ପ୍ୟାରିସ୍: ଷ୍ଟିଫନସ ସିତସିପସ ପ୍ରଥମ ଗ୍ରୀକ ଖେଳାଳି ଭାବେ ଶୁକ୍ରବାର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି । ଜର୍ମାନୀର ଆଲେକଜାଣ୍ଡର ଜର୍ଭଙ୍କୁ ଫ୍ରେଞ୍ଚ ଓପନ ପୁରୁଷ ଏକକ ବର୍ଗର ସେମିଫାଇନାଲରେ ହରାଇଛନ୍ତି ସିତସିପସ ।
ଉଭୟ ଖେଳାଳିଙ୍କ ମଧ୍ୟରେ ଫାଇନାଲ ଟିକେଟ ହାସଲ ପାଇଁ କଡା ଟକ୍କର ଦେଖିବାକୁ ମିଳିଥିଲା । 5 ସେଟ୍ ବିଶିଷ୍ଟ ସେମି ମୁକାବିଲାରେ ସିତସିପସ କିନ୍ତୁ ବାଜି ମାରିଥିଲେ । 6-3, 6-3, 4-6,4-6,6-3 ସେଟ୍ରେ ବିଜୟୀ ହୋଇଥିଲେ ।
13ଥରର ଚମ୍ପିଆନ ରାଫେଲ ନାଦାଲ କିମ୍ବା ବିଶ୍ବ ନମ୍ବର ୱାନ ନୋଭାକ ଜୋକଭିକଙ୍କ ବିପକ୍ଷରେ ଫାଇନାଲ ଲଢେଇ ଖେଳିବେ ସିତସିପସ । ଜୋକଭିକ ଓ ନାଦାଲଙ୍କ ମଧ୍ୟରେ ଫ୍ରେଞ୍ଚ ଓପନ ପୁରୁଷ ବର୍ଗର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ