ETV Bharat / sports

ଫ୍ରେଞ୍ଚ ଓପନ: ଫାଇନାଲ ଫାଇଟ୍‌ରେ ଜୋକଭିକ-ସିତସିପସ - ଡିଫେଣ୍ଡିଂ ଚମ୍ପିଆନ ରାଫେଲ ନାଦାଲ

ଫ୍ରେଞ୍ଚ ଓପନର ପୁରୁଷ ଏକକ ବର୍ଗର ଫାଇନାଲରେ ନୋଭାକ ଜୋକଭିକ ବନାମ ଷ୍ଟେଫନସ ସିତସିପସ ଲଢେଇ । ଅଧିକ ପଢନ୍ତୁ...

French Open: Djokovic stuns Nadal, sets up summit clash against Tsitsipas
ଫ୍ରେଞ୍ଚ ଓପନ: ଫାଇନାଲ ଫାଇଟ୍‌ରେ ଜୋକଭିକ-ସିତସିପସ
author img

By

Published : Jun 12, 2021, 4:07 PM IST

ପ୍ୟାରିସ୍‌: ବିଶ୍ବ ଟେନିସ ମାନ୍ୟତାର ନମ୍ବର ୱାନ ଖେଳାଳି ନୋଭାକ ଜୋକଭିକ ଡିଫେଣ୍ଡିଂ ଚମ୍ପିଆନ ରାଫେଲ ନାଦାଲଙ୍କୁ ହରାଇ ଚଳିତ ଫ୍ରେଞ୍ଚ ଓପନର ପୁରୁଷ ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି । ହାଇଭୋଲଟେଜ ସେମିଫାଇନାଲ ମୁକାବିଲାରେ ଜୋକଭିକ, 3-6, 6-3,7-6,6-2 ସେଟ୍‌ରେ ନାଦାଲଙ୍କୁ ହରାଇଛନ୍ତି ।

ଫଳରେ ରବିବାର ଜୋକଭିକ ଓ ଗ୍ରିସର ଷ୍ଟେଫନସ ସିତସିପସଙ୍କ ମଧ୍ୟରେ ଫ୍ରେଞ୍ଚ ଓପନ ଫାଇନାଲ ମୁକାବିଲା ଖେଳାଯିବ । ସିତସିପସ ଆଲେକଜାଣ୍ଡର ଜର୍ଭଙ୍କୁ 6-3,6-3,4-6,4-6,6-3 ସେଟ୍‌ରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି ।

ପ୍ରଥମ ସେଟ୍‌କୁ 35 ବର୍ଷୀୟ ନାଦାଲ 6-3ରେ ଜିତି ନେଇଥିଲେ । ତେବେ ଦ୍ବିତୀୟ ସେଟ୍‌ରେ ଦମଦାର କମବ୍ୟାକ୍‌ କରିଥିଲେ ଜୋକଭିକ । ଦ୍ବିତୀୟ ସେଟ୍‌ରେ 6-3ରେ ବିଜୟୀ ହେବାସହ ମ୍ୟାଚ ଚତୁର୍ଥ ସେଟ୍‌କୁ ଯିବା ନିଶ୍ଚିନ୍ତ କରିଥିଲେ । ତୃତୀୟ ଓ ଚତୁର୍ଥ ସେଟ୍‌ରେ କଡା ପ୍ରତିନ୍ଦ୍ବନ୍ଦୀତା ଦେଖିବାକୁ ମିଳିଥିଲା । ଏକ ସମୟରେ 6-6ରେ ବରାବର ମଧ୍ୟ ହୋଇଯାଇଥିଲା । ତେବେ ବିଶ୍ବ ନମ୍ବର ୱାନ ଜୋକଭିକ ସୌଭାଗ୍ୟବଶତଃ ତୃତୀୟ ସେଟ୍‌କୁ 7-6ରେ ଜିତି ନେଇଥିଲେ । ଓ ପରେ ଚତୁର୍ଥ ସେଟ୍‌କୁ 6-2ରେ ଜିତିବା ସହ ନାଦାଲଙ୍କୁ ଟୁର୍ଣ୍ଣାମେଣ୍ଟରୁ ବିଦା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.