ETV Bharat / sports

ଫ୍ରେଞ୍ଚ ଓପନ: ସେମିଫାଇନାଲରେ ରାଫେଲ ନାଦାଲ୍‌ - ଫ୍ରେଞ୍ଚ ଓପନ

ଆର୍ଜେଣ୍ଟିନାର ଡିଏଗୋ ସ୍କୱାର୍ଟଜମାନଙ୍କୁ ହରାଇ ଫ୍ରେଞ୍ଚ ଓପନ ସେମିଫାଇନାଲରେ ରାଫେଲ ନାଦାଲ୍‌ । ଅଧିକ ପଢନ୍ତୁ...

French Open: Nadal enters semis with thumping win over Schwartzman
ଫ୍ରେଞ୍ଚ ଓପନ: ସେମିଫାଇନାଲରେ ରାଫେଲ ନାଦାଲ୍‌
author img

By

Published : Jun 10, 2021, 7:47 PM IST

ପ୍ୟାରିସ୍‌: 13ଥର ଚମ୍ପିଆନ ସ୍ପେନ ଟେନିସ ସୁପରଷ୍ଟାର ରାଫେଲ ନାଦାଲ 14ତମ ଥର ପାଇଁ ଫ୍ରେଞ୍ଚ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଦୁଇ ଘଣ୍ଟା 45 ମିନିଟ ଧରି ଖେଳାଯାଇଥିବା କ୍ବାର୍ଟରଫାଇନାଲ ମୁକାବିଲାରେ ଆର୍ଜେଣ୍ଟିନାର ଡିଏଗୋ ସ୍କୱାର୍ଟଜମାନଙ୍କୁ 6-3,4-6,6-4,6-0 ସେଟ୍‌ରେ ହରାଇ ସେମିରେ ପ୍ରବେଶ କରିଛନ୍ତି ନାଦାଲ ।

ବିଶ୍ବ ଟେନିସ୍‌ ମାନ୍ୟତାର ନମ୍ବର 3 ଖେଳାଳି ନାଦାଲ ସର୍ବାଧିକ ସଂଖ୍ୟକ ଗ୍ରାଣ୍ଡସ୍ଲାମ ଟାଇଟଲ ବିଜୟ ଲକ୍ଷ୍ୟରେ ରହିଛନ୍ତି । ଶୁକ୍ରବାର ସର୍ବିଆର ବିଶ୍ବ ନମ୍ବର 1 ନୋଭାକ ଜୋକଭିକ ଓ ଇଟାଲିର ମାଟ୍ଟେଓ ବେରେଟ୍ଟିନିଙ୍କ ମଧ୍ୟରେ ଖେଳାଯିବାକୁ ଦ୍ବିତୀୟ କ୍ବାର୍ଟରଫାଇନାଲ ମ୍ୟାଚ୍‌ର ବିଜେତାଙ୍କ ସହ ସେମିରେ ମୁହାଁମୁହିଁ ହେବେ ନାଦାଲ ।

2016 ଫ୍ରେଞ୍ଚ ଓପନ ଚମ୍ପିଆନ ଓ 18ଟି ପ୍ରମୁଖ ଟାଇଟେଲ ବିଜେତା ଜୋକଭିକ, ପ୍ରତିନ୍ଦ୍ବନ୍ଦ୍ବୀ ନାଦାଲଙ୍କ ଠାରୁ 29-28ରେ ଆଗରେ ରହିଛନ୍ତି । 35 ବର୍ଷୀୟ ସ୍ପେନ୍‌ ଷ୍ଟାର ନିକଟରେ ତାଙ୍କର ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ରୋମ୍‌ରେ ଇଟାଲିଆନ ଓପନରେ ହରାଇଥିଲେ ।

ଅନ୍ୟପଟେ ଇଟାଲିଆନ ବେରେଟ୍ଟିନିଙ୍କ ବିପକ୍ଷରେ ନାଦାଲଙ୍କ ପଲ୍ଲା ମଧ୍ୟ 1-0ରେ ଭାରୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.