ETV Bharat / sports

Tokyo Paralympics: ଟେବୁଲ ଟେନିସ ସେମିରେ ଭାବିନା, ପ୍ରଥମ ମେଡାଲ୍ ପକ୍କା - ସେମିରେ ଭାବିନା ପଟେଲ

ଟେବୁଲ ଟେନିସ ଇଭେଣ୍ଟର ସେମିଫାଇନାଲର ପହଞ୍ଚିଲେ ଭାବିନା ପଟେଲ । କ୍ବାର୍ଟରଫାଇନାଲରେ ସେ ସର୍ବିଆର ପେଡଲର ବୋରିସ୍ଲାଭା ରାଙ୍କୋଭିକଙ୍କୁ 3-0 ସେଟରେ ମାତ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

Tokyo Paralympics: ସେମିରେ ପହଞ୍ଚିଲେ ଭାରତୀୟ ପେଡଲର ଭାବିନା ପଟେଲ

author img

By

Published : Aug 27, 2021, 5:00 PM IST

ଟୋକିଓ: ପାରଲମ୍ପିକ୍ସ (Paralympics)ର ଟେବୁଲ ଟେନିସ ଇଭେଣ୍ଟ ସେମିଫାଇନାଲରେ ପହଞ୍ଚିଲେ ଭାବିନା ପଟେଲ । ମହିଳା ବିଭାଗ ଏକକ ବର୍ଗ କ୍ବାର୍ଟରଫାଇନାଲରେ ସେ ସର୍ବିଆର ପେଡଲର ବୋରିସ୍ଲାଭା ରାଙ୍କୋଭିକଙ୍କୁ ସିଧାସଳଖ ସେଟରେ ମାତ ଦେଇଛନ୍ତି । C4 କାଟାଗୋରୀର ଏହି ମ୍ୟାଚକୁ ୩-୦ ସେଟରେ ଜିତି ନେଇଛନ୍ତି ଭାବିନା ପଟେଲ ।

ମ୍ୟାଚ ଆରମ୍ଭରୁ ଭାବିନା ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ ସେଟକୁ ଏକ ପାଖିଆ ଭାବରେ ୧୧-୫ରେ ବିଜୟ ହାସଲ କରିଥିଲେ ଭାବିନା । ଏହାପରେ ଦ୍ବିତୀୟ ଓ ତୃତୀୟ ସେଟକୁ ମଧ୍ୟ ୧୧-୬ ଓ ୧୧-୭ ପଏଣ୍ଟରେ ବିଜୟ ହାସଲ କରି ନକଆଉଟ ପର୍ଯ୍ୟାୟର ସେମିଫାଇନାଲକୁ ଉନ୍ନିତ ହୋଇଛନ୍ତି ।

ଏହାପୂର୍ବରୁ ଭାବିନା ପଟେଲ ବ୍ରାଜିଲର ଜୋଏସ୍ ଡି ଅଲିଭିଆରାଙ୍କୁ ରାଉଣ୍ଡ ୧୬ ମ୍ୟାଚରେ ମାତ ଦେଇ କ୍ବାର୍ଟର ଫାଇନାଲକୁ ଉନ୍ନିତ ହୋଇଥିଲେ । ଭାବିନା ତିନୋଟି ସିଧାସଳଖ ସେଟରେ 3-0 (12-10, 13-11, 11-6)ରେ ସେ ଜୋଏସଙ୍କୁ ପରାସ୍ତ କରିଥିଲେ । ସେମିଫାଇନାଲରେ ଭାବିନା ପହଞ୍ଚିବା ପରେ ଏହି ଇଭେଣ୍ଟରୁ ଭାରତ ସ୍ବର୍ଣ୍ଣ ପଦକ ଆଶା କରାଯାଉଛି । କାରଣ ପ୍ରଥମ ମ୍ୟାଚ ପରାଜିତ ହେବାପରେ ଜବରଦସ୍ତ କମବ୍ୟାକ କରିଛନ୍ତି ଭାବିନା । କ୍ବାର୍ଟର ଫାଇନାଲ ମ୍ୟାଚକୁ ମାତ୍ର ୧୮ ମିନିଟରେ ସେ ଜିତି ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.