ETV Bharat / sports

ଏକେଣ୍ଟାଲ ଚ୍ୟାଲେଞ୍ଜରରେ ରାମାନାଥନ ରନର୍ସ-ଅପ୍

ଭାରତୀୟ ଟେନିସ ଖେଳାଳି ରାମକୁମାର ରାମାନାଥନ ରବିବାର ଏକେଣ୍ଟାଲ ଚ୍ୟାଲେଞ୍ଜର୍ସରେ ରନର୍ସ-ଅପରେ ସନ୍ତୁଷ୍ଟ ହୋଇଛନ୍ତି । ଅଧିକ ପଢନ୍ତୁ...

Ramanathan finishes runner-up at Eckental Challenger
ଏକେଣ୍ଟାଲ ଚ୍ୟାଲେଞ୍ଜରରେ ରାମାନାଥନ ରନର୍ସ-ଅପ୍
author img

By

Published : Nov 9, 2020, 3:29 AM IST

ବର୍ଲିନ: ଭାରତୀୟ ଟେନିସ ଖେଳାଳି ରାମକୁମାର ରାମାନାଥନ ରବିବାର ଏକେଣ୍ଟାଲ ଚ୍ୟାଲେଞ୍ଜର୍ସରେ ରନର୍ସ-ଅପରେ ସନ୍ତୁଷ୍ଟ ହୋଇଛନ୍ତି । ଆମେରିକୀୟ ସେବାସ୍ତିଆନ କୋର୍ଦାଙ୍କ ଠାରୁ ଫାଇନାଲ ମୁକାବିଲାରେ 6-4, 6-4 ସେଟରେ ପରାସ୍ତ ହୋଇଛନ୍ତି ରାମକୁମାର ।

ଏହା କୋର୍ଦାଙ୍କର ପ୍ରଥମ ପେଷାଦାର ସିଙ୍ଗଲ୍ସ ଟାଇଟେଲ । ଫଳରେ ରାମକୁମାର 100 ATP ପଏଣ୍ଟ ହାସଲ କରିଥିବାବେଳେ, ରାମକୁମାରଙ୍କୁ 60 ପଏଣ୍ଟ ମିଳିଛି ।

20 ବର୍ଷୀୟ କୋର୍ଦା ମ୍ୟାଚରେ ସଂପୂର୍ଣ୍ଣ ପ୍ରଭାବୀ ପ୍ରଦର୍ଶନ କରିବା ସହ ଏକତରଫା ବିଜୟୀ ହୋଇଥିଲେ । ଅନ୍ୟପଟେ ରାମକୁମାର ପ୍ରଥମ ଟାଇଟେଲ ବିଜୟରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି । ଶନିବାର ଜର୍ମାନୀର ମାର୍ଭିନ ମୋଲରଙ୍କୁ 4-6, 6-1, 6-1 ସେଟରେ ହରାଇ ଫାଇନାଲରେ ପହଞ୍ଚିଥିଲେ ରାମକୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.