ଲଣ୍ଡନ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବାତିଲ ହୋଇଛି ଟେନିସର ମେଗା ଇଭେଣ୍ଟ ୱିମ୍ବଲେଡନ । ତେବେ ଦ୍ୱିତୀୟ ବିଶ୍ବଯୁଦ୍ଧ ପରେ ପ୍ରଥମ ଥର ପାଇଁ ଟେନିସର ଏହି ପୁରାତନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଛି ।
ଚଳିତ ବର୍ଷ ଜୁନ 29ରୁ ଜୁଲାଇ 12 ପର୍ଯ୍ୟନ୍ତ ଲଣ୍ଡନରେ ୱିମ୍ବଲେଡନ ଖେଳାଯିବା ନେଇ ସୂଚୀ ରହିଥିଲା । ତେବେ ଏକ ଗୁରୁତ୍ବପୂର୍ଣ୍ଣ ଜରୁରୀ କାଳୀନ ବୈଠକ ପରେ ଅଲ ଇଂଲଣ୍ଡ କ୍ଳବ ଚଳିତ ବର୍ଷ ୱିମ୍ବଲେଡନ ବାତିଲ ପାଇଁ ଘୋଷଣା କରିଛି ।
ଚେୟାରମ୍ୟାନ ଇଆନ ହେୱିଟ କହିଛନ୍ତି, ‘ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ୱିମ୍ବଲେଣ୍ଡନ ସମ୍ଭବ ହୋଇନଥିଲା । ତେବେ ବିଶ୍ବ ଏବେ ଯେଉଁ ସଙ୍କଟ ଦେଇ ଗତି କରୁଛି, ଚଳିତଥର ୱିମ୍ବଲେଡନ ବାତିଲ କରିବା ଠିକ ନିଷ୍ପତି ହେବ’। ତେବେ ୱିମ୍ବଲେଡନର ପରବର୍ତ୍ତୀ ସଂସ୍କରଣ 2021 ଜୁନ 28ରୁ ଜୁଲାଇ 2021 ପର୍ଯ୍ୟନ୍ତ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ