ହାଇଦ୍ରାବାଦ: ଥାଇଲାଣ୍ଡ ଓପନ ଖେଳିବେ ସାଇନା ନେହୱାଲ ଓ ଏଚଏସ ପ୍ରଣୟ । ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ ଓ ଥାଇଲାଣ୍ଡ ବ୍ୟାଡମିଣ୍ଟନ ଆସୋସିଏସନ ଉଭୟ ଖେଳାଳିଙ୍କୁ ଅନୁମତି ପ୍ରଦାନ କରିଛି । ମଙ୍ଗଳବାର ଏନେଇ ଥାଇଲାଣ୍ଡ ବ୍ୟାଡମିଣ୍ଟନ ଆସୋସିଏସନ ସ୍ପଷ୍ଟ କରିଛି ।
ପୂର୍ବରୁ ଦୁଇ ଖେଳାଳିଙ୍କୁ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଫଳରେ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିବା ଖବର ମିଳିଥିଲା ।
ମାତ୍ର ଚଳିତ ଥାଇଲାଣ୍ଡ ଓପନ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ସବୁଜ ସଙ୍କେତ ମିଳିଛି । ବୁଧବାର ସାଇନା ଓ ପାରୁପଲ୍ଲୀଙ୍କ ଏକକ ବର୍ଗର ମ୍ୟାଚ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ