ETV Bharat / sports

ଜୁଲାଇ 19ରୁ କଟକରେ ବିଶ୍ବସ୍ତରୀୟ ଟେବୁଲ ଟେନିସ, ଭାଗନେବେ 14 ଦେଶ - ଏମଓୟୁ

କ୍ରୀଡାକ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି ଓଡିଶା ସରକାର । ଓଡିଶା ସରକାରଙ୍କର କ୍ରୀଡା ବିଭାଗ ଓ ଭାରତୀୟ ଟେବୁଲ ଟେନିସ ମହାସଂଘ(TTFI) ମଧ୍ୟରେ ଏମଓୟୁ ସ୍ଵାକ୍ଷର ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Jul 1, 2019, 7:02 PM IST

ଭୁବନେଶ୍ବର: କ୍ରୀଡାକ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି ଓଡିଶା ସରକାର । ଓଡିଶା ସରକାରଙ୍କର କ୍ରୀଡା ବିଭାଗ ଓ ଭାରତୀୟ ଟେବୁଲ ଟେନିସ ମହାସଂଘ(TTFI) ମଧ୍ୟରେ ଏମଓୟୁ ସ୍ଵାକ୍ଷର ହୋଇଛି । କଟକ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଜୁଲାଇ 17ରୁ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା । ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ବର 14ଟି ଦେଶ ଭାଗନେବେ ।

ଜୁଲାଇ 19ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ 22ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଭାରତ ସମେତ 14ଟି ଦେଶର ପ୍ରାୟ 200 ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି ଦେଶ ଗୁଡିକ ମଧ୍ୟରେ ଭାରତ, ପାକିସ୍ତାନ, ସିଙ୍ଗାପୁର, ମାଲେସିଆ, ବାଂଲାଦେଶ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ସ୍କଟଲାଣ୍ଡ, ଓ୍ଵେଲ୍ସ, ଜର୍ସି, ଅଷ୍ଟ୍ରେଲିଆ, ସାଇପର୍ସ, ନାଇଜେରିଆ ଭଳି ଦେଶର ଖେଳାଳି ଅଛନ୍ତି । ଏହି ବିଶ୍ବସ୍ଥରୀୟ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଦର୍ଶକମାନେ ଫ୍ରିରେ ଦେଖିପାରିବେ ।

ପୂର୍ବରୁ ଓଡିଆ ସରକାର କ୍ରୀଡାପ୍ରତି ଥିବା ବିଶେଷ ପ୍ରୋତ୍ସୋହନକୁ ପ୍ରମାଣିତ କରିଛନ୍ତି । ଭାରତୀୟ ପୁରୁଷ ଓ ମହିଳା ହକି ଦଳର 5ବର୍ଷ ପାଇଁ ସ୍ପନସ୍ପର ରହିଛି ଓଡିଶା । ଚମ୍ପିୟାନ୍ସ ଲିଗ, ହକି ବିଶ୍ଵକପ ଭଳି ବିଶ୍ଵ ସ୍ତରୀୟ ଇଭେଣ୍ଟ ସଫଳତାର ସହ ଆୟୋଜନ କରିଛି ଓଡିଶା । କ୍ରୀଡା କ୍ଷେତ୍ରରେ ଓଡିଶାକୁ 1ନଂ ରାଜ୍ୟ କରିବା ଦିଗରେ ଏହି ଟୁର୍ଣ୍ଣାମେଣ୍ଟ ଏକ ମାଇଲଷ୍ଟୋନ ହେବ କହିଛନ୍ତି କ୍ରୀଡା ସଚିବ ବିଶାଲ ଦେବ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ସ୍ପୋର୍ଟ୍ସ ଡିପାର୍ଟମେଣ୍ଟ ଓଡିଶା ଟିଟିଏଫଆଇ ମଧ୍ୟରେ ଏମଓୟୁ ସ୍ଵାକ୍ଷର ।Body:କମନଓ୍ଵେଲଥ୍ ଟେବୁଲ ଟେନିସ ଚମ୍ପିୟାନ ସିପ କଟକ ରେ ଖେଳାଯିବ ।୧୭ ରୁ ୨୨ ତାରିଖରେ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ରେ ୧୪ ଟି ଦେଶର ୨୦୦ରୁ ଉର୍ଦ୍ଧ୍ବ ଖେଳାଳି ଭାଗନେବେ ।
ପ୍ରାୟ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।Conclusion:ଏହା କଟକ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯିବ ।ଏହି ମ୍ୟାଚ ଫ୍ରି ରେ ଦେଖିପାରିବେ ଦର୍ଶକ । ଏହି ଦେଶଗୁଡିକ ମଧ୍ୟରେ ଭାରତ ବ୍ୟାତିତ ସିଙ୍ଗାପୁର ,ମାଲେସିଆ ,ବାଂଲାଦେଶ, ଶ୍ରୀଲଙ୍କା ,ସାଉଥାଫ୍ରିକ,ସ୍କଟଲାଣ୍ଡ, ଓ୍ଵାଲେସ୍ ,ଜର୍ସି,ଅଷ୍ଟ୍ରେଲିଆ ,ସାଇପର୍ସ,ନାଇଜେରିଆ,ପାକିସ୍ତାନ ,

ସ୍ପୋର୍ଟ୍ସ କ୍ଷେତ୍ରରେ ଓଡିଶା କୁ ନମ୍ବର ଓ୍ଵାନ ଷ୍ଟେଟ ହେବ ସେ କ୍ଷେତ୍ରରେ ଏହା ଏକ ମାଇଲ ଷ୍ଟୋନ ହେବ ।ଓଡିଶା ପୂର୍ବରୁ ଚମ୍ପିୟାନ୍ସ ଲାଗ୍ ,ବିଶ୍ଵ କପ୍ ଭଳି ବିଶ୍ଵ ସ୍ତରୀୟ ଇଭେଣ୍ଟ କରି ତାର ପ୍ରମାଣ ଦେଇଛି ବୋଲି କହିଛନ୍ତି କ୍ରିଡା ସଚିବ ବିଶାଲ୍ ଦେବ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.