ଲଣ୍ଡନ: ବାତିଲ ହୋଇପାରେ ସମ୍ମାନଜନକ ୱିମ୍ବଲଣ୍ଡନ ଟେନିସ ଟୁର୍ଣ୍ଣାମେଣ୍ଟ । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଦେଖାଦେଇଛି ଅନିଶ୍ଚିତତା । ଫଳରେ ଅଲ ଇଂଲଣ୍ଡ ଲନ ଟେନିସ ଓ କ୍ରୋକେଟ କ୍ଳବ(AELTC) ଜରୁରୀକାଳୀନ ବୈଠକ ଡାକିଛି ।
ବୈଠକରେ ଏହି ଟୁର୍ଣ୍ଣାମେଣ୍ଟ ବାତିଲ କିମ୍ବା ସାମୟିକ ଭାବେ ସ୍ଥଗିତ ରଖିବାକୁ ନିଷ୍ପତି ହୋଇପାରେ । ୟୁକେ ସରକାର ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ବୋର୍ଡ ସଂପର୍କରେ ରହିଛି । ତେବେ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଚୁଡାନ୍ତ ନିଷ୍ପତି ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
ସ୍ଥିତି ଗମ୍ଭୀର ରହିଛି । ୟୁକେ ସମେତ ସମଗ୍ର ବିଶ୍ବ କୋରୋନା ଭାଇରସରେ ପ୍ରଭାବିତ ହୋଇଛି । ତେବେ ସୁରକ୍ଷା ଓ ସ୍ବାସ୍ଥ୍ୟର ବୃହତ ସ୍ବାର୍ଥ ଦୃଷ୍ଟିରୁ ବୈଠକରେ ନିଷ୍ପତି ହେବା ବୋଲି କହିଛନ୍ତି, ଅଲ ଇଂଲଣ୍ଡ ଲନ ଟେନିସ ଓ କ୍ରୋକେଟ କ୍ଳବ ମୁଖ୍ୟ ରିଚାର୍ଡ ଲିୱିସ ।