" data="
">Loved meeting @sachin_rt Sir this morning! His words of wisdom & motivation shall always stay with me. Really inspired. pic.twitter.com/Ilidma4geY
— Saikhom Mirabai Chanu (@mirabai_chanu) August 11, 2021Loved meeting @sachin_rt Sir this morning! His words of wisdom & motivation shall always stay with me. Really inspired. pic.twitter.com/Ilidma4geY
— Saikhom Mirabai Chanu (@mirabai_chanu) August 11, 2021
ସେପଟେ ଅଲମ୍ପିକ ପଦକ ବିଜୟିନୀ ମୀରାବାଇ ଚାନୁଙ୍କୁ ଭେଟିବା ପରେ ସଚିନ ତେନ୍ଦୁଲକର ମଧ୍ୟ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, "ତୁମ ସହ ଦେଖା ହୋଇ ଖୁସି ଅନୁଭବ କଲି । ମଣିପୁରରୁ ତୁମ ଟୋକିଓ ଯାତ୍ରା ସତରେ ପ୍ରେରଣାଦାୟୀ । ତୁମ କଥା ହୋଇ ଧନ୍ୟ ମନେ କଲି । ଏଥିପାଇଁ ତୁମକୁ ଧନ୍ୟବାଦ । କଠିନ ପରିଶ୍ରମ ଜାରି ରଖ । ଆଗାମୀ ବର୍ଷରେ ତୁମକୁ ବହୁତ ଆଗକୁ ଯିବାର ଅଛି ।"
ଅଗଷ୍ଟ ୧୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ମୀରାବାଇ ଚାନୁ । ଏହାପରେ ସ୍ବାଧନତା ଦିବସ ଅବସରରେ ଅର୍ଥାତ ଅଗଷ୍ଟ ୧୫ ତାରିଖରେ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ